ପୁଣି ଦୁଲୁକିବ ଜଟଣୀ, ମହା ସମାରୋହରେ ଅନୁଷ୍ଠିତ ହେବ ତୃତୀୟ ଜଟଣୀ ପଥ ଉତ୍ସବ | ଚଳିତ ଫେବୃୟାରୀ ମାସ ପନ୍ଦର ତାରିଖ ଶିବରାତ୍ରି ତଥା ଜାଗର ଦିନ ସକାଳେ ଜଟଣୀ ହରିଭାଇନା ଛକ ଠାରୁ ମହୁଲ ଗୁଡ଼ିଆ ଛକ ମଧ୍ୟରେ ଥିବା ଜଟଣୀ ମୁଖ୍ୟ ରାସ୍ତାରେ ମହା ସମାରୋହରେ ତୃତୀୟ ଜଟଣୀ ପଥ ଉତ୍ସବ ଅନୁଷ୍ଠିତ ହେବ | ଏଥି ପାଇଁ ଜଟଣୀ ବ୍ଲକ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନଷ୍ଠିତ ହୋଇଥିଲା | ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ବିଶ୍ବରଂଜନ ବଡ଼ଜେନା, ବରିଷ୍ଠ ବିଜେପି ନେତା ଡକ୍ଟର ଉମାକାନ୍ତ ପଟ୍ଟନାୟକ, ପଥ ଉତ୍ସବ ଆବାହକ ଡକ୍ଟର ଋଷି ପଟ୍ଟନାୟକ, ସାଂସଦ ପ୍ରତିନିଧି ସତିଶ ଶର୍ମା ଓ ଲିଟୁ ରଞ୍ଜନ ରାଉତରାୟ ଇତ୍ୟାଦି ବହୁ ବିଜେପି ନେତା ଉପସ୍ଥିତ ଥିଲେ |

More Stories
ୟୁପିଆଇରେ ହେବାକୁ ଯାଉଛି ଏଆଇର ଏଣ୍ଟ୍ରି, ଫୋନ୍ ପେ ଏବଂ ଗୁଗୁଲ ପେ’କୁ ଟକ୍କର ଦେବ BHIM ଆପ୍
ସରକାରୀ ଚାକିରି ଦେବା ନାମରେ ୨୩ ଲକ୍ଷ ଠକେଇ |
ମୋଦିଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମ: କଣ କହିଲେ ମୋଦୀ ଜାଣନ୍ତୁ