ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଜୟପୁରାକାଟେଣି ଆଞ୍ଚଳିକ ହାଇସ୍କୁଲ ପରିସରରେ ଏନର୍ଜି ଓ ଇକୋ କ୍ଲବ୍ ଆନୁକୁଲ୍ୟରେ ଇଲେକ୍ଟ୍ରୀ ବଲବ ମରାମତି ଉପରେ ଏକ ପ୍ରଶିକ୍ଷଣ ଶିବିର ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଗାଇଡ ଶିକ୍ଷକ ଅଶୋକ କୁମାର ପଣ୍ଡାଙ୍କ ତତ୍ବାବଧାନରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶାରଦା ପ୍ରସନ୍ନ ଖିଲାର ଉପସ୍ଥିତ ରହି ତଦାରଖ ଦାୟିତ୍ଵ ନିର୍ବାହ କରିଥିଲେ । ପାଠ ପଢ଼ା ସାଙ୍ଗକୁ ନିଜେ କିପରି ସ୍ୱାବଲମ୍ବୀ ହୋଇ ପାରିବ ସେଥି ପାଇଁ ଏହା ଏକ ରୋଜଗାର ପନ୍ଥା ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ଖିଲାର ପ୍ରଶିକ୍ଷାର୍ଥୀ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ । ଦିନକୁ ଦିନ ବିଦ୍ୟୁତ ଚାହିଦା ବୃଦ୍ଧି ପାଉଥିବାରୁ ଘର ମାନଙ୍କରେ କିପରି ସ୍ବଳ୍ପ ବିଦ୍ୟୁତ ବ୍ୟବହାର କରାଯାଇ ପାରିବ ସେଥି ପାଇଁ ଏଲଇଡ ବଲବ ବ୍ୟବହାର କରାଯାଉଛି । ବଲବ କିଛି ଦିନ ବ୍ୟବହାର କରିବା ପରେ ଖରାପ ହୋଇଥାଏ । ଖରାପ ବଲବକୁ କମ୍ ଖର୍ଚ୍ଚରେ ମରାମତି କରାଯାଇ ପୁନର୍ବାର ଘର ମାନଙ୍କରେ ବ୍ୟବହାର କରାଯାଇ ପାରିବ ସେ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ଜ୍ଞାନ କୌଶଳ ପ୍ରଶିକ୍ଷଣ ଦିଆଯାଇଥିଲା । ଉପକରଣ ମାଧ୍ୟମରେ ଅକାମୀ ବଲବକୁ ସଜାଡ଼ିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଉକ୍ତ ପ୍ରଶିକ୍ଷଣ ଶିବିରରେ ଶହେ ଜଣ ଛାତ୍ର ଛାତ୍ରୀ ନିଜର ଜ୍ଞାନ କୌଶଳ ଆହରଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ବିଦ୍ୟାଳୟର ଗାଇଡ ଶିକ୍ଷକ ଅଶୋକ କୁମାର ପଣ୍ଡାଙ୍କ ତତ୍ବାବଧାନରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ପ୍ରଧାନ ଶିକ୍ଷକ ଶାରଦା ପ୍ରସନ୍ନ ଖିଲାର ଶିବିରକୁ ତଦାରଖ କରିଥିଲେ ।

More Stories
ଚୀନ୍-ତାଇୱାନ୍ ଯୁଦ୍ଧ ଆଶଙ୍କା ବଢ଼ିଲା
ମାଓବାଦୀ ମୁକ୍ତ ହେବ ଗନ୍ଧମାର୍ଦ୍ଦନ: ଚାଲିଛି ରଣକୌଶଳ, ମାର୍ଚ୍ଚ ଶେଷ ଶୁଦ୍ଧା…
ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି ।