February 12, 2026

Now Odisha

Now Odisha

ପିତିରି ଛକରେ ଓଭର ବ୍ରିଜ,ତଳ ସର୍ଭିସ ରାସ୍ତା ମରଣଯନ୍ତା |

Spread the love

ପରଜଙ୍ଗ –ସର୍ଭିସ ରାସ୍ତା ବେହାଲ , ନିର୍ଗତ ଧୂଳିରେ ଜନଯାତ୍ରୀ ଅତିଷ୍ଠ , ସର୍ଭିସ ରାସ୍ତାରୁ ମୁଖ୍ୟ ରାଜପଥ ଉପରକୁ ଯିବାକୁ ନାକେଦମ୍ କରୁଛି ସର୍ଭିସ ରାସ୍ତାଟି ।ଏପରି ସମସ୍ୟାକୁ ଦୂର କରିବାକୁ କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ , ଏପରି ଏକ ଦୃଷ୍ଟାନ୍ତ ଦୃଶ୍ୟ ଦେଖିବାକୁ ମିଳିଛି ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପିତିରି ଛକରେ । ଏହି ଛକରେ ୫୩ ନମ୍ବର ଜାତୀୟ ରାଜପଥ ଉପରେ ଓଭର ବ୍ରିଜ ରହିଛି । ତାଳଚେର ବହ୍ଲର ଛକରୁ ଆସିଥିବା ୫୩ ନମ୍ବର ଜାତୀୟ ରାଜପଥରୁ ପିତିରି ଛକ ଠାରୁ ୧୪୯ ନମ୍ବର ବିଶିଷ୍ଟ ଜାତୀୟ ରାଜପଥ ଆରମ୍ଭ ହୋଇଛି । ଏହି ରାଜପଥଟି ଖମାର ,ପାଲଲହଡ଼ା , ରାଉରକେଲା ଅଭିମୁଖେ ଯାଇଥିବା ବେଳେ ୫୩ ନମ୍ବର ଜାତୀୟ ରାଜପଥ ଉପରେ ପରଜଙ୍ଗ , ମୁକ୍ତାପଶି, କାମାକ୍ଷାନଗର ଦେଇ ସୁକିନ୍ଦା ଡୁବୁରି ଦିଗକୁ ଯାଇଛି । ଉଭୟ ରାଜପଥ ଉପରେ ଜନଯାତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତ ଛୋଟ ବଡ ଗାଡ଼ି ସୁବିଧାରେ ବିଭିନ୍ନ ଦିଗକୁ ଯାତାୟତ କରିବା ପାଇଁ ପିତିରି ଛକରେ ଏକ ଉଚ୍ଚ ସମ୍ପନ୍ନ ଓଭର ବ୍ରିଜ ନିର୍ମାଣ କରାଯାଇଛି । ବର୍ତ୍ତମାନ ଏହି ଓଭର ବ୍ରିଜ ଉପରେ ସମସ୍ତ ଗାଡ଼ି ସୁବିଧାରେ ଯାତାୟତ କରୁଥିବା ବେଳେ ଓଭର ବ୍ରିଜ ତଳେ ଉଭୟ ପାର୍ଶ୍ବରେ ରହିଥିବା ସର୍ଭିସ ରାସ୍ତା ମରଣଯନ୍ତା ପାଲଟିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଓଭର ବ୍ରିଜ ତଳେ ୧୪୯ ନମ୍ବର ଜାତୀୟ ରାଜପଥରେ ଜନଯାତ୍ରୀ ଓ ସମସ୍ତ ଛୋଟ ବଡ ଗାଡ଼ି ଯାତାୟତ କରିବା ପାଇଁ ଉଦ୍ଦିଷ୍ଟ ଥିବା ବେଳେ ଓଭର ବ୍ରିଜ ରାସ୍ତା ଆରମ୍ଭ ହୋଇଥିବା ରାସ୍ତାରୁ ଉଭୟ ପାର୍ଶ୍ବରେ ରହିଛି ସର୍ଭିସ ରାସ୍ତା । ବର୍ତ୍ତମାନ ଏହି ସର୍ଭିସ ରାସ୍ତା ମଧ୍ୟରୁ ସରାଙ୍ଗ ପୋଲିସ ଫାଣ୍ଡି ପାର୍ଶ୍ଵ ସର୍ଭିସ ରାସ୍ତାଟି ଅତି ଦୟନୀୟ ଅବସ୍ଥାରେ ରହିଥିବାରୁ ପଥଚାରୀ ଓ ଛୋଟ ବଡ ଗାଡ଼ି ଚାଳକ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ସର୍ଭିସ ରାସ୍ତାଟି ଖାଲଖମାରେ ପରିପୂର୍ଣ୍ଣ ହୋଇ ରହିଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ବ ବାଲି ଧୂଳିରେ ପାହାଡ ସଦୃଶ ହୋଇ ରହିଥିବା ଦେଖିବାକୁ ମିଳିଛି ।ଯାହା ଫଳରେ ରାସ୍ତାରେ ଯାନବାହାନ ଚଳାଚଳ କରୁଥିବା ସମୟରେ ରାସ୍ତାରୁ ନିର୍ଗତ ହେଉଥିବା ଧୂଳି ଘନ କୁହୁଡି ସଦୃଶ୍ୟ ଦେଖିବାକୁ ମିଳିଥାଏ। ରାସ୍ତାର ଉଭୟ ପାର୍ଶ୍ବରେ ଜମାଟ ବାନ୍ଧି ରହିଥିବା ବାଲି ଧୂଳିରେ ଛୋଟ ଗାଡ଼ିରେ ଯାତାୟତ କରୁଥିବା ପଥଚାରୀ ଅତିଷ୍ଠ ହୋଇ ପଡୁଛନ୍ତି । ତୁରନ୍ତ ଏଥି ପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି ହେଉଛି ।

error: Content is protected !!