ଗୋଲାମୁଣ୍ଡା ବ୍ଲକ ସଭା ଗୃହ ଠାରେ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଙ୍କ ସମୀକ୍ଷା ବୈଠକ ରେ ଅଞ୍ଚଳବାସୀ ଙ୍କ ବିଭିନ୍ନ ସମସ୍ୟା ନେଇ ବିରୋଧ କରିଥିବା ଘଟଣା କୁ ନେଇ ଗତ ସୋମବାର ଦିନ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଓ ବିଡ଼ିଓ ଙ୍କ ବିରୁଦ୍ଧରେ ତଦନ୍ତ କରିବା ପାଇଁ କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଜନତା କଳାହାଣ୍ଡି ଜିଲ୍ଲାପାଳ ଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିବା ଘଟଣା ଏବେ ନୂଆମୋଡ଼ ନେଇଛି, ଉକ୍ତ ଦାବିପତ୍ର ରେ ଅସାମାଜିକ ଓ ମଦ୍ୟପ ଶବ୍ଦ ବ୍ୟବହାର କରିଥିବାରୁ ଆମେ ଆଦିବାସୀ ବିସ୍ଥାପିତ ପରିବାର ଓ ଆମେ ଆମର ସମସ୍ୟା ଆମେ ନିର୍ବାଚିତ କରିଥିବା ବିଧାୟକ ଙ୍କୁ ଜଣେଇ ଥିବାରୁ ଆମକୁ ଜୁନାଗଡ଼ ବିଧାୟକ ଙ୍କ ଇଙ୍ଗିତ ରେ କଳାହାଣ୍ଡି ବିଜୁ ଯୁବ ଜନତା ଦଳ ଆମକୁ ଅପମାନ କରିଛନ୍ତି, ତେଣୁ ଯୁବ ବିଜୁ ଜନତା ଦଳ ଓ ଜୁନାଗଡ଼ ବିଧାୟକ ଶ୍ରୀ ମିଶ୍ର ଆମକୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଆଜି ମୁଖ୍ୟମନ୍ତ୍ରୀ ଉଦେଶ୍ୟରେ ଦେଇଥିବା ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି, ଯଦି କ୍ଷମା ନ ମାଗନ୍ତି ତେବେ ରାଜ ରାସ୍ତା କୁ ଓଲ୍ହାଇବାକୁ ବାଧ୍ୟ ହେବୁ ବୋଲି ଦାବିପତ୍ର ରେ ଅଛି,
ଏମଏସଏମଇ ପାର୍କ ପାଇଁ ଅଧିଗ୍ରହଣ ହୋଇଥିବା ଜମି ପାଇଁ ଲଢେଇ କରୁଥିବା ପରିବାର କୁ ଗତ ସାଧାରଣ ନିର୍ବାଚନ ସମୟରେ ମୋତେ ଭୋଟ ଦିଅନ୍ତୁ ଓ ମୁ ଜିତିଲେ ପ୍ରତି ପରିବାର ର ସଦସ୍ୟ ଙ୍କୁ ଚାକିରୀ ଦେବି ବୋଲି ବିଧାୟକ ପ୍ରତିଶୃତି ଦେଇଥିଲେ ଓ ଆଜି ପର୍ଯ୍ୟନ୍ତ କିଛି ପଦକ୍ଷେପ ନ ନେବାରୁ ଦେଇଥିବା ପ୍ରତିଶୃତି କୁ ଏକ ମାସ ମଧ୍ୟରେ ପୂରଣ ନ କଲେ ବିଧାୟକ ଙ୍କ ବାସ ଭବନ ସାମ୍ନା ରେ ଧାରଣା ରେ ବସିବୁ ବୋଲି କହିଛନ୍ତି,
ଅନ୍ୟ ପକ୍ଷ ରେ ନିର୍ବାଚନ ସମୟରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନକଟିକାନି ପଞ୍ଚାୟତ କୁ ଲକ୍ଷ୍ମୀ ବସ ର ସଂଯୋଗୀକରଣ ଓ ପୋଲ,ରାସ୍ତା ନିର୍ମାଣ କରିବାର ପ୍ରତିଶୃତି ପାଳନ ନ କରିବାରୁ ସେମାନେ ମଧ୍ୟ ଶ୍ରୀ ମିଶ୍ର ଙ୍କ ବାସ ଭବନ ରେ ଧାରଣା ଦେବାକୁ କହିଛନ୍ତି,
ଆମେ ଆମର ଦାବି ବିଧାୟକ ଶ୍ରୀ ମିଶ୍ର ଙ୍କୁ ଜଣେଇଲେ କାହିଁକି ବ୍ଲକ ଅଧ୍ୟକ୍ଷ ଓ ବିଡ଼ିଓ ଙ୍କ ବିରୁଦ୍ଧରେ ଯାଉଛନ୍ତି ବୋଲି ଦାବିପତ୍ର ରେ ଉଲ୍ଲେଖ ଅଛି,

More Stories
ଅଭିଯୁକ୍ତ ଚମ୍ପଟ୍ ଘଟଣା, ୩ପୋଲିସ ସସ୍ପେଣ୍ଡ୍
୧୧,୨୦୦ କୋଟି ଟଙ୍କା ନିବେଶରେ ନିର୍ମିତ ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟାୟ-୧ର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ଅଙ୍ଗ ପ୍ରତିରୋପଣ ଏବଂ ସ୍ୱାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ, ଏମ୍ସ ଭୁବନେଶ୍ବର ଓ ନାମ୍ସ ପକ୍ଷରୁ ଆଞ୍ଚଳିକ ଚିକିତ୍ସା ଶିକ୍ଷା କାର୍ଯ୍ୟକ୍ରମ