କେସିଙ୍ଗା- କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ କୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୋମବାର ଗସ୍ତ କରିଥିଲେ । ଭୁବନେଶ୍ବର ରୁ ବିମାନ ଯୋଗେ ଉତ୍କେଲା ଏୟାର ଷ୍ଟିପ ରେ ପୂର୍ବାହ୍ନ ୧୦.୩୦ ଘଣ୍ଟା ସମୟରେ ଓହ୍ଲାଇ ଥିଲେ । ତାଙ୍କୁ ପ୍ରଶାସନ ଓ ବିଭିନ୍ନ ମହିଳା ଗୃପ ଦ୍ୱାରା ଭବ୍ୟ ସ୍ୱାଗତ କରିଥିଲେ । ପ୍ରଥମେ ବ୍ଲକ ର ଗୁର୍ଜିମୁଣ୍ଡା ସ୍ଥିତ ପ୍ରସିଦ୍ଧ ପର୍ଯ୍ୟଟନୀ କ୍ଷେତ୍ର ଯୋଗମାୟା ପୀଠ କୁ ପରିଦର୍ଶନ କରିଥିଲେ । ପରେ କେସିଙ୍ଗା ଜଗନ୍ନାଥ ମନ୍ଦିର କୁ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ ଋଷି ସାହୁ ମୁଖ୍ୟମନ୍ତ୍ରୀ ସଭାଗୃହ ରେସିଟିଜେନ ଫୋରମ କେସିଙ୍ଗା ତରଫରୁ ଆୟୋଜିତ ବାର୍ଷିକ ଦିବସ ୨୦୨୬ ରେ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ । କଳାହାଣ୍ଡି ଜିଲ୍ଲାରେ ମୋ ବାପା ଇରିଗେଶନ ବିଭାଗରେ ଠିକାଦାର ଭାବେ କୋଟିକୋଟି ଟଙ୍କାର କାମ କରିଥିଲେ, ବାପାଙ୍କ ଅଧୁରା କାମ କୁ ସମ୍ପୂର୍ଣ କରିବି ବୋଲି ପ୍ରକାଶ କରିଥିଲେ। ପରେ କେସିଙ୍ଗା ସହର ସ୍ଥିତ ପିଏମ ଶ୍ରୀ ହାଇ ସ୍କୁଲ ରେ ନବ ନିର୍ମିତ ବାଳକ ହଷ୍ଟେଲ ର ଉଦଘାଟନ କରିଥିଲେ ଏବଂ କେସିଙ୍ଗା ପଞ୍ଚୟତ ସମିତିରେ ସମନ୍ୱିତ ଶିଶୁ ବିକାଶ ଯୋଜନା ଓ ମିଶନ ଶକ୍ତି ବିଷୟରେ ବିଭାଗୀୟ ଅଧିକାରୀ ଙ୍କ ସହିତ ଆଲୋଚନା କରିଥିଲେ । ଗୁର୍ଜୀମୁଣ୍ଡା ଯୋଗମାୟା ପୀଠ କୁ ପର୍ଯ୍ୟଟନ ର ମାନ୍ୟତା ଦେବା ସହ 12 କୋଟି ଦିଆ ଯିବ ବୋଲି ଘୋଷଣା କରିଥିଲେ। ଯୋଗମାୟା ପୀଠ ରୁ ଯିବା ବାଟରେ ସଜନା ଗଛ ଦେଖି ସଜନା ଗଛର ଉପକାରିତା ବିଷୟରେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଜନା ଖାଉଥିବା ବିଷୟ ରେ ଉଦାହରଣ ଦେଇଥିଲେ। ଲକ୍ଷ୍ୟ ପତି ଦିଦି ଓ 2036 ସୁଦ୍ଧା ଓଡ଼ିଶାକୁ ପରିବର୍ତ୍ତନ କରାଯିବା ସହ କେସିଙ୍ଗା କୁ ସର୍ବାଙ୍ଗିନ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦିଆଯିବ ବୋଲି ଘୋଷଣା କରିଥିଲେ। ପାନୀୟଜଳ ସମସ୍ୟା ଦୂର ହେବ, ବିକଶିତ ଓଡ଼ିଶା ରେ ମୁଖ୍ୟ ରାସ୍ତା, ପାନୀୟଜଳ,
ଦୂର କରାଯିବ ବୋଲି ପ୍ରକାଶ କରିଥିଲେ। ସୁଭଦ୍ରା ଯୋଜନା ରେ 15 ହାଜର କୋଟି ବ୍ୟୟବକାରା ଯାଇଛି। ମହିଳା ଗୃପଙ୍କୁ ବିକଶିତ କରିବା ସହ ରୋଜଗାର ଦିଆ ଯିବା ସହ ଉତ୍କୃଷ୍ଟ କପା ,ସଜନା ,ଧାନ ବିଷୟ ରେ କହିଥିଲେ। ମୁଖ୍ୟ ମନ୍ତ୍ରୀ କନ୍ୟା ଯୋଜନା କଳାହାଣ୍ଡି ରେ ଆରମ୍ଭ କରାଯିବ ବୋଲି ପ୍ରକାଶ କରିଥିଲେ। ସିଟିଯେନ୍ ଫୋରମ ଦ୍ଵାରା ରଚିତ ସଂକଳ୍ପ ନାମକ ଏକ ବହି ଉନ୍ମୋଚନ କରିଥିଲେ। ପଦ୍ମଶ୍ରୀ ପଟାଏସ ସାହୁ ଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ

More Stories
ଅଭିଯୁକ୍ତ ଚମ୍ପଟ୍ ଘଟଣା, ୩ପୋଲିସ ସସ୍ପେଣ୍ଡ୍
୧୧,୨୦୦ କୋଟି ଟଙ୍କା ନିବେଶରେ ନିର୍ମିତ ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟାୟ-୧ର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ଅଙ୍ଗ ପ୍ରତିରୋପଣ ଏବଂ ସ୍ୱାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ, ଏମ୍ସ ଭୁବନେଶ୍ବର ଓ ନାମ୍ସ ପକ୍ଷରୁ ଆଞ୍ଚଳିକ ଚିକିତ୍ସା ଶିକ୍ଷା କାର୍ଯ୍ୟକ୍ରମ