ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଳକ୍ ସରକାରୀ ଜନତା ଉପ୍ରା ବିଦ୍ୟାଳୟ କାଳିକାପ୍ରସାଦର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଡକ୍ଟର ସବିତା ମହାପାତ୍ରଙ୍କ ମନମାନୀକୁ ନେଇ ଛାତ୍ରଛାତ୍ରୀ,ଶିକ୍ଷକ ଓ ଅଭିଭାବକଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖୁବାକୁ ମିଳିଛି। ସୂଚନା ଅନୁଯାୟୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ଦିଆଯିବାରେ ଅବହେଳା କରାଯାଉଛି। କମିଟିର କଥାକୁ ପ୍ରତ୍ୟାଖ୍ୟାନ କରାଯାଉଛି। ବିଦ୍ୟାଳୟର କୌଣସି କାର୍ଯ୍ୟ ସଂପର୍କରେ ବିଦ୍ୟାଳୟର ଚେୟାରମ୍ୟାନଙ୍କୁ ଜଣାଯାଉନାହିଁ। ସରକାରୀ କାଗଜପତ୍ରର ହିସାବ ମାଗିଲେ ମଧ୍ଯ ଦିଆଯାଉନାହିଁ। ଗତ ୪ ତାରିଖରେ ଛାତ୍ରଛାତ୍ରୀ,ଅଭିଭାବକ,ଚେୟାରମ୍ୟାନ୍ ଓ ସ୍ଥାନୀୟ ଲୋକମାନଙ୍କୁ ନେଇ ଏକ ବୈଠକ କରାଯାଇଥିଲା। ସେହି ବୈଠକରେ କିଛି ଛାତ୍ରୀ ବିଦ୍ୟାଳୟର ସମସ୍ୟା ସଂପର୍କରେ ବୈଠକରେ କହିଥିଲେ। ପରେ ପ୍ରଧାନଶିକ୍ଷୟିତ୍ରୀ ଏହା ଜାଣିବା ପରେ ସେହି ଛାତ୍ରୀମାନଙ୍କୁ ଡ଼ାକି ଗାଳିଗୁଲଜ କରିବା ସହ ସମସ୍ତ ଛାତ୍ରଛାତ୍ରୀଙ୍କ ସାମ୍ନାରେ ଅପମାନିତ କରିଥିଲେ ବୋଲି ଛାତ୍ରୀମାନେ ଗଣମାଧ୍ୟମ ସାମ୍ନାରେ ଅଭିଯୋଗ କରିଥିଲେ। ଏପରିକି ସେ ନିଜର ସହକର୍ମୀଙ୍କ ନାମରେ ମିଥ୍ୟା ଆରୋପ ଲଗାଇବାକୁ ମଧ୍ଯ ପଛାଉ ନାହାନ୍ତି। ପ୍ରଧାନଶିକ୍ଷୟିତ୍ରୀ ଙ୍କର ଏପରି ମନମାନୀକୁ ନେଇ ସାଧାରଣରେ ଦୃଢ଼ ନିନ୍ଦା କରାଯାଇଛି।ପ୍ରଧାନଶିକ୍ଷୟିତ୍ରୀଙ୍କୁ ଯଥାଶୀଘ୍ର ଅନ୍ୟତ୍ର ବଦଳି କରିବାକୁ ଛାତ୍ରଛାତ୍ରୀ,ଅଭିଭାବକ ଓ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।ଛାତ୍ରଛାତ୍ରୀମାନେ,ଅଭିଭାବକ ଓ ସ୍କୁଲ କମିଟି ମିଳିତ ଭାବରେ ଢ଼େଙ୍କାନାଳ ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ପହଞ୍ଚିଥିଲେ । ଯଦି ପ୍ରଧାନଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି କରାନଯାଏ ତେବେ ଆନ୍ଦୋଳନକୁ ଓହ୍ଲାଇବାକୁ ସମୂହ ଚେତାବନୀ ଦେଇଛନ୍ତି। ତେବେ ସମସ୍ତ ଅଭିଯୋଗ ଗୁଡିକ ସଂପର୍କରେ ପ୍ରଧାନଶିକ୍ଷୟିତ୍ରୀଙ୍କୁ ପଚାରିବାରେ ସେସବୁ ସମ୍ପୂର୍ଣ୍ଣ ମିଥ୍ୟା ଓ ମନଗଢା ବୋଲି କହିଥିଲେ। ତେବେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

More Stories
ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ
ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରେ ରେଡ୍, ଚଢ଼ାଉ ଜାରି ରହିବ ବୋଲି ବିଭାଗୀୟ ଅଧିକାରୀଙ୍କ ସୂଚନା।
କିନ୍ନର ହତ୍ୟାକାରୀକୁ ଏନ୍କାଉଣ୍ଟର; ଅଳ୍ପକେ ବର୍ତ୍ତିଲା ପୁଲିସ ।