କଟକ ମଙ୍ଗଳାବାଗ ଅଞ୍ଚଳର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରେ ରେଡ୍ । ଚଢ଼ାଉ କରିଛନ୍ତି କଟକ ମହାନଗର ନିଗମର ସ୍ୱାସ୍ଥ୍ୟ ବିଭାଗ, ଖାଦ୍ୟ ନିରାପତ୍ତା ବିଭାଗ, କମିଶନରେଟ ପୋଲିସ ଓ ଡ୍ରଗ୍ ବିଭାଗ । ହୋଟେଲ, ଭେରାଇଟି ଷ୍ଟୋର, ଔଷଧ ଦୋକାନଗୁଡିକରେ ରେଡ କରିଥିଲେ ଏକାଧିକ ବିଭାଗ । ଏକାଧିକ ହୋଟେଲ ସିଲ୍ କରିବା ସହିତ, ବିପୁଳ ପରିମାଣରେ ନିମ୍ନ ମାନର ଖାଦ୍ୟ ଜବତ କରିଛି ସିଏମସି ସ୍ୱାସ୍ଥ୍ୟ ବିଭାଗ ।
ବିଭିନ୍ନ ହୋଟେଲରୁ ବାସି ତରକାରୀ, ଭେରାଇଟ ଷ୍ଟୋର ଗୁଡ଼ିକରୁ ମାଳ ମାଳ ଗୁଟଖା ଜବତ କରାଯାଇଛି ।
ଏସସିବି ମେଡିକାଲକୁ ଲାଗିଥିବା ବିଭିନ୍ନ ହୋଟେଲ, ଦୋକାନ ଓ ମେଡିସିନ ଷ୍ଟୋର ଗୁଡ଼ିକରେ ବିଭିନ୍ନ ଅନିୟମିତତା ଦେଖିବାକୁ ମିଳିଛି । ଅନେକ ଔଷଧ ଦୋକାନ ଗୁଡ଼ିକର ଟ୍ରେଡ ଲାଇସେନ୍ସ ଏବଂ ଫୁଡ୍ ଲାଇସେନ୍ସ ମଧ୍ୟ ନ ଥିବା ଯାଞ୍ଚ ବେଳେ ସାମ୍ନାକୁ ଆସିଛି । ଆଗକୁ ମଧ୍ୟ ଏହିପରି ଚଢ଼ାଉ ଜାରି ରହିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।

More Stories
ନାବାଳିକା ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ |
ଝାରସୁଗୁଡ଼ା ଜମି ଦୁର୍ନୀତି କାଣ୍ଡ: ଡିଏସଆରଙ୍କ ଭୂମିକାକୁ ନେଇ ବଢ଼ୁଛି ସନ୍ଦେହ, ବିସ୍ତୃତ ତଦନ୍ତ ଆରମ୍ଭ |
ବିଷ ବଲୟରେ : ଝାରସୁଗୁଡ଼ା, ଶୋଇ ପଡ଼ିଛି ପ୍ରଦ୍ୟୁଷଣ ବିଭାଗ