ଟ୍ରେନରୁ ପଡି ଯୁବକ ଗୁରୁତର


ବାଲେଶ୍ଵର:(ଭଗବାନ ପଣ୍ଡା):- ଓଡ଼ିଶା ସୋର ରେଳଷ୍ଟେସନ ରେ ଜଣେ ଯୁବକ ଟ୍ରେନରୁ ପଡି ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ବାଲେଶ୍ୱର ଜିଲା ଜୟଦେବ କସବା ଅଂଚଳର ମନୋଜ ନାୟକ ଓ ତାଙ୍କ ସ୍ତ୍ରୀ ସୀମା କସ୍ପା ଦୀର୍ଘଦିନ ଧରି ଯାଜପୁର ଅଂଚଳରେ ରହି ପକା କାମ କରୁଥିବା ବେଳେ ଆସନ୍ତା କାଲି ଅଷ୍ଟମୀ ଥିବାରୁ ବାରିପଦା ଟ୍ରେନ ଯୋଗେ ଯାଜପୁରରୁ ବାଲେଶ୍ୱର ଅଭିମୁଖେ ଆସୁଥିଲେ। ଏହି ସମୟରେ ସୋର ନିକଟରେ ଚଳନ୍ତା ଟ୍ରେନରୁ ପଡି ଯାଇ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଓ ଆର ପି ଏଫ ପୁଲିସ କର୍ମୀ ତାଙ୍କୁ ଉଦ୍ଧାର କରି ଅଗ୍ନିଶମ ସେବା ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିବାରୁ ତାଙ୍କୁ ବାଲେଶ୍ଵର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତେବେ ଏଥିରେ ତାଙ୍କର ଦୁଇଟି ଯାକ ଗୋଡ ସମ୍ପୂର୍ଣ ଭାବେ ନଷ୍ଟ ହୋଇଯାଇଥିବା ଜଣାପଡିଛି।


error: Content is protected !!