February 12, 2026

Now Odisha

Now Odisha

ଶ୍ରମିକ ସଂଗଠନମାନଙ୍କ ଦ୍ଵାରା ଆସନ୍ତାକାଲି ଧର୍ମଘଟକୁ ସଫଳ କରିବା ପାଇଁ ଫରୱାର୍ଡ ବ୍ଲକର ଆହ୍ୱାନ

Spread the love

ପ୍ରଚଳିତ ଶ୍ରମ ଆଇନକୁ ସଂଶୋଧନ କରି କେନ୍ଦ୍ର ସରକାର ୪ ଟି ଶ୍ରମ କୋର୍ଡ ପ୍ରଚଳନ କରିବା, ଶ୍ରମିକମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିବା, ବିଭିନ୍ନ ରାଷ୍ଟ୍ରାୟତ ଉଦ୍ୟୋଗର ଘରୋଇକରଣ ସମେତ ସାଗମାଛ ଦରରେ ସେଗୁଡିକୁ ବିକ୍ରୀ କରିବା ସମେତ କଳ କାରଖାନାରୁ ବ୍ୟାପକ ଶ୍ରମିକ ଛଟେଇ, ତାଲାବନ୍ଦ, ବେକାରୀ, ଦରଦାମ ବୃଦ୍ଧି ଭଳି ଶ୍ରମିକ ଓ ଜନବିରୋଧୀ ନୀତି ବିରୋଧରେ ଆସନ୍ତା କାଲି ଫେବୃଆରୀ ୧୨ ତାରିଖରେ ଟ୍ରେଡ଼ ୟୁନିୟନ କୋ-ଅଡିନେସନ ସେଣ୍ଟର (ଟିୟୁସିସି) ସମେତ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ, ସ୍ୱାଧୀନ ଫେଡେରେସନ, ବ୍ୟାଙ୍କ ଓ ବୀମା ଶିଳ୍ପରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ସାଧାରଣ ଧର୍ମଘଟ ଵା ହରତାଳର ଡାକରା ଦେଇଛନ୍ତି ।

କେନ୍ଦ୍ର ସରକାର ମହାତ୍ମା ଗାନ୍ଧୀ କର୍ମନିଯୁକ୍ତି ଯୋଜନାର ନାମ ପରିବର୍ତ୍ତନ, ବିଦ୍ୟୁତ ବିଲ ୨୦୨୫, ବିହନ ଓ ପେନସନ ବିଲ ୨୦୨୫ ସମେତ ବୀମା କ୍ଷେତ୍ରରେ ୧୦୦ ପ୍ରତିଶତ ବିଦେଶୀ ପୁଞ୍ଜିଲଗାଣ ଭଳି ଜନ ବିରୋଧୀ ନିଷ୍ପତି ପ୍ରତିବାଦରେ ତଥା ଶ୍ରମଜୀବୀ ଜନଗଣଙ୍କ ସ୍ୱାର୍ଥ ରକ୍ଷା ପାଇଁ ଉଦିଷ୍ଟ ଏହି ସାଧାରଣ ଧର୍ମଘଟକୁ ଅନ୍ୟାନ୍ୟ ବାମ ଗଣତାନ୍ତ୍ରିକ ଦଳ ସହିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ଵାରା ପ୍ରତିଷ୍ଠିତ ରାଜନୈତିକ ଦଳ ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ପକ୍ଷରୁ ଏହି ହରତାଳ ଵା ଭାରତ ବନ୍ଦକୁ ପୂର୍ଣ୍ଣ ସମର୍ଥନ ଘୋଷଣା କରାଯାଇଛି।

ଭାରତ ବର୍ଷର ଅଗଣିତ ଗରିବ ମଣିଷ, ଶ୍ରମିକ ଓ କୃଷକମାନଙ୍କ ଙ୍ ସ୍ୱାର୍ଥରକ୍ଷା ପାଇଁ ଏହି ସାଧାରଣ ଧର୍ମଘଟରେ ବିପୁଳ ସଂଖ୍ୟାରେ ସାମିଲ ହୋଇ ଏହାକୁ ସଫଳ କରିବା ପାଇଁ ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ଫରୱାର୍ଡ ବ୍ଲକର ରାଜ୍ୟ ସାଧାରଣ ସଂମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ଆହ୍ୱାନ କରିଛନ୍ତି। ଅନ୍ୟ ପଟରେ ଦେଶ ଓ ଦେଶର ଶ୍ରମିକ ଶ୍ରେଣୀର ସ୍ୱାର୍ଥ ରକ୍ଷା ପାଇଁ ଆହୁତ ଏହି ସାଧାରଣ ଧର୍ମଘଟରେ ଓଡିଶା ର ଜନସାଧାରଣ ସମର୍ଥନ ଜଣାଇ ଏହି ଧର୍ମଘଟରେ ସାମିଲ ହେଵା ପାଇଁ ଫରୱାର୍ଡ ବ୍ଲକ ପକ୍ଷରୁ ଆହ୍ୱାନ କରାଯାଇଛି l ଆସନ୍ତା କାଲି ର ହରତାଳ କୁ ସଫଳ କରିବା ପାଇଁ ଆଜି ସନ୍ଧ୍ୟାରେ ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରୁ ବାହାରି ରାଜମହଲ ଛକ ପର୍ଯ୍ୟନ୍ତ ଯାଇଥିଲା l ଏହି ଅବସରରେ ବକ୍ତବ୍ୟ ରଖି ଶ୍ରମିକନେତା ମାନେ ଆସନ୍ତା କାଲି ର ଦେଶବ୍ୟାପୀ ହରତାଳ ରେ ସାମିଲ ହେବାକୁ ଜନଗଣଙ୍କୁ ଆହ୍ୱାନ କରିଥିଲେ l

error: Content is protected !!