ବିଭିନ୍ନ ଦାବି ନେଇ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ ଓ ସ୍ବାଧୀନ ଫେଡରେସନ୍ ସର୍ବଭାରତୀୟ ସ୍ତରରେ ଆଜି ଦେଇଥିବା ବନ୍ଦ ଡାକରାର ପ୍ରଭାବ ରାୟଗଡା ସହରରେ ଦେଖିବାକୁ ମିଳିଛି। ରାୟଗଡ଼ାରେ 10ଟି ବିଭିନ୍ନ ସଂଗଠନ ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ କପିଳାସ ଛକ ଓ ସିରିଗୁଡା ଛକରେ ଶ୍ରମିକ ସଂଗଠନ କର୍ମକର୍ତ୍ତା ମାନେ ପିକେଟିଂ କରି ରାସ୍ତା ଅବରୋଧ କରିଛନ୍ତି।
ଫଳରେ ସହରର ବିଭିନ୍ନ ଦୋକାନ ବଜାର ଓ ଯାନବାହନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଛି। ରାୟଗଡା ବସଷ୍ଟାଣ୍ଡରେ ବସ୍ ସେବା ବନ୍ଦ ରହିଥିବା ବେଳେ ଯାତ୍ରୀ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସେହିପରି ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ, ବ୍ଯାଙ୍କ ପ୍ରତିଷ୍ଠାନ, ମଧ୍ଯ ବନ୍ଦ ରହିବ ବୋଲି କୁହାଯାଇଛି।
ଶ୍ରମିକ ବିରୋଧୀ 4ଟି ଶ୍ରମ କୋଡ ଆଇନର ପ୍ରତ୍ଯାହାର, ଶ୍ରମ ଶକ୍ତି ନିତୀ 2025ର ପ୍ରତ୍ଯାହାର, ସଂଶୋଧିତ ବିଦ୍ୟୁତ୍ ବିଲ୍ ଅଧିନିୟମ ବାତିଲ କରିବା , କାର୍ଯ୍ୟରତ ସ୍କିମ୍ ୱର୍କର ଅଙ୍ଗନୱାଡ଼ି କର୍ମୀ ସହାୟିକା ଆଶା କର୍ମୀ ଓ ପାଚିକା ମାନଙ୍କୁ ଶ୍ରମିକର ମାନ୍ଯତା ଦେବା ଭଳି ବହୁବିଧ ଦାବି ରଖିଛନ୍ତି ବିଭିନ୍ନ ସଂଗଠନ। ତେବେ ଭାରତ ବନ୍ଦର ପ୍ରଭାବ ରାୟଗଡା ସହରରେ ଦେଖିବାକୁ ମିଳିଛି।

More Stories
ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିବ ବିଜେଡ଼ି
ଓଡ଼ିଶା ସରକାରୀ ଆଉଟ୍ସୋର୍ସିଂ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ |
ନ୍ୟାୟ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ଉନ୍ମତ୍ତକାଣ୍ଡ: ତହସିଲଦାରଙ୍କ ଗାଡ଼ି ଭାଙ୍ଗିଲେ, ପୋଲିସକୁ ମରଣାନ୍ତକ ଆକ୍ରମଣ