ଭୁବନେଶ୍ୱର, ୨୩/୦୩ : ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିବ ବିଜୁ ଜନତା ଦଳ । ଏନେଇ ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ସାମ୍ବାଦକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ବିଜେଡ଼ି ନେତା ପ୍ରତାପ ଜେନାଙ୍କ ବାସଭବନ ସମ୍ମୁଖରେ ହୋଇଥିବା ହଙ୍ଗମାକୁ ନେଇ ବିଜୁ ଯୁବ ଜନତା ଦଳ ପ୍ରତିବାଦ କରିବ । ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।
ଆସନ୍ତା ସୋମବାର ବିଜେଡ଼ି କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିବେ ବୋଲି ସଭାପତି ଚିନ୍ମୟ ସାହୁ ସୂଚନା ଦେଇଛନ୍ତି । କିଛି ଯୁବକ ଭୁବନେଶ୍ୱରରେ ଥିବା ପ୍ରତାପ ଜେନାଙ୍କ ସରକାରୀ ବାସଭବନ ସମ୍ମୁଖରେ ହଙ୍ଗାମା କରିଥିଲେ । ବାଣ ଫୁଟାଇ ପ୍ରତାପ ଏବଂ ପାଣ୍ଡିଆନଙ୍କୁ ତୀବ୍ର ବିରୋଧ କରିଥିଲେ । ଯେଉଁମାନଙ୍କୁ ବିଜୁ ବାବୁ ମଣିଷ କରିଥିଲେ ସେମାନେ ବିଧାୟକଙ୍କୁ ନିଲମ୍ବିତ କରି ଘରେ ଲୁଚି ବସିଛନ୍ତି ।
ସେମାନେ ବିଜୁ ବାବୁଙ୍କ ଦଳକୁ ଆଜି ବୁଡ଼ାଇ ଦେବାକୁ ବସିଛନ୍ତି ବୋଲି ଚିତ୍କାର କରି କହିଥିଲେ । ପାଣ୍ଡିଆନଙ୍କୁ ବିରୋଧ କରାଯିବ । ଏହି ସମୟରେ ତାଙ୍କ ସୁରକ୍ଷା କର୍ମୀଙ୍କ ସହିତ ମଧ୍ୟ ଯୁକ୍ତି ତର୍କ ହୋଇଥିଲା । ସେମାନେ ଦେବୀରଞ୍ଜନ ତ୍ରିପାଠୀଙ୍କ ସମର୍ଥକ ବୋଲି କୁହାଯାଉଛି ।

More Stories
ବିଜେଡିରେ ମିସିପାରନ୍ତି ରଘୁନାଥ ଓ ଜୀବନ ପ୍ରଦୀପ |
ଏଣିକି ଡିଜିଟାଲ୍ ମାଧ୍ୟମରେ ହେବ ଜନ ଅଭିଯୋଗ ଶୁଣାଣି
SCB ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ, ୪ ଅଧିକାରୀ ସସପେଣ୍ଡ |