ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ


ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ମହାବିଦ୍ୟାଳୟରର ଆଇୱାଇଡିପି ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ପ୍ରାୟୋଜିତ ଆଇୱାଇଡିପି ମାଧ୍ୟମରେ କ୍ରୀଡ଼ା , ସାଂସ୍କୃତିକ ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମର ମୁଖ୍ୟ ଭୂମିକା ରହିଥିଲା ଅନୁଷ୍ଠାନର ଅଧ୍ୟକ୍ଷ ଡ,ନିହାର ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଏକ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା ।ଉଦଯାପନୀ ସମାରୋହରେ ପରଜଙ୍ଗ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡଃ ନୃସିଂହ ଚରଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ସଦସ୍ୟ ତଥା ସମାଜ ସେବୀ ନିରାକାର ପ୍ରଧାନ,ଉକ୍ତ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ସନାତନ ସାମଲ ଓ ଅନୁଷ୍ଠାନର ରସାୟନ ବିଜ୍ଞାନ ପ୍ରାଧ୍ୟାପିକା ତଥା ଆଇୱାଇଡିପି କାର୍ଯ୍ୟକ୍ରମର ମୁଖ୍ୟ ସଞ୍ଚାଳିକା ସ୍ମିତାରାଣୀ ସାହୁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଅନୁଷ୍ଠାନରେ ଦୀର୍ଘ ୨୦ ଦିନ ଧରି ଚାଲିଥିବା କାର୍ଯ୍ୟକ୍ରମର କୋଡ଼ିନେଟର ଅଧ୍ୟାପକ ଅଞ୍ଜନ କୁମାର ମହାରଣା , କୁଳମଣି ମେହେର , ପ୍ରସନ୍ନ କୁମାର ସାହୁ , ସଚ୍ଚିଦାନନ୍ଦ ପ୍ରଧାନ ,ବିକାଶ ପ୍ରଧାନ , ବିଶିକେଶନ କର୍ଣ୍ଣ ,ରଞ୍ଜନ ଗଡନାୟକ , ସମୀର ମୁକୁଟ ପ୍ରମୁଖ ଦାୟିତ୍ଵ ନିର୍ବାହ କରିଥିଲେ ।ସେହିପରି ସସ୍ମିତା ସାହୁ , କବିତା ସ୍ବାଇଁ , ଭବାନୀ ଶଙ୍କର ଦଳବେହେରା (ମଣ୍ଟୁ) , ନିରୋଦ ଦାସ , ବିନୟ କୁମାର ଦଳବେହେରା ,ସୁବଳ ଦଳବେହେରାଙ୍କ ସମେତ କଲେଜର ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିବା ପ୍ରତିଯୋଗୀ ବିଦ୍ୟାର୍ଥୀଙ୍କ ମଧ୍ୟରେ + ୩ ର ପ୍ରଥମ ବର୍ଷର ବିଜ୍ଞାନ ଛାତ୍ର ଦିବ୍ୟ ରଞ୍ଜନ ବେହେରା ,+୩ ୩ୟ ବର୍ଷର ବିଜ୍ଞାନ ଛାତ୍ର ଚନ୍ଦନ ରାଉତ , +୩ ପ୍ରଥମ ବର୍ଷର କଳା ଛାତ୍ରୀ କାଜଲ ସାହୁ +୨ ଦ୍ଵିତୀୟ ବର୍ଷର ବିଜ୍ଞାନ ଛାତ୍ର ବିଶ୍ୱଜିତ୍ ଦଳବେହେରା ,+୨ ଦ୍ଵିତୀୟ ବର୍ଷର କଳା ଛାତ୍ରୀ ଯୋଗଜ୍ୟୋତି ସାହୁ ପ୍ରମୁଖଙ୍କୁ ମଞ୍ଚାସୀନ ଅତିଥି ମାନପତ୍ର ସହ ସିଲ୍ ପ୍ରଦାନ କରିଥିଲେ । ଅଧ୍ୟାପକ କୌଶିକ କୁମାର ଦେହୁରୀ ଅତିଥି ପରିଚୟ ପ୍ରଦାନ କରି ମଞ୍ଚ ସଞ୍ଚାଳନ କରିଥିଲେ ।ପରିଶେଷରେ ଅଧ୍ୟକ୍ଷ ଡ଼ ସାହୁ ସଭାକାର୍ଯ୍ୟ ସାଙ୍ଗ କରିଥିଲେ ।


error: Content is protected !!