କଟକ ଜିଲ୍ଲା ଚୌଦ୍ୱାର ଥିବା ଇଏସଆଇ ହସ୍ପିଟାଲରେ ଆଉଟ୍ସୋର୍ସିଂ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ଶାନ୍ତିପୂର୍ଣ୍ଣ ଭାବରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମାର୍ଚ୍ଚ ୧୦ ତାରିଖରୁ ରାଜ୍ୟର ପ୍ରାୟ ୭୦ ହଜାର ଆଉଟ୍ସୋର୍ସିଂ କର୍ମଚାରୀ ବିଭିନ୍ନ ଦାବିକୁ ନେଇ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣା ଦେଇଥିବା ସହ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ କରୁଛନ୍ତି।
କର୍ମଚାରୀମାନଙ୍କ କହିବା ଅନୁସାରେ ସରକାର ପୂର୍ବରୁ ତାଙ୍କୁ ବାରମ୍ବାର ବିଭିନ୍ନ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ସେଗୁଡ଼ିକ ପୂରଣ କରାଯାଇନି। ଏହି କାରଣରୁ ସେମାନେ ନିଜ ଦାବି ପୂରଣ ପାଇଁ ଆନ୍ଦୋଳନରେ ନାମିଛନ୍ତି। ଯଦି ଆଗାମୀ ଦିନରେ ସରକାର ତାଙ୍କ ଦାବି ପୂରଣ ନ କରନ୍ତି, ତେବେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ଏବଂ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟବନ୍ଦ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ଏନେଇ ଇଏସଆଇ ହସ୍ପିଟାଲର ମେଡିକାଲ ଅଧିକାରୀଙ୍କୁ ପଚାରାଯାଇଥିବା ବେଳେ ସେ କହିଥିଲେ ଯେ ଆଉଟ୍ସୋର୍ସିଂ କର୍ମଚାରୀମାନେ କାର୍ଯ୍ୟବନ୍ଦ କରିଥିବାରୁ ହସ୍ପିଟାଲରେ କାମର ଚାପ ବହୁତ ବଢ଼ିଯାଇଛି। ସାଧାରଣତଃ ୮ରୁ ୧୦ ଘଣ୍ଟା ସେବା ଦେବାକୁ ପଡ଼ୁଥିଲେ ମଧ୍ୟ ବର୍ତ୍ତମାନ ଡାକ୍ତର ଓ କର୍ମଚାରୀମାନେ ୧୫ ଘଣ୍ଟାରୁ ଅଧିକ ସମୟ ହସ୍ପିଟାଲରେ ରହି ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି।

More Stories
ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିବ ବିଜେଡ଼ି
ନ୍ୟାୟ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ଉନ୍ମତ୍ତକାଣ୍ଡ: ତହସିଲଦାରଙ୍କ ଗାଡ଼ି ଭାଙ୍ଗିଲେ, ପୋଲିସକୁ ମରଣାନ୍ତକ ଆକ୍ରମଣ
ଦୁର୍ନିତୀଗ୍ରସ୍ତ ଡାକ୍ତର ବିରୋଧରେ ବିଦ୍ରୋହମୋହନାରେ ଆଶାକର୍ମୀ ଓ କର୍ମଚାରୀଙ୍କ ଗର୍ଜନ |