ମାହାଙ୍ଗା ବ୍ଲକ ଜନସାଧାରଣଙ୍କ ସମସ୍ୟା ଦୁରକଲେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା


ମାହାଙ୍ଗା ବ୍ଲକ ଜନସାଧାରଣଙ୍କ ସମସ୍ୟା ଦୁରକଲେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା। ବହୁଦିନର ଦାବି ଗୋବରୀ ନଦୀ ଅବବାହିକାରେ ଚାଷ ଉପରେ ନିର୍ଭର କରୁଥିବା ଓ ନିଜେ ବାସକରୁଥିବା ଜନସାଧାରଣ ସମସ୍ୟା ଥିଲା ଗୋବରୀ ନଦୀ ଜଳ ନିଷ୍କାସନ ଆଷାଢ଼ ମାସରେ ଲଗାଣ ବର୍ଷାରେ ବନ୍ୟା ପ୍ଲାବିତ ହୋଇ କଚ୍ଚା ଘର ଠାରୁ ଆରମ୍ଭ କରି ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ କ୍ଷୟକ୍ଷତି ହେଉଥିଲେ।ଜନସାଧାରଣ ବାରମ୍ବାର ଅଭିଯୋଗ କ୍ରମେ ବିଧାୟକ ମହୋଦୟ ହୃଦୟଗମ କରି ଏହି ସମସ୍ୟାକୁ ସମାଧାନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୃଷ୍ଟିକୁ ନେଇ ୫କୋଟି ୩୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କାର ଅନୁମୋଦନ ପାଇବା କ୍ରମେ ବିଧାୟକ ମହୋଦୟ କରକମଳେ ଆଜି ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ।ଏହି ମହତ କାର୍ଯ୍ୟ ପାଇଁ ବିଭିନ୍ନ ପଞ୍ଚାୟତ ଯଥା-: ଚାହାପଡା,ଜଳେଶ୍ଵରପୁର, ଶ୍ରୀକୃଷ୍ଣପୁର, ଉସୁମା, ରାହଣିଆ,ପାଇକରାପୁର,ଲଳିତଗିରି ପଞ୍ଚାୟତର ନଦୀ ଅବବାହିକାରେ ବାଶକରୁଥିବା ଜନସାଧାରଣ ଓ ଚାଷ ଉପରେ ନିର୍ଭର କରୁଥିବା ଲୋକେ ଉପକୃତ ହେବେ ।ଏହା ଦୂରା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କୁ ସମସ୍ତ ଜନସାଧାରଣ କୃତଜ୍ଞତା ଜଣାଇଛନ୍ତି।


error: Content is protected !!