କଟକ:(ପ୍ରକାଶ ବେଉରା):- କଟକ ବାଲିଯାତ୍ରା ଏକ ମେଳା ନୁହେଁ,କଟକ ଭାଇଚାରା ସହରରେ ପିଢ଼ି ପିଢ଼ିର ଏକ ଅଭୁଲା ସ୍ମୁତି,ବା ଚିହ୍ନା, ଅଚିହ୍ନା, ମିଳନ ର ଏକ ନିଆରା ବିରଳ ସ୍ଥଳ. ଏହା ର ଗୁଣ ଐତିହ ବିଷୟରେ ଯେତେ ବର୍ଣ୍ଣନା କରିବା, ତାରିଫ କରିବା ବୋଧହୁଏ ସେ ବି କମ ପଡ଼ିଯିବ.ସେଥି ପାଇଁ ଯିଏ ଥରେ କଟକ ରେ ପାଦ ଦେଇ ଯାଇ, ଅନ୍ୟ କେଉଁଠି ବି ରହିଥିଲେବି ବାଲିଯାତ୍ରା ହେଲେ, ନିଶ୍ଚିତ ରୂପେ, ସେ ବାହା ନ ହୋଇ ଥାଉ ବା ହୋଇଥାଉ, ଏକୁଟିଆ, ଵା ସାଙ୍ଗ ସାଥି ପିଲା ଛୁଆଙ୍କୁ ନେଇ ଦିନକ ପାଇଁ ବୁଲିଯିବା କୁ ଭୁଲି ଯାଇନଥାଏ, ଆଉ ଯଦିବା କାର୍ଯ୍ୟ ବ୍ୟସ୍ତତା ଭିତରେ ରହିଯାଆନ୍ତି, ପୁନର୍ବାର ଆସିବା ପାଇଁ ପଣ କରନ୍ତି ସାଙ୍ଗ, ସାଥୀଙ୍କ ପାଖରେ, ବୁଝନ୍ତି କେମିତି କଟିଲା ବାଲିଯାତ୍ରା, ମାନେ ବୁଝନ୍ତୁ, କେତେ ଆକର୍ଷଣ କରି ରଖିଥାଏ ଏ ବାଲିଯାତ୍ରା ର ମୋହ. ଏହାଠୁ ତହୁଁ ବାଲି ଚାରି ଗୁଣା ଜିନିଷ ଅନ୍ୟତ୍ର ମିଳେ.ହେଲେ , କୋଷ ଯୋଜନରୁ,କେବଳ ନଈ ପାରି ନୁହେଁ, ପୁରା ମହାଦେଶ, ସେପାରିରୁ, ଏ ଓଡ଼ିଆ ପୁଅର ମୋହ ପରମ୍ପରା, କୁ ସେ ଭୁଲିପାରନ୍ତିନି, ସୁଦ୍ଧ ବିନମ୍ର ଏ ସନାତନି ସଂସ୍କୃତି, ଯେତେବେଳେ ଦୂର ଦୁରାନ୍ତ, କିମ୍ବା ଅନେକ ବର୍ଷ ଭିତରେ କେତେ ପରିବାରର ସାଙ୍ଗ ସାଥି ପିଲାଛୁଆଙ୍କ ର ଭେଟା ଭେଟି ହୁଅନ୍ତି,ଉଭୟଙ୍କ ଆଖିରେ ଲୁହ କୋଳାଗ୍ରତ, ବୟସ୍କ ମା ମାଉସୀ, ଜେଜେବାପା ନିଜର ନ ହେଲେବି ପଡୋଶୀ ମାନଙ୍କ କୋଳରେ ଦେଖାରେଖା ଯତ୍ନ ଆଦର ସ୍ନେହ ରେ ପିଲାଦିନ କଟିଥାଏ, ସାହିବସ୍ତିରେ ଆଜିସିନା ବଡ଼ ହୋଇ ଗଲେ କିନ୍ତୁ ପିଲାଳିଆ ଙ୍କ ପରି ନିଜର ମାନ ଅଭିମାନ ଛାଡି ପାଦ ସ୍ପର୍ଶ ପୁଣି ସହ ସହ ଜନ ସମୁଦ୍ର ଆଗରେ ଲୋକେ ଅବାକ ହୁଅନ୍ତି, ଏକ ନିଆରା ପରମ୍ପରା ଓଡ଼ିଆ ଘରର ସଂମାନ କୁ ବଜାୟୀ ରଖି ଥାଆନ୍ତି, ଆଶୀର୍ବାଦ ଦିଅନ୍ତି, ଯିଏବି ଏଅନୁଭୂତି ପାଇଛି ମନକୁ ଶକୁନ ଆଣେ. କିଏ କୁହେ କେତେବଡ ହୋଇଗଲୁଣି ଆଉ ମୁଁ ଆସିପାରୁନି ଇନି କି ତୋତେ ମୁଁ ନେଉଥିଲି ତୁ ମୋତେ ନେବୁ ବୁଢ଼ାଟିଏ ହୋଇଥାଅ.ଦୂରରୁ ଏଦୃଶ୍ୟ କିଛିଯ୍ଷଣ ଦେଖଣା ହାରି ଦେଖୁ ଥାଆନ୍ତି, ଆଖି ଜର୍ଜରିତ ହୋଇଯାଏ, ସେଦିନ ଆଉ ଫେରିବନି,କୁଆଡେ ସେଦିନ ଅନଉ ଅନଉ ବିତି ଗଲା ବାହା ହୋଇଗଲୁ,ସମସ୍ତଙ୍କୁ ସ୍ତବ୍ଦ କରିଦିଏ ଏଇ କେଇପଦ ସେମାନଙ୍କ ତୁଣ୍ଡ ରୁ ସୁଣୁ ସୁଣୁ , ପୁରୁଣା ଦିନର କଥା ମନେପକାଇ. ସମସ୍ତ ଙ୍କୁ ଦୀର୍ଘ ଆୟୁଷ କରି ରଖିଥାଅ,ଘଣ୍ଟ ପରି ଘୋରେଇ ରଖିଥାଅ, ପୁଣି ଆରବର୍ଷ କୁ ହର୍ଷ ଉଲଲ୍ଲାସ ରେ ଦେଖା ହେବା ଏମିତି ଏପରମ୍ପରା ଲାଗିରହିଥାଉ. ଶୁଭ ବିଦାୟ କଟକ ବାଲିଯାତ୍ରା.


error: Content is protected !!