ଭାରତୀୟ ବାୟୁସେନାର କାର୍ଯ୍ୟକ୍ଷମ କ୍ଷମତା ବୃଦ୍ଧି କରିବାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ୱରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ୧୧୪ଟି ରାଫେଲ ଯୁଦ୍ଧ ବିମାନ କ୍ରୟକୁ ଅନୁମୋଦନ କରିଛି। ଭାରତୀୟ ବାୟୁସେନାର କାର୍ଯ୍ୟକ୍ଷମ କ୍ଷମତାକୁ ବୃଦ୍ଧି କରିବା ପାଇଁ ବଡ ପଦକ୍ଷେପ ନେଇଛି ଡିଏସି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଗସ୍ତ ପୂର୍ବରୁ ଏହି ମେଗା ଚୁକ୍ତି ମଞ୍ଜୁରୀ ହୋଇଛି।୩.୨୫ ଲକ୍ଷ କୋଟି ଟଙ୍କାରେ ଏହି ଚୁକ୍ତି ହୋଇଛି।
ଏହି ଚୁକ୍ତି ଅନୁୟୀ ୧୧୪ ରାଫେଲ ଯୁଦ୍ଧ ବିମାନ ମଧ୍ୟରୁ ୮୦ ପ୍ରତିଶତ ଘରୋଇ ଉତ୍ପାଦନ ହେବ ବୋଲି ଆଶା କରାଯାଉଛି। ଏହାଦ୍ବାରା ମେକ୍ ଇନ୍ ଇଣ୍ଡିଆ ଫ୍ରେମୱାର୍କ ଅନୁଯାୟୀ ସ୍ୱଦେଶୀ ସାମଗ୍ରୀ ନିର୍ମାଣ ୬୦ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିପାରେ। ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବିମାନ କ୍ରୟ ପାଇଁ ଅନୁମତି ପ୍ରଦାନ କରିଥିବା ସୂତ୍ରରୁ ଜଣାପଡ଼ିଛି। ପ୍ରତିରକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରତିରକ୍ଷା କ୍ରୟ ବୋର୍ଡ଼ ରାଫେଲ ଅଧିଗ୍ରହଣ ପ୍ରସ୍ତାବକୁ ଗତ ମାସ ମଞ୍ଜୁରି ପ୍ରଦାନ କରିଥିଲା। ଏହାଦ୍ବାରା ଡାସଲ୍ଟ ଆଭିଏସନ୍ ସହିତ ଆନୁଷ୍ଠାନିକ ଆଲୋଚନା ଅଧିକ ନିକଟତର ହୋଇପାରିବ। ରାଫେଲ ଯୁଦ୍ଧବିମାନ ଫ୍ରାନ୍ସର ଡାସଲ୍ଟ ଏଭିଏସନ ଦ୍ବାରା ନିର୍ମାଣ କରାଯାଉଛି।
ଯୋଜନା ଅନୁଯାୟୀ, ୧୮ଟି ଜେଟ୍ ସମ୍ପୂର୍ଣ୍ଣ ଅବସ୍ଥାରେ ଯୋଗାଇ ଦିଆଯିବ ଓ ବାକି ୯୬ଟି ଖୁଚୁରା ଯନ୍ତ୍ରାଂଶ(Spare Parts) ଆସି ଭାରତ ଡାସଲ୍ଟ ଏଭିଏସନ୍ ରେ ଯୋଡ଼ାଯିବ (Assemble)। ଏହାର ପ୍ରାୟ ୮୦ପ୍ରତିଶତ ଘରୋଇ ଭାବରେ ନିର୍ମିତ ହେବାର ଆକଳନ କରାଯାଇଛି। ଅନ୍ୟଏକ ସୂଚନା ଅନୁଯାୟୀ ୧୧୪ଟି ଜେଟ ମଧ୍ୟରୁ ୮୮ ଟି ସିଙ୍ଗଲ୍-ସିଟ୍ ଏବଂ ୨୬ ଟି ଡବଲ-ସିଟ୍ ରହିବ।

More Stories
ଚୀନ୍ର ଏକ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ,
ଟ୍ରମ୍ପଙ୍କ କ୍ୟାବିନେଟରୁ ତୁଳସୀ ଗବାର୍ଡ ଦେଲେ ଇସ୍ତଫା , ହଠାତ୍ କାହିଁକି ନେଲେ ଏମିତି ନିଷ୍ପତ୍ତି ?
କେରଳମ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା