ପଞ୍ଚାୟତ ରାସ୍ତାକୁ ନେଇ ଗଣ୍ଡଗୋଳ, ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ


ବାଲେଶ୍ଵର:(ଭଗବାନ ପଣ୍ଡା):- ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନ କୁପାରୀ-ରାଣୀତାଲ ରାସ୍ତାର ଡୁଙ୍ଗୁରା ବଜାର ନିକଟରେ ଗତକାଲି ସନ୍ଧ୍ୟାରେ ପଞ୍ଚାୟତ ରାସ୍ତାକୁ କେନ୍ଦ୍ରକରି ଗଣ୍ଡଗୋଳ ପରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ।ଘଟଣାସ୍ଥଳରେ ଖଇରା ତହସିଲଦାର ପ୍ରଶାନ୍ତ ମହାରଣା, ଅତିରିକ୍ତ ତହସିଲଦାର ସନ୍ଦୀପ ଶୁଭଦର୍ଶିନୀ ଧଳ ଓ ଥାନାଧିକାରୀ ଗୟାଧର ବେହେରା ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିବା ପରେ ରାସ୍ତାରୋକ ହଟିଥିଲା।ଗତକାଲି ଅପରାହ୍ନରେ ଏକ ଜେସିବି ଦ୍ୱାରା ଡୁଙ୍ଗୁରା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କାର୍ଯ୍ୟ ଚାଲିଥିଲା।ଏହି ପଞ୍ଚାୟତ କାର୍ଯ୍ୟାଳୟକୁ ସରକାରୀ ରାସ୍ତା ନଥିବା ବେଳେ ଜେସିବିଟି ସ୍ଥାନୀୟ ଅଞ୍ଚଳର ନିତ୍ୟାନନ୍ଦ ସାହୁଙ୍କ ବ୍ୟକ୍ତିଗତ ଜାଗାଦେଇ ଯାଇଥିଲା।ଫଳରେ ଶ୍ରୀ ସାହୁ ଏନେଇ ଜେସିବିକୁ ଅଟକାଇ ପାଟିତୁଣ୍ଡ କରିଥିଲେ । ଖବର ପାଇ ସ୍ଥାନୀୟ ସରପଞ୍ଚ ପ୍ରକାଶ ଲେଙ୍କା ଘଟଣା ସ୍ଥଳରେ ପହଞ୍ଚି ଶ୍ରୀ ସାହୁଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇ ବଚସା ହୋଇଥିଲା। ଫଳରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ପରେ ପ୍ରଶାସନିକ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।


error: Content is protected !!