ଭାଲେଣ୍ଟାଇନରେ ଡେ’ରେ ଉତ୍ତରପ୍ରଦେଶର ନୋଏଡାରେ ଜଣେ ପ୍ରେମିକ ନିଜ ପ୍ରେମିକାଙ୍କୁ ଗୁଳିକରି ହତ୍ୟା କରିବା ପରେ ନିଜେ ଜୀବନ ହାରିଛନ୍ତି। ନୋଏଡାରେ ଶନିବାର ସକାଳେ ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଏକ କାର୍ ଭିତରୁ ଦୁଇଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ସୁମିତ ଓ ରେଖା ବୋଲି ଜଣାପଡ଼ିଛି। ଉଭୟଙ୍କ ବୟସ ୨୦ ରୁ ୩୦ ବର୍ଷ ମଧ୍ୟରେ।କାରର କାଚ ଭାଙ୍ଗି ଦେଖିବା ବେଳକୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପ୍ରଥମେ ଲାଗୁଥିଲା କି, କେହି ସେମାନଙ୍କୁ ହତ୍ୟା କରିଛି ଆଉ ଲୁଟ୍ କରି ନେଇଛି । କିନ୍ତୁ ପରେ ଜଣା ପଡ଼ିଲା କି, ପ୍ରଥମେ ପ୍ରେମିକାଙ୍କୁ ହତ୍ୟା କରିବା ପରେ ନିଜକୁ ଗୁଳି କରିଛନ୍ତି ପ୍ରେମିକ । ପୁଲିସ ମୃତଦେହକୁ ଉଦ୍ଧାର କରିଥିବାବେଳେ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।ପୁଲିସ ସୂଚନା ଅନୁଯାୟୀ ଡ୍ରାଇଭର ସିଟ୍ରେ ବସିଥିବା ସୁମିତଙ୍କ ହାତରେ ପିସ୍ତଲ ଥିବାବେଳେ ଗାଡ଼ିରୁ ଗୁଳି ଜବତ ହୋଇଛି। ଗାଡ଼ି ଭିତରୁ ବନ୍ଦ ଥିବାରୁ ସୁମିତ ପ୍ରଥମେ ରେଖାଙ୍କୁ ଗୁଳି କରିବା ପରେ ନିଜକୁ ଗୁଳି କରିଥିବା ପୁଲିସ ଅନୁମାନ କରୁଛି। ରେଖା ନୋଏଡା ସେକ୍ଟର ୫୮ର ବାସିନ୍ଦା ଓ ସୁମିତଙ୍କ ଘର ଦିଲ୍ଲୀର ତ୍ରିଲୋକପୁରୀରେ ବୋଲି ଜଣାପଡ଼ିଛି। ଶୁକ୍ରବାରରୁ ଦୁହେଁ ଘରୁ ନିଖୋଜ ଥିବା ନେଇ ପରିବାର ପକ୍ଷରୁ ପୁଲିସରେ ଅଭିଯୋଗ ହୋଇଥିଲା।ସୁମିତଙ୍କ ନିକଟରୁ ଏକ ନୋଟ୍ ମିଳିଛି, ଯେଉଁଥିରେ ଉଭୟଙ୍କ ମଧ୍ୟରେ ୧୫ ବର୍ଷ ହେଲା ପ୍ରେମ ସମ୍ପର୍କ ଥିବା ଉଲ୍ଲେଖ ହୋଇଛି। ରେଖା ତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ବୋଲି ସୁମିତ ଲେଖିଛନ୍ତି । କିନ୍ତୁ ରେଖା ଅନ୍ୟ କାହାକୁ ବିବାହ କରିବାକୁ ଯାଉଥିବା ନିକଟରେ ସୁମିତ ଜାଣିବାକୁ ପାଇଥିଲେ।

More Stories
ଗାଧେଇବାକୁ ଯାଇ ପୋଖରୀରେବୁଡି ଯୁବକ ମୃତ
ଖୁବ୍ ଜୋରରେ ଝଡ଼ ବର୍ଷା ସମ୍ଭାବନା
ଗୁପଚୁପ୍ ଦେଲା ଦୁଃଖ ; ଚାଲିଗଲା ଛଅ ବର୍ଷର ଶିଶୁର ଜୀବନ, ୪୩ ରୁ ଅଧିକ ଅସୁସ୍ଥ