ବିହାରର ଔରଙ୍ଗାବାଦ ଜିଲ୍ଲାରେ ଏକ ଭୟଙ୍କର ଘଟଣା ଘଟିଛି । ୫ ଜଣ ନାବାଳିକା ସାଙ୍ଗ ବିଷର ସ୍ୱାଦ କିପରି ବୋଲି ଚାଖୁଥିଲେ । ଯାହା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଗୋଟିଏ ଝିଅ ସମୟ ମଧ୍ୟରେ ବିଷ ନଢୋକି ଥୁ କରିଦେବାରୁ ଜୀବନ ବଞ୍ଚି ଯାଇଥିଲା। ବଞ୍ଚିଥିବା ଜଣଙ୍କ ସମ୍ପୂର୍ଣ୍ଣ କାହାଣୀ ବର୍ଣ୍ଣନା କହିଛନ୍ତି ।
ପ୍ରାରମ୍ଭରେ, ମାମଲାକୁ ଲୁଚାଯାଇଥିଲା, ହେଲେ ଯେତେବେଳେ ଏହା ଗାଁରେ ଆଲୋଚନାର ବିଷୟ ହେବା ପରେ ପୁଲିସ ପାଖରେ ପହଞ୍ଚିଥିଲା।ତଦନ୍ତ ସମୟରେ ପୁଲିସ ବଞ୍ଚିଥିବା ଝିଅଟିକୁ ଠାବ କରିବା ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା । ଯାହା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ ।
ଘଟଣା ଜାନୁଆରୀ ୨୯ ତାରିଖରେ ଔରଙ୍ଗାବାଦ ଜିଲ୍ଲାର ମୋତି ବିହାରା ଗାଁରେ ଘଟିଥିଲା । ୫ ଜଣ ନାବାଳିକା ଝିଅ ଏକ କ୍ଷେତକୁ ଯାଇଥିଲେ, କିନ୍ତୁ କେବଳ ଜଣେ ଘରକୁ ଫେରିଥିଲେ । ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଏକମାତ୍ର ବଞ୍ଚିଥିବା ଝିଅ ଘଟଣା ବାବଦରେ ବର୍ଣ୍ଣନା କରିଥିଲେ। ୧୪ ବର୍ଷୀୟା ଝିଅଙ୍କ ଅନୁଯାୟୀ, ସେମାନେ ସମସ୍ତେ ଏକ ନିର୍ଜନ ଅଞ୍ଚଳକୁ ଯାଇ ଏକ ବିଷାକ୍ତ ପଦାର୍ଥ ଖାଇଥିଲେ ଯାହା ସାଧାରଣତଃ ବଗ ମାରିବା ପାଇଁ ବ୍ୟବହୃତ ହେଉଥିଲା । ସେ କହିଥିଲେ ଯେ ସେମାନେ ସମସ୍ତେ ଏହାକୁ ସ୍ୱାଦ ପାଇଁ ଖାଇଥିଲେ।ସେମାନେ ପାଣି ସହିତ ବଗକୁ ମାରିବା ପାଇଁ ବ୍ୟବହୃତ ବିଷ ଚାଖିଥିଲେ। ମୁଁ ବହୁତ କମ୍ ଖାଇଲି ଏବଂ ତୁରନ୍ତ ଛେପ କାଢି ଦେଇଥିଲି, ଯାହା ଫଳରେ ମୁଁ ବଞ୍ଚିଗଲି । ” ଅନ୍ୟ ୪ ବନ୍ଧୁଙ୍କୁ ତାଙ୍କ ଆଖି ସାମ୍ନାରେ ଝଟପଟ ହୋଇ ଆଖିବୁଜିଥିବା ଦେଖିବା କହିଛନ୍ତି ।
ଏସଡିପିଓ ଅଶୋକ କୁମାର ଦାସ କହିଛନ୍ତି ଯେ ତଦନ୍ତରୁ ପ୍ରେମ ସମ୍ପର୍କ ସ୍ପଷ୍ଟ ହୋଇଛି। ପାଞ୍ଚ ଜଣ ଝିଅ ଏକାଠି ରହୁଥିଲେ ଏବଂ ଘଟଣାର ପୂର୍ବ ସନ୍ଧ୍ୟାରେ ପୁଅମାନଙ୍କ ସହିତ ବୁଲାବୁଲି କରୁଥିବାର ଦେଖାଯାଇଥିଲା। ଯେତେବେଳେ ପରିବାର ଏହି ସମ୍ପର୍କରେ ଜାଣିପାରିଥିଲେ, ସେମାନଙ୍କୁ ଗାଳି କରିଥିଲେ। କୁହାଯାଉଛି ଯେ ଏଥିରେ ରାଗି ଝିଅମାନେ ବିଷ ପିଇ ଦେଇଥିଲେ, କିନ୍ତୁ ସୌଭାଗ୍ୟବଶତଃ ସେମାନଙ୍କ ମଧ୍ୟରୁ ଜଣେ ବଞ୍ଚି ଯାଇଥିଲେ। ପରିବାର ସମସ୍ତ ଚାରି ପୀଡିତଙ୍କୁ ଗୋଟିଏ ଚିତାରେ ଦାହ କରିଥିଲେ ଏବଂ ମାମଲାକୁ ଚପାଇ ଦେଇଥିଲେ।

More Stories
ପୁଣି ଚର୍ଚ୍ଚାରେ ଦାନ ମାଝୀ
ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO
ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା , ବୈତରଣୀରେ ବଡ଼ ବନ୍ୟା