ଦୋଳପୁର୍ଣିମା ରେ ବାଜିବନି ନାହିଁ ଡିଜେ। ଅମାନିଆ ହେଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ l ତିହିଡି ଅଞ୍ଚଳରେ ଠାକୁର ବାଡିଆ ଙ୍କୁ ନେଇ ଶୁକ୍ରବାର ଶାନ୍ତି କମିଟି ବୈଠକ ଶେଷ। ବୈଠକରେ ଦୋଳପୁର୍ଣିମାରେ ବଡ ବଡ଼ ଡିଜେ କୁ ସମ୍ପୂର୍ଣ୍ଣ ବନ୍ଦ ପାଇଁ ତିହିଡି ଥାନରେ ଠାକୁର ବାଡିଆଙ୍କ ନିଷ୍ପତ୍ତି l ପର୍ବକୁ ଶାନ୍ତି ବଜାଇ ରଖିବା ପାଇଁ ତିହିଡି ଥାନା ପରିସରରେ ଠାକୁର ବାଡିଆ ଙ୍କୁ ନେଇ ଚାନ୍ଦବାଲି SDPO ପ୍ରଭାସ ଚନ୍ଦ୍ର ସାହୁ ଅଦକ୍ଷତା ଏବଂ ଥାନାଧିକାରୀ ସତ୍ୟବ୍ରତ ଗ୍ରହାଚାଯ୍ୟ ଙ୍କ ପରିଚାଳନା ରେ ତିହିଡି ଥାନା ପରିସରରେ ପ୍ରସ୍ତୁତି ବୈଠକ ହୋଇଥିଲା l ଏଥିରେ କାଲିମେଘା ମେଳଣ, ଝାରପଟା ମେଳଣ, ତିହିଡି ମେଳଣ, କୋଲ୍ହ କୁମ୍ଭ ବୁଡ଼ା, ବୋଡ଼କ ମେଳଣ, ବାରୋ କୁମ୍ଭ ବୁଡ଼ା ର ଠାକୁର ବାଡିଆ ଙ୍କ ସହିତ ସାଧାରଣ ଜନତା ଉପସ୍ଥିତ ରହି ନିଷ୍ପତି ନିଆଯାଇଥିଲା l ଏଥର ଶୋଭାଯାତ୍ରା ରେ ଡିଜେ ଉପରେ ଅଙ୍କୁଶ ଲଗାଯାଇଛି ଖୁବ ବେଶୀରେ ଚାରି ଗୋଟି ବକ୍ସ ଓ ଦୁଇ ଗୋଟି ଟପ ଯୁକ୍ତ ବିନା ଭ୍ରାଇବେଟର ରେ ଶୋଭାଯାତ୍ରା କରିବେ l ନିର୍ଦ୍ଧାରିତ ସମୟରେ ଶୋଭାଯାତ୍ରା ଆରମ୍ଭ କରି ନିର୍ଦିଷ୍ଟ ସମୟରେ ମେଳଣ ପଡିଆ ରେ ପହଂଚିବା ପାଇଁ ଗୁରୁତ୍ୱ ଦେବେ l କାଳିମେଘା କମିଟି ପକ୍ଷରୁ ପ୍ରତିବର୍ଷ ଘଟୁଥିବା ଗଣ୍ଡଗୋଳ କୁ ଦୃଷ୍ଟିରେ ରଖି ଏବଂ ଗ୍ରାମବାସୀଙ୍କ ଅନୁରୋଧ କୁ ସଂମାନ ଜଣାଇ ଏଥର ଦୋଳ ପୂର୍ଣ୍ଣମା ଶୋଭାଯାତ୍ରା ଡିଜେ ବ୍ୟବହାର କରିବେ ନାହିଁ ବୋଲି ନିଷ୍ପତି ନିଆଯାଇଛି l ପାରମ୍ପରିକ ବାଦ୍ୟକୁ ଗୁରୁତ୍ୱ ଦେବେବୋଲି ଠାକୁର ବାଡିଆ କହିଛନ୍ତି l ଆସନ୍ତୁ ଥାନାଧିକାରୀ ସତ୍ୟବ୍ରତ ଗ୍ରହଚାର୍ଯ୍ୟ କଣ କହୁଛନ୍ତି ଦେଖିବା..

More Stories
ଭଦ୍ରକ ଆରଡି: ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ବଡ଼ ଆଡମ୍ବର ସହିତ ପାଳନ କରାଯାଇଛି।
ସୁଗୋ ପାଣିସାହିରେ ମହାସମାରୋହରେ ପାଳିତ ହେଲା ଶିବରାତ୍ରି ପର୍ବ।
ଷଷ୍ଠ ହଂସଧ୍ଵନି ସଙ୍ଗୀତ ଓ ନୃତ୍ୟ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ।