ବାସୁଦେବପୁରରେ ଦେଖିବାକୁ ମିଳିଛି ମାନବିକତାର ଏକ ସୁନ୍ଦର ଦୃଷ୍ଟାନ୍ତ। ମାନନୀୟା ପୌର ଅଧ୍ୟକ୍ଷା ଶ୍ରୀମତି ନିବେଦିତା ବେହେରା ରାସ୍ତାରେ ଘଟିଥିବା ଏକ ବାଇକ୍ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ନେଇ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।ସୂଚନା ଅନୁସାରେ, ପୌର ଅଧ୍ୟକ୍ଷା ଶ୍ରୀମତି ନିବେଦିତା ବେହେରା ଏକ ସ୍କୁଲ ପ୍ରୋଗ୍ରାମକୁ ଯାଉଥିବା ବେଳେ ବାସୁଦେବପୁରରେ ରାସ୍ତା ପାଖରେ ଘଟିଥିବା ଏକ ବାଇକ୍ ଦୁର୍ଘଟଣା ଦେଖିଥିଲେ। ଆହତ ବ୍ୟକ୍ତି ଯନ୍ତ୍ରଣାରେ ରାସ୍ତା ପାଖରେ ପଡ଼ିଥିବାକୁ ଦେଖି ସେ ତୁରନ୍ତ ନିଜ ଗାଡ଼ି ରୋକି ସ୍ଥାନୀୟ ଲୋକଙ୍କ ସହଯୋଗରେ ଆହତଙ୍କୁ ଉଠାଇ ନିଜ ଗାଡ଼ିରେ ବାସୁଦେବପୁର ମେଡିକାଲକୁ ନେଇଥିଲେ।
ସମୟୋପଯୁକ୍ତ ଚିକିତ୍ସା ମିଳିବାରୁ ଆହତଙ୍କ ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି।ପୌର ଅଧ୍ୟକ୍ଷାଙ୍କ ଏହି ମାନବିକ ପଦକ୍ଷେପକୁ ସ୍ଥାନୀୟ ଲୋକମାନେ ସହ ବିଭିନ୍ନ ବୁଦ୍ଧିଜୀବୀ ମହଳ ଉଚ୍ଚ ପ୍ରଶଂସା କରୁଛନ୍ତି। ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ସେ ବିଭିନ୍ନ ସମୟରେ ଗରିବ ଓ ଅସହାୟ ଲୋକମାନଙ୍କ ପାଖକୁ ଯାଇ ସହାୟତା କରିଆସୁଛନ୍ତି।ମାନବିକତାର ଏହି ଉଦାହରଣ ସମାଜ ପାଇଁ ନିଶ୍ଚୟ ଏକ ପ୍ରେରଣା।

More Stories
ପୁଣି ଚର୍ଚ୍ଚାରେ ଦାନ ମାଝୀ
ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO
ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା , ବୈତରଣୀରେ ବଡ଼ ବନ୍ୟା