February 15, 2026

Now Odisha

Now Odisha

ଥାନା ଅଧିକାରିଣୀଙ୍କ ଯୋଗଦାନ ପରେ ଥାନାରେ ଭିଡ଼

Spread the love

ପୁରୀଜିଲ୍ଲା ବଳଙ୍ଗା ଥାନାରେ ନୂତନ ଭାବେ ମହିଳା ଆଇ ଆଇ ସି ସସ୍ମିତା ସାହୁ ବୁଧବାର ଦିନ କାର୍ଯ୍ୟରେ ଯୋଗ ଦେଇ ଅଛନ୍ତି. କାର୍ଯ୍ୟରେ ଯୋଗଦେବା ପରେ ହଠାତ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଗ୍ରସ୍ତ ସୁରକ୍ଷାରେ ସଠିକ ପରିଚାଳନା କରି ବଳଙ୍ଗା ଅଂଚଳ ରାତ୍ରି ପେଟ୍ରୋଲିଙ୍ଗ କରି ଥିଲେ.ନିଜ ଅଧୀନରେ ଥିବା ଜିଲ୍ଲା ଏସ ପି ପ୍ରତୀକ ସିଂ ଏବଂ ପିପିଲି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବାଶିଷ ମିଶ୍ରଙ୍କୁ ସାକ୍ଷାତ କରି ଛନ୍ତି. ଶ୍ରୀମତି ସାହୁ କାର୍ଯ୍ୟରେ ଯୋଗ ଦେବା ବେଳେ ସ୍ୱାଗତ ସମ୍ବର୍ଦ୍ଧନା ବିପୁଳ ପରିମାଣରେ ଦିନକୁ ଦିନ ବଳଙ୍ଗା ଥାନାରେ ବଢ଼ି ଚାଲିଛି.ଶୁକ୍ରବାର ଦିନ ଠାରୁ ଆରମ୍ଭ ହୋଇଛି. ଶନିବାର ଦିନ ସାନ୍ଧ୍ୟରେ ଥାନା ଅଧିକାରିଣୀ ଥିବା ଜାଣି ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ.ନିମାପଡା ବ୍ଲକର ପ୍ରତ୍ୟେକ ପଞ୍ଚାୟତର ନିର୍ବାଚିତ ସରପଞ୍ଚ / ସମିତି ସଭ୍ୟ / ସଭ୍ୟା. ନେତୃତ୍ୱ କର୍ମୀ. ବିଭିନ୍ନ ସଂଗଠନ.ପିପିଲି ନିର୍ବାଚନ ମଣ୍ଡଳୀର ବିଜେପି ନେତୃତ୍ୱ ମଣ୍ଡଳୀ.ବିଜେଡିର 22 ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁ. ରୂପଦେଇପୁର ପଞ୍ଚାୟତ ସମାଜ ସେବି ପ୍ରଦୀପ ମିଶ୍ର.ଚନ୍ଦ୍ରାଦେଇ ପୁର ପଞ୍ଚାୟତ ଭୋଗ ପାଟେଳିର ନରେନ୍ଦ୍ର ସ୍ୱାଇଁ.ଦୁର୍ଗାଦାସ ପୁର ପଞ୍ଚାୟତ ର ବିଶ୍ୱଜିତ ଦାଶ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରି ଛନ୍ତି.ବଳଙ୍ଗା ଅଂଚଳରେ ଚୋରା ମଦ କାରବାର. ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମକ. ଦୁର୍ଦାନ୍ତ ଅପରାଧୀଙ୍କ ଉପରେ ଟିକ୍ଷିଣ ନଜର. ସାଥୀକୁ ଥାନା ଭିତରେ ଓ ବାହାରେ ଡେରା ପକାଉ ଥିବା ଦଲାଲଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଉପରେ କଡା ନଜର ରଖିବା ଓ ଥାନା ଅଂଚଳରେ ଶାନ୍ତି ଶୃଙ୍ଖଳା ବଜାଏ ରହିବା ଦାୟିତ୍ୱ ରଖି ଛନ୍ତି.ଅନ୍ୟ ପକ୍ଷରେ ଥାନାରେ ସାମ୍ବାଦିକ ମାନଙ୍କୁ ସାକ୍ଷାତ ବେଳେ ଥାନା ଅଧିକାରିଣୀ ଶ୍ରୀମତୀ ସାହୁ କହିଛନ୍ତି ଗଣମାଧ୍ୟମ ପ୍ରତିନିଧି ଏବଂ ପୋଲିସ ଉଭୟଙ୍କ ସହଯୋଗ ରହିଲେ ଆଗାମୀ ଦିନରେ ଅଂଚଳରେ କୌଣସି ଅଘଟଣ ହେବାର ନାହିଁ. ଯାହାକି ଅଂଚଳର ଜନସାଧାରଣ ମାନେ ଉପଯୁକ୍ତ ନ୍ୟାୟ ପାଇ ପାରିବେ ଏବଂ ଥାନା ଅଞ୍ଚଳ ବାସି ଉପଯୁକ୍ତ ନ୍ୟାୟ ପାଇ ପାରିବେ ବୋଲି ସମ୍ପୂର୍ଣ୍ଣ ଆଶା ଭରସା ରଖିବି.ଅନ୍ୟ ପକ୍ଷରେ ବଳଙ୍ଗା ଥାନା ଆରମ୍ଭ ଠାରୁ ଆଜି ପର୍ଯ୍ୟନ୍ତ ଜଣେ ହେଲେ ମହିଳା ଥାନା ଅଧିକାରୀ ନିଯୁକ୍ତି ହୋଇ ନଥିବା ବେଳେ ଶ୍ରୀମତୀ ସାହୁ ଯୋଗ ଦେବା ପରେ ବଳଙ୍ଗା ଥାନା ଅଂଚଳରେ ଏକ ନିଆରା ଖୁସି ପ୍ରତ୍ୟେକଙ୍କ ମୁଖରୁ ଶୁଣି ବାକୁ ମିଳୁ ଅଛି. ଥାନା ଅଧିକାରିଣୀଙ୍କ ପ୍ରତି ଯେଉଁ ଭଳି ଭଲ ପାଇବା ସ୍ରୋତ ଛୁଟି ଚାଲିଛି ସେହି ଭଳି ଅଂଚଳର ଜନସାଧାରଣ ମାନଙ୍କ ପ୍ରତି ନ୍ୟାୟ ପ୍ରଦାନ ଓ ସହଯୋଗ ହେବାକୁ ଆଗାମୀ ଦିନକୁ ଦେଖି ବାକୁ ରହିଲା ବୋଲି ବୁଦ୍ଧିଜୀବୀ ମାନେ ପ୍ରକାଶ କରି ଛନ୍ତି.

error: Content is protected !!