ମଦୁଆ ମାଲିକ + ମିଡ଼ିଆ ମାଲିକ ଉଭୟଙ୍କ କବଜାରେ ସରକାର ?


ଅପ୍ରିୟ କଥା !(ମଦୁଆ ମାଲିକ + ମିଡ଼ିଆ ମାଲିକ) ଉଭୟଙ୍କ କବଜାରେ ସରକାର ?ଫଟୋ ବି କଥା କହେ ..ସରକାର ଚଳେଇବା ପଛର ଦୁଇଟି ଖଳ ନାୟକ !ପରୋକ୍ଷରେ ରାଜନେତା ମାନଙ୍କୁ ପୋଷି ଚାଲନ୍ତି। ୨ଟି କବିତା ମାଧ୍ୟମରେ ଉପସ୍ଥାପନ ।ସବୁ ଆଞ୍ଚଳିକ ରାଜନୀତି ଦଳ ଓ ଜାତୀୟ ରାଜନୀତି ଦଳ ମଦୁଆ+ମିଡ଼ିଆ ଉପରେ ଭରସା କରି ଶାସନ ଗାଦିକୁ ସୁରକ୍ଷିତ କରନ୍ତି ।ନିର୍ବାଚନ ସମୟରେ ଏମାନେ କାମରେ ଆସନ୍ତି ।ଜଣେ କୋଟି କୋଟି ଟଙ୍କା ଦିଅନ୍ତି ଭୋଟ କିଣିବାକୁ ।ଆଉ ଜଣେ ଟିଭି ପରଦାରେ ରାଜନେତାଙ୍କ ଭାବମୂର୍ତ୍ତି ସୁଧାରିବାରେ ବ୍ୟସ୍ତ ରୁହନ୍ତି । ଏ ଦୁଇ ପରିପୂରକ ।ଏମାନଙ୍କ ଭିତିରି ସମ୍ପର୍କ ବୁଝିବାକୁ ଚେଷ୍ଟା କରନ୍ତୁ ।ପ୍ରଶାସନିକ ଅଧିକାରୀ ମାନେ ମଦ ମାଲିକଙ୍କୁ ସୁରକ୍ଷା ଦିଅନ୍ତି ଓ ପରୋକ୍ଷରେ ମଦ ମାଲିକ ଶାସକ ଦଳକୁ କୋଟି କୋଟି ଅର୍ଥ ଦିଅନ୍ତି । ସେଇ ଅର୍ଥରେ ଶାସକ ଦଳ ମିଡ଼ିଆ ମାଲିକଙ୍କୁ ବିଜ୍ଞାପନ ମାଧ୍ୟମରେ ଅର୍ଥ ଦିଅନ୍ତି । ଚାଟୁକାର ରିପୋର୍ଟର ଦରମା ନେଇ ଦିନରାତି ନେତାଙ୍କ ଗୁଣ ଗାନ କରନ୍ତି ।ସରକାର ମଦ ମାଲିକଙ୍କୁ ଲାଇସେନ୍ସ ଦେବା ପଛରେ ମୁଖ୍ୟ ଲକ୍ଷ୍ୟ ହେଲା ନିର୍ବାଚନ ବେଳେ ଭିତିରି ଚାନ୍ଦା ନେଇ ବ୍ୟୟ ବହୁଳ ନିର୍ବାଚନ ଖର୍ଚ୍ଚ କରିବା ।ଭୋଟରଙ୍କୁ ପ୍ରଭାବିତ କରି ନୋଟ ଦେଇ ଭୋଟ କିଣିବା ।ଗଣତନ୍ତ୍ର ଚୁଲିକୁ ଯାଉ ଏଥିରେ ନେତାଙ୍କର କିଛି ଅସୁବିଧା ହୁଏନି ।ଧରା ପଡ଼ି ଜେଲ୍ ଯାଇ ବେଲ ରେ ଆସି ଖୋଲା ଘୁରି ବୁଲନ୍ତି ।ସାଂସଦ ,ବିଧାୟକ,ସରପଞ୍ଚ,ଗାଁ କୁଜି ଟାଉଟର ନେତା ମାନେ ଭୋଟ କିଣିବା ପାଇଁ ମଦ ବେପାରୀଙ୍କ ଠାରୁ ପେଟି ପେଟି ଅର୍ଥ ନିଅନ୍ତି ଓ ସେଥିରୁ କିଛି ମିଡ଼ିଆକୁ ଧରେଇ ଦେଇ ବୁମ୍ କୁ କିଣି ନିଅନ୍ତି ।ମିଡ଼ିଆ ଖାଏ ଯାହାର ଗୁଣ ଗାଏ ସେମାନଙ୍କର ।କେବଳ ଟିକସ ଲୁଟ ଟଙ୍କା ହୋଇ ନପାରେ ।ଏଥିରେ ଅମଲାତନ୍ତ୍ର ସହିତ ରାଜନେତା ଓ ଖବର ପ୍ରସାରଣ ମିଡ଼ିଆଙ୍କ ଭାଗ ରହିଥିବ ନିଶ୍ଚୟ ।ଏମିତି ଅନେକ ଦଲାଲ ମଦୁଆ ମାଲିକ ସାରା ଦେଶରେ ନିଜର ଆଧିପତ୍ୟ ବିସ୍ତାର କରି ଚାଲିଛନ୍ତି ।ପ୍ରାୟ ସବୁ ଛୋଟ ବଡ ରାଜନୀତି ଦଳ କଳାଧନକୁ ଧଳା କରିବା ପାଇଁ Income Tax 100% Reabate ଫାଇଦା ନିଅନ୍ତି । News Channel ଓ କିଛି ସାପ୍ତାହିକ/ମାସିକ ପତ୍ରିକା ମାଧ୍ୟମରେ କଳାଧନ ବଣ୍ଟନ ହୁଏ ।ରାଜନୀତି ଦଳର ଚେଲା ଚାମୁଣ୍ଡା ମାନେ ପତ୍ର କାରିତା କୁ ସମାଜ ସେବା ନୁହେଁ ମୁଖ୍ୟ ବ୍ୟବସାୟ ଭାବି ରୋଜଗାର ଉପରେ ଧ୍ୟାନ ଦେଇ ନିଜର ନୈତିକତା ହରେଇ ବସିଥାନ୍ତି ।ବେକାରୀ ସମସ୍ୟା ଏମିତି ଏକ ରୋଗ ଯାହାର ଫାଇଦା ନେଇ ରାଜନେତା ମାନେ ମଦ ଦେଇ ଏମାନଙ୍କୁ କିଣି ନେଇଛନ୍ତି ନିର୍ବାଚନ ବେଳେ କାମରେ ଲଗେଇ ହିଂସା ଓ ଗୁଣ୍ଡାଗର୍ଦୀ କରି ଭୋଟ ହାତେଇ ନେଉଛନ୍ତି ।ସହର ହେଉ ବା ଗାଁ ହେଉ ପାଠୁଆ କିମ୍ବା ଅପାଠୁଆ ବ୍ୟକ୍ତି ରାଜନୀତି ଦଳର ଚେଲା ବନିବାର ମୁଖ୍ୟ କାରଣ ବ୍ୟକ୍ତିଗତ ସ୍ବାର୍ଥ ।ଏମାନେ ମଦୁଆ ମାଲିକ ଓ ରାଜନେତାଙ୍କ ଭିତରେ ଯୋଗସୁତ୍ର ରକ୍ଷା କରିଥାନ୍ତି ।ହୋଟେଲ ବାର ଚାଲିଥାଏ ମଦ ମାଲିକ ଓ ମିଡ଼ିଆ ମାଲିକ ପାଇଁ ।ଉଭୟ ନାଲି ପାଣି ମଜା ନେଇ ରଙ୍ଗୀନ ରାତିକୁ ମନଭରି ଉପଭୋଗ କରନ୍ତି । ପକେଟରୁ ଝାଳ ବୁହା ଧନ ଖର୍ଚ୍ଚ କରି ସାଧାରଣ ମୂଲିଆ ଟିଏ ମଦୁଆ ମାଲିକକୁ ପୋଷିବା ସହିତ ସରକାରଙ୍କ ରାଜକୋଷ ବୃଦ୍ଧିରେ ସହାୟକ ହୁଏ ।କିନ୍ତୁ ମିଡ଼ିଆ ରିପୋର୍ଟର ମାଗଣା ଭଲ ବ୍ରାଣ୍ଡ ମଦ ପିଇ ଗୁଣ ଗାନ କରିଥାଏ । ଚାଟୁକାରିତା ର ସବୁ ସୀମା ଅତିକ୍ରମ କରି ଚାଲିଛନ୍ତି କିଛି ପତ୍ରକାର ।ମଦୁଆ ଓ ମିଡ଼ିଆର ଭିତିରି ପରୋକ୍ଷ ସମ୍ପର୍କ ଉପରେ କବିତା ।(କିଛି ହାତ ଗଣତି ପତ୍ରକାର ନିଜର ନୈତିକତା ବଜାୟ ରଖି ପ୍ରକୃତ ତଥ୍ୟ ଉପସ୍ଥାପନ କରୁଛନ୍ତି ।ଏମାନଙ୍କୁ କୋଟି କୋଟି ପ୍ରଣାମ )🙏🙏


error: Content is protected !!