ପବିତ୍ର ମହାଶିବରାତ୍ରି ଅବସରରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସୁଗୋ ପଞ୍ଚାୟତର ସୁଗୋ ପାଣି ସାହି ଠାରେ ବାବା ଲବଣେଶ୍ୱର ମହାଦେବଙ୍କ ନିକଟରେ ଶିବରାତ୍ରି ପର୍ବ ମହା ସମାରୋହରେ ପାଳିତ ହୋଇଯାଇଛି। ଅଞ୍ଚଳରେ ଭକ୍ତିମୟ ପରିବେଶ ମଧ୍ୟରେ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି ଅବସରରେ ଉପଦେଷ୍ଟା କଳ୍ପତରୁ ପାଣି, ସମ୍ପାଦକ ପ୍ରଭାତ କୁମାର ଜେନା ଓ ସଭାପତି ପ୍ରଫୁଲ୍ଲ କୁମାର ରାୟ ମୁଖ୍ୟ ଦାୟିତ୍ୱ ନିଭାଇଥିଲେ। ଅନୁଷ୍ଠାନର ସଦସ୍ୟ ଦିଲ୍ଲୀପ କୁମାର ଜେନା, ରାଜୀବ ପାଣି, ଗୋପୀନାଥ ପାଣି, ନାରାୟଣ ବାରିକ୍ ସହିତ ଅନ୍ୟାନ୍ୟ ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ।
ଉତ୍ସବ ଅବସରରେ ଭଜନ, କୀର୍ତ୍ତନ, ନାମଯଜ୍ଞ ଓ ବିଭିନ୍ନ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ହଜାର ହଜାର ଭକ୍ତ ଏହି ପବିତ୍ର ଉତ୍ସବରେ ଯୋଗଦେଇ ବାବାଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ।ଉତ୍ସବ ଶେଷରେ ଭକ୍ତବୃନ୍ଦ ଓ ସ୍ଥାନୀୟ ଜନସାଧାରଣଙ୍କୁ ପ୍ରସାଦ ବିତରଣ କରାଯାଇଥିଲା। ସମଗ୍ର ଅଞ୍ଚଳ ଶିବମୟ ପରିବେଶରେ ମଗ୍ନ ହୋଇଯାଇଥିଲା।

More Stories
ପିକ୍ଅପ୍ରେ ଚାଲାଣ ହେଉଥିଲେ ୭୫ ଛେଳି, ମାଡ଼ି ବସିଲା ପୋଲିସ
ନକଲି ଫେସ୍ବୁକ୍ ଆଇଡିରେ ଠକି ନେଇଥିଲେ ୨୫ ଲକ୍ଷ ଟଙ୍କା, ୩ ଭଉଣୀଭାଇଙ୍କୁ ବାନ୍ଧିଲା ସାଇବର ପୋଲିସ
ପାସପୋର୍ଟ ନିୟମରେ ବଡ଼ ପରିବର୍ତ୍ତନ