ସାଉଥ ସୁପରଷ୍ଟାର ଥଲାପତି ବିଜୟ କେବଳ ଜଣେ ଅଭିନେତା ନୁହେଁ, ବରଂ କୋଟି ହୃଦୟର ରାଜା । ଗତ କିଛିଦିନରୁ ତାଙ୍କ ଫିଲ୍ମ ‘ଜନ ନାୟକନ’ର ରିଲିଜ୍ ଡେଟ୍ ଘୁଞ୍ଚି ଘୁଞ୍ଚି ଯାଉଛି । ଫଳରେ ଫ୍ୟାନ୍ସଙ୍କୁ ତାଙ୍କ ଫିଲ୍ମ ଲାଗି ବହୁ ଅପେକ୍ଷା କରିବାକୁ ପଡ଼ୁଛି । ମାତ୍ର ବିଜୟ ଗତ କିଛି ବର୍ଷରୁ ଏଭଳି ଫିଲ୍ମ ଦେଇଛନ୍ତି ଯାହା ଦର୍ଶକଙ୍କ ହୃଦୟରେ ରହିଛି ।
ତାଙ୍କ ଦମଦାର୍ ଅଭିନୟ, ରୋମାନ୍ସ ଏବଂ ଭାବୁକ ଅଭିନୟ ପ୍ରତ୍ୟେକ ବର୍ଗର ଲୋକଙ୍କୁ ପସନ୍ଦ ଆସିଥାଏ । ଆସନ୍ତୁ ନଜର ପକାଇବା ବିଜୟଙ୍କ ଏଭଳି କିଛି ହିଟ୍ ଫିଲ୍ମ ଉପରେ ।
ଶାହଜହାଁ ଏକ ସୁନ୍ଦର ରୋମାଣ୍ଟିକ୍ ଫିଲ୍ମ ଅଟେ । ଯେଉଁଥିରେ ବିଜୟ ଜଣେ ସଚ୍ଚା ପ୍ରେମିକର ଚରିତ୍ରରେ ନଜର ଆସିଥିଲେ । ସେ ନିଜ ପ୍ରେମିକାର ଖୁସି ଲାଗି ସବୁ ଅସୁବିଧା ଉଠାଇବା ପାଇଁ ପ୍ରସ୍ତୁତ ରହୁଛନ୍ତି । ଫିଲ୍ମର କାହାଣୀ ଭାବନାରେ ଭରି ହୋଇ ରହିଛି ଏବଂ ହୃଦୟକୁ ଛୁଇଁ ଯାଉଛି ।ଘିଲ୍ଲୀ ଫିଲ୍ମରେ ବିଜୟ ଜଣେ କବାଡ଼ି ଖେଳାଳୀ ହୋଇଛନ୍ତି । ଯିଏ ଜଣେ ଯୁବତୀଙ୍କୁ ଦୁର୍ଦ୍ଦାନ୍ତ ଖଳନାୟକଙ୍କଠାରୁ ବଞ୍ଚାଉଛନ୍ତି । ଖେଳ, ରୋମାନ୍ସ ଏବଂ ଜବରଦସ୍ତ ଆକ୍ସନର ଏଭଳି କମ୍ବିନେଶନ ବହୁତ୍ କମ୍ ଫିଲ୍ମରେ ଦେଖିବାକୁ ମିଳିଥାଏ ।
ତିଋୁପାଚିରେ ବିଜୟ ଏକ ଏଭଳି ଭାଇର ଭୂମିକା ନିଭାଇଛନ୍ତି ଯାହା ନିଜ ଭଉଣୀର ସୁରକ୍ଷା ଲାଗି କୌଣସି ବି ସ୍ତରକୁ ଯାଇପାରେ । ଏହି ଫିଲ୍ମରେ ପରିବାର ଲାଗି ସମର୍ପଣ ଏବଂ ଭାଇ- ଭଉଣୀର ସମ୍ପର୍କକୁ ଦେଖାଯାଇଛି ।
ପୋକ୍କିରୀ ଫିଲ୍ମରେ ବିଜୟ ଜଣେ ପୁଲିସ ଅଫିସରର ଭୂମିକା ନିଭାଇଛନ୍ତି । ଯିଏ ଗ୍ୟାଙ୍ଗଷ୍ଟାରଙ୍କ ମଧ୍ୟରେ ରହି ତାଙ୍କ ବିରୁଦ୍ଧରେ ତଥ୍ୟ ଯୋଗାଡ଼ କରୁଛି । ଫିଲ୍ମରେ ଆକ୍ସନ ସହ କମେଡ଼ିର ତଡ଼କା ବି ରହୁଛି, ଯାହା ଏହାକୁ ସମ୍ପୂର୍ଣ୍ଣ ଭାବେ ମନୋରଞ୍ଜନ ଦେଉଛି । ଫିଲ୍ମ ଥୁପ୍ପକ୍କିରେ ବିଜୟ ଏକ ଆର୍ମି ଅଫିସରର ଭୂମିକା ନିଭାଉଛନ୍ତି । ଯିଏ ଦେଶକୁ ଅସୁବିଧାରେ ପକାଉଥିବା ସ୍ଲିପର ସେଲଙ୍କ ବିପକ୍ଷ ମିଶନରେ ବାହାରୁଛନ୍ତି। ଫିଲ୍ମର କାହାଣୀ ଦ୍ରୁତଗତିରେ ଏବଂ ପ୍ରତ୍ୟେକ ସିନରେ ସସ୍ପେନ୍ସ ରହୁଛି । ଥେରୀରେ ବିଜୟ ଏକ ଦାୟିତ୍ବବାନ ବାପା ଏବଂ କର୍ତ୍ତବ୍ୟରତ ପୁଲିସ ଅଧିକାରୀର ଭୂମିକାରେ ନଜର ଆସୁଛନ୍ତି । ଏହି ଫିଲ୍ମରେ ଇମୋଶନ ଏବଂ ଆକ୍ସନ ଉଭୟର ସନ୍ତୁଳନ ଦେଖିବାକୁ ମିଳୁଛି ।ଲିଓ ବି ବିଜୟଙ୍କ କ୍ୟାରିୟରର ମୁଖ୍ୟ ଫିଲ୍ମ ମାନଙ୍କ ମଧ୍ୟରୁ ଗୋଟିଏ । ଏହି ଫିଲ୍ମର ନିର୍ଦେଶନା ଲୋକେଶ କନଗରାଜ କରିଥିଲେ। ଫିଲ୍ମରେ ବିଜୟଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳୁଛି । ଯେଉଁଥିରେ ଆକ୍ସନ ସହ ବହୁ ଭାବନା ଯୋଡ଼ି ହୋଇ ରହିଛି ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…