ବୈଦ୍ୟୁତିକ ଗଣମାଧ୍ୟମ କନକ ନ୍ୟୁଜର ସମ୍ପାଦକ ଦାୟିତ୍ୱ ନେଲେ ସମ୍ବାଦର ସମ୍ପାଦକ ତଥା ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ


ରାଜ୍ୟର ଅଗ୍ରଣୀ ବୈଦ୍ୟୁତିକ ଗଣମାଧ୍ୟମ କନକ ନ୍ୟୁଜର ସମ୍ପାଦକ ଦାୟିତ୍ୱ ନେଲେ ସମ୍ବାଦର ସମ୍ପାଦକ ତଥା ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ।ଦୀର୍ଘ ଦଶନ୍ଧିରୁ ଅଧିକ ସମୟ ଧରି ଗଣମାଧ୍ୟମ ଜଗତ ସହ ଜଡିତ ଏବଂ ସମ୍ବାଦ ଗ୍ରୁପର ବରିଷ୍ଠ ପରିଚାଳନା ମଣ୍ଡଳୀରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ଆସିଛନ୍ତି ତନୟା ।ତନୟାଙ୍କ ନେତୃତ୍ୱ ଏବଂ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କନକ ନ୍ୟୁଜ୍, ରେଡିଓ ଚକଲେଟ୍ ଏବଂ ସମ୍ବାଦ ଡିଜିଟାଲ ପରିଚାଳିତ ହୋଇ ଆସୁଥିଲା। ନିକଟରେ ସେ ତାଙ୍କ ବାପା ସୋମ୍ୟରଞ୍ଜନ ପଟ୍ଟନାୟକଙ୍କ ସ୍ଥାନରେ ରାଜ୍ୟର ଅଗ୍ରଣୀ ଖବର କାଗଜ ସମ୍ବାଦର ସମ୍ପାଦକ ଦାୟିତ୍ୱ ଗ୍ରହଣ କରିଥିଲେ।


error: Content is protected !!