ଶ୍ରୀରାମଙ୍କ ସୁଭଖୁଣ୍ଟ ସ୍ଥାପନ


ରାୟଗଡ:(କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ):- ପଦ୍ମପୁର ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମ ଙ୍କ ମନ୍ଦିରର ପ୍ରତିଷ୍ଠା ଉତ୍ସବ ନିମନ୍ତେ ସକାଳ ୯ ଘଣ୍ଟା ସମୟରେ ଶୁଭଖୁଣ୍ଟି ସ୍ଥାପନ ହୋଇଯାଇଛି । ଏଥିରେ କର୍ତ୍ତା ରୂପେ ପୂର୍ଣ୍ଣଚନ୍ଦ୍ର ସାହୁ ଓ ପୁରୋହିତ ଭାବେ ନରସିଂହ ସାମନ୍ତରାୟ ଓ ରାଜା ବାହିନୀପତି ଯୋଗଦାନ କରି ପୂଜା କାର୍ଯ୍ୟ ସମ୍ପାଦନା କରିଥିଲେ । ସଂକୀର୍ତ୍ତନ ମଣ୍ଡଳୀ, ଶଙ୍ଖ ଧ୍ଵନି ଓ ରାମନାମ , ଦ୍ଵାରା ପୁରା ଅଞ୍ଚଳ ରାମମୟ ହୋଇଥିଲା।ପଦ୍ମପୁର ଗ୍ରାମବାସୀ ଓ ଆଖ ପାଖ ଅନେକ ଗ୍ରାମର ଭକ୍ତମାନେ ପହଞ୍ଚି ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ଏଥିରେ ମୃଦଙ୍ଗ ଗୁରୁ ଗୌର ଚନ୍ଦ୍ର ସାହୁ ,ଶ୍ୟାମ ସୁନ୍ଦର ସାହୁ ,କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ ,କୃଷ୍ଣ ଚନ୍ଦ୍ର ପଣ୍ଡା ,ହରିସରଣ ଦାସ, ଅଧ୍ୟାପକ ରମେଶ ଚନ୍ଦ୍ର ପଣ୍ଡା, ହରେକୃଷ୍ଣ ପାଢ଼ୀ,ଚଗଲା ପଣ୍ଡା, ଜଗଦୀଶ ଚନ୍ଦ୍ର ସାହୁ ,ପ୍ରଦୀପ କୁମାର ବାହିନୀପତି, ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ,ଭାସ୍କର ସାହୁ ,ସଭା ସୁନ୍ଦର ସାହୁ ,ଟୁଟୁ ପାଣିଗ୍ରାହୀ ,ଗୋଦାବରୀ ରାଉତ,ରାଜିବ ସାହୁ, ଲାଡି ଗାନ୍ଧୀ, ଲାଡି ତୁକାରାମ, ରଘୁନନ୍ଦନ ସାହୁ, ରାଜୁ ପାଣିଗ୍ରାହୀ ଅଟଳ ଚୌଧୁରୀ ପ୍ରମୁଖ ଯୋଗ ଦେଇ ଥିଲେ ତଥା ଶ୍ରୀ ରାମ ମନ୍ଦିର ପରିଚାଳନା କମିଟି, ପଦ୍ମପୁର ର ସମସ୍ତ ସଦସ୍ୟ ଏଥିରେ ସହଯୋଗ କରି ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।


error: Content is protected !!