February 19, 2026

Now Odisha

Now Odisha

ସିନାପାଲିରେ ଜାତିପ୍ରଥାର କଳା ଛାୟା:ଅଙ୍ଗନୱାଡ଼ିରୁ ଦୂରରେ ଶିଶୁ ଓ ଗର୍ଭବତୀ |

Spread the love

ଡିଜିଟାଲ ଭାରତରେ ମଧ୍ୟ ଆଜି ବଞ୍ଚିଛି ଜାତିପ୍ରଥା।
ଦଳିତ ମହିଳା ନିଯୁକ୍ତି ପାଇଥିବାରୁ ଅଙ୍ଗନୱାଡ଼ିକୁ ଯାଉନାହାନ୍ତି ଶିଶୁ,
ଖାଦ୍ୟ ନେଉନାହାନ୍ତି ଗର୍ଭବତୀ ଓ ପ୍ରସୂତି ମହିଳା।
ଏହିଭଳି ଅଭାବନୀୟ ଘଟଣା ଆସିଛି ନୂଆପଡ଼ା ଜିଲ୍ଲାରୁ

କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ପରେ,
ଏବେ ନୂଆପଡ଼ା ଜିଲ୍ଲାର Sinapali Block ଅଞ୍ଚଳରେ
ଦେଖିବାକୁ ମିଳିଛି ଏଭଳି ଲଜ୍ଜାଜନକ ଘଟଣା।

ସିନାପାଲି ବ୍ଲକର ନୂଆପଡ଼ା ପଞ୍ଚାୟତ ପଲସାପଡ଼ା ଅଙ୍ଗନୱାଡ଼ି କେନ୍ଦ୍ରରେ
ଗତବର୍ଷ ଅକ୍ଟୋବର ୧୫ ତାରିଖରେ ମମତା ବାଗ ନାମକ ଜଣେ ମହିଳା
ରୋଷେୟା ପଦରେ ନିଯୁକ୍ତି ପାଇଥିଲେ।

ତାଙ୍କ ନିଯୁକ୍ତି ପରେ ଜାତିଆଣ ମନୋଭାବ ଦେଖାଇ
ଅଭିଭାବକମାନେ ଶିଶୁଙ୍କୁ କେନ୍ଦ୍ରକୁ ଛାଡୁନାହାନ୍ତି।
ଏପରିକି ଗର୍ଭବତୀ ଓ ପ୍ରସୂତି ମହିଳାମାନେ
ସହାୟିକାଙ୍କ ହାତରୁ ମିଳୁଥିବା ଖାଦ୍ୟ ମଧ୍ୟ ଗ୍ରହଣ କରୁନାହାନ୍ତି।

ପ୍ରଶାସନର ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ
ଗାଁର ଅଙ୍ଗନୱାଡ଼ି କେନ୍ଦ୍ରରେ ଅଚଳାବସ୍ଥା ଜାରି ରହିଛି।
ସିନାପାଲି ବିଡିଓ ଓ ସିଡିପିଓ ଗାଁକୁ ଯାଇ
ଅଭିଭାବକଙ୍କ ସହ ଆଲୋଚନା କରିଥିଲେ ମଧ୍ୟ
କୌଣସି ସକାରାତ୍ମକ ଫଳ ମିଳିନାହିଁ।

ନିଯୁକ୍ତ କେନ୍ଦ୍ର ସହାୟିକା ମମତା ବାଗଙ୍କ କହିବାନୁସାରେ,
ସେ ଅନୁସୂଚିତ ଜାତିର ହୋଇଥିବାରୁ
ତାଙ୍କ ନିଯୁକ୍ତିକୁ ବିରୋଧ କରାଯାଉଛି।

ଜିଲ୍ଲା ଶିଶୁବିକାଶ ପ୍ରକଳ୍ପ ଅଧିକାରୀ ଏସ୍‌ ଗୀତା କହିଛନ୍ତି,
ଅନେକଥର ସମାଧାନ ପାଇଁ ଉଦ୍ୟମ ହୋଇଛି,
କିନ୍ତୁ ସଫଳତା ମିଳୁନି।
ନୂଆପଡ଼ା ଉପଜିଲ୍ଲାପାଳଙ୍କ ନେତୃତ୍ୱରେ
ପୁଣିଥରେ ଗାଁକୁ ଯାଇ ସମସ୍ୟାର ସମାଧାନ କରାଯିବ।

ଶିଶୁ ଓ ଗର୍ଭବତୀଙ୍କ ପୋଷଣ ସେବା
ଜାତିପ୍ରଥାର ଶିକାର ହେବା କେତେ ଦୁଃଖଦ!
ପ୍ରଶାସନ କେବେ ନେବ କଠୋର ପଦକ୍ଷେପ—
ଏହାକୁ ନେଇ ଅପେକ୍ଷା।

error: Content is protected !!