ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ୨୦୨୬ ସଂସ୍କରଣର ପ୍ରଥମ ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ଭଞ୍ଜନଗର ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ ଏଥିରେ ଅଧ୍ୟକ୍ଷତା କରିଥିଲେ। ପୁରୋହିତ ଉପେନ୍ଦ୍ର କୁମାର ମିଶ୍ର, ଜୟକୃଷ୍ଣ ମିଶ୍ର ଯାତ୍ରା ସୂଚୀ ପ୍ରଦାନ କରିଥିଲେ।
ବୈଠକରେ ଯାତ୍ରା କମିଟିର ମୁଖ୍ୟ ଉପଦେଷ୍ଟା ତଥା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ବଡ଼ ଧରଣର ଯାତ୍ରା ଆୟୋଜନ କରାଯାଇ ରାଜ୍ୟରେ ନୂଆଁ ଇତିହାସ ରଚାଯିବ ବୋଲି କହିଥିଲେ।
ଏଥିପାଇଁ ଅଞ୍ଚଳବାସୀଙ୍କ ସହଯୋଗ କାମନା କରିଥିଲେ ବିଧାୟକ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ତଥା ଉପ ଜିଲାପାଳ ଉମା ଶଙ୍କର ବେହେରା ଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହ ହେବ ସେ ନେଇ କହିଥିଲେ। ଏଏସପି ରଞ୍ଜନ କୁମାର ଦେ, ତହସିଲଦାର ଅଭିପ୍ସା ପଟ୍ଟନାୟକ, ବିଡିଓ ଭାରତୀ ଦେବୀ, ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଟ ପଣ୍ଡା, ଆଇନଜୀବୀ ବିଷ୍ଣୁ ପ୍ରସାଦ ପ୍ରଧାନ, ଉପ ସଭାପତି ବିନୟ କୁମାର ରଥ, ଶାନ୍ତନୁ କୁମାର ଦାସ, ମୂରଲୀ ଧର ପଣ୍ଡା, ସଂଗଠନ ସଂପାଦକ ସୁଶାନ୍ତ ମହାପାତ୍ର, ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ବେହେରା, ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ପାତ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ବୈଠକରେ ସହରର ଅଧିକାଂଶ ବିଭାଗର ଅଧିକାରୀ ଏବଂ କର୍ମକର୍ତ୍ତା ଯୋଗ ଦେଇଥିଲେ।
ସୂଚନାଯୋଗ୍ୟ ଚଳିତ ବର୍ଷ ମଧ୍ୟ ଏପ୍ରିଲ ୨୬ ତାରିଖରୁ ଯାତ୍ରା ଆରମ୍ଭ ହୋଇ ମେ ମାସ ୨୦ ତାରିଖରେ ଯାତ୍ରା ସରିବ। ମେ ୧୯ ତାରିଖରେ ସିଂହ ବାହିନୀ ଯାତ୍ରା ହେବ । ୨୫ ଦିନ ଧରି ଯାତ୍ରା ଚାଲିବ।
ଭଞ୍ଜନଗର ଠାକୁରାଣୀ ଯାତ୍ରାକୁ ଦୁଇଟି ଦେବୀଙ୍କୁ ନିମନ୍ତ୍ରଣ କରାଯାଏ। ପ୍ରଥମେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଇଷ୍ଟଦେବୀ ବ୍ୟାଘ୍ର ଦେବୀଙ୍କୁ କୁଲାଡରୁ ଏକ ବିରାଟ ଶୋଭାଯାତ୍ରାରେ ଅଣାଯିବ। ଦେବୀଙ୍କୁ ଶଗଡ଼ରେ ବସାଇ ଦୀର୍ଘ ୮ କିମି ପର୍ଯ୍ୟନ୍ତ ଭଞ୍ଜନଗର ଅଣାଯିବ।

More Stories
ନାବାଳିକାକୁ ଅପହରଣ ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି
ଗଣିଆରେ ପ୍ରଧାନ ମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ
ସଂପୂର୍ଣ୍ଣ ନିଆରା ଭିନ୍ନ ସ୍ବାଦର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ ଏବଂ ପରିବେଷଣର ଲୋକପ୍ରିୟ ସଂସ୍ଥା :” ଇନ୍ ଟାଇମ୍ ଆଣ୍ଡ କ୍ୟାଟ୍ରିଙ୍ଗ “