ପଦ୍ମପୁର ବ୍ଲକରେ କଂଗ୍ରେସର କର୍ମୀ ବୈଠକ ଅନୁଷ୍ଠିତ


ରାୟଗଡ଼ା:(କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ):- ଆଜି ପଦ୍ମପୁର ବ୍ଲକ ଲିକିଟିପଦର ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମ ଏବଂ ଗୁଣୁପୁର ବ୍ଲକ ଭୀମପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମକୁ ଯାଇ ବୈଜଷ୍ଟ ପୁରୁଷ ଓ ମହିଳା ମାନଙ୍କ ସହ ସାକ୍ଷାତ କରି ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସକୁ ଆଶୀର୍ବାଦ କରିବା ପାଇଁ ଯୁବ ନେତା ତଥା ବିଧାୟକ ଆଶାୟୀ ପ୍ରାଥୀ ସତ୍ୟଜିତ ଗମାଙ୍ଗ ନିବେଦନ କରିଥିଲେ |ବୁଥ ସ୍ତରରେ କିଭଳି ଭାବରେ କଂଗ୍ରେସ ସୁଦୃଢ ହେବ ସେ ବିଷୟରେ ଗ୍ରାମବାସୀ, ସମିତିସଭ୍ୟ ଏବଂ ସରପଞ୍ଚଙ୍କ ଆଲୋଚନା କରିଥିଲେ |ଆଜିର ଏହି ଗସ୍ତ ସମୟରେ ଭୀମପୁର ସମିତିସଭ୍ୟ ଅନାଶୁ ଶବର, ଭୀମପୁର ସରପଞ୍ଚ ଚକ୍ର ଶବର, ପୂର୍ବତନ ସରପଞ୍ଚ ଏମିଆଲ ଶବର, ମାଝୀ ଶବର, କଇରା ମାଝୀ, ରାମ ଶବର,ନାରସାମୀ ମାଝୀ,ବାସୀ ମାଝୀ ଏବଂ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ |


error: Content is protected !!