ରାଜନୈତିକ ପୃଷ୍ଠୋପୋଷକତାରେ ଜନସାଧାରଣଙ୍କୁ ଅନ୍ଧାରରେ ରଖି ଚାଲିଛି ପଥର ବ୍ଲାଷ୍ଟିଂ ଓ ବେଆଇନ ପଥର ଚାଲାଣ


ହିଞ୍ଜିଳିକାଟୁ :-ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ପୋୖର ପରିଷଦ ଦ୍ୱାରା ରାଜନୈତିକ ପୃଷ୍ଠୋପୋଷକତାରେ ତଥା ଜନସାଧାରଣଙ୍କୁ ଅନ୍ଧାରରେ ରଖି ଉନ୍ନୟନ ମୂଳକ ପ୍ରକଳ୍ପର ଦ୍ୱାହି ଦେଇ ବିଭିନ୍ନ ଅଞ୍ଚଳରୁ କ୍ଷୁଦ୍ର ଓ ମଧ୍ୟମ ଧରଣର ଖଣିଜ ସମ୍ପଦ ବେଧଡକ ଭାବେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ଜନସାଧାରଣଙ୍କ ଆଗ ରେ ନୂତନ ପ୍ରକଳ୍ପର ଅନ୍ଧ ପଟୁଳି ବାନ୍ଧି ବିଭିନ୍ନ ଜାଗାରୁ ତହସିଲ ଭୁକ୍ତ ଶୈରାତ ଜାତ ପ୍ରଦାର୍ଥ ଚୋରା ଭାବେ ବାରମ୍ବାର ବିକ୍ରି ହେଉଥିବା ସ୍ୱତେ କୌଣସି ପ୍ରକାର ସରକାରୀ କାର୍ଯ୍ୟାନୁଷ୍ଠାନ ହେଉ ନଥିବା ଆଲୋଚନା ହେଉଛି । ଗତ କିଛିଦିନ ତଳେ ହିଞ୍ଜିଳି ପୋୖର ପରିଷଦର ହିଞ୍ଜିଳି ଏବଂ ସରସ୍ବତୀ ବିଦ୍ୟା ମନ୍ଦିର ମଧ୍ୟସ୍ଥ ଅଞ୍ଚଳର ଅବକାରୀ କାର୍ଯ୍ୟଳୟ ଏବଂ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଏହାର ଉଦାହରଣ । ଉକ୍ତ ଅଞ୍ଚଳରୁ ସହ ସହ ଟ୍ରକ ପଥର ଏବଂ ମୋରମ୍ କୋଭିଡ ସମୟରେ ବର୍ଜ୍ୟବସ୍ତୁ ନିର୍ମାଣ ପରିଚଲାନା କେନ୍ଦ୍ର ନାମରେ ଚୋରା ଚାଲାଣ ହେବା ସହ ମୂଲ୍ୟବାନ ଖଣିଜ ସମ୍ପଦର ମୂଲ୍ୟହୀନ ରାଜସ୍ୱ ଦେଇ ଚାଲାଣ ହୋଇଥିବା, ତଥା ବହୁ ବ୍ୟକ୍ତିଙ୍କ ଜାଗାକୁ ଚୋରା ଚାଲାଣ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ବର୍ତ୍ତମାନ ବଇଞ୍ଚବଣିଆ ସ୍ଥିତ ଗୀତାମନ୍ଦିର ପାଖରେ ଏକ ପ୍ରକଳ୍ପ (ମଲ୍ଟି କମ୍ପ୍ଲେକ୍ସ) ନାମରେ ସେହି ଅଞ୍ଚଳରେ ଥିବା ଏକ ବିରାଟ କାୟ ପଥରକୁ ଖନନ କରି (ଆନୁମାନିକ ଏକ ସତରୁ ଉର୍ଦ୍ଧ୍ବ ଟ୍ରକ ପଥର) ସେଠାରୁ ଚୋରା ଚାଲାଣ ହେଇଥିବା ଏବଂ କିଛି ରାଜନୈତିକ ତଥା ବିତ୍ତଶାଳି ବ୍ୟକ୍ତିଙ୍କୁ ବହୁ ମୂଲ୍ୟ ବିନିମୟରେ ପ୍ରଦାନ କରାଯାଇଥିବା ସାଧାରଣ ଆଲୋଚନାରୁ ସ୍ୱଷ୍ଟ ।ଉକ୍ତ ଘଟଣାରେ ପ୍ରଶାସନିକ ଅଧିକାରୀ ମାନଙ୍କ ପ୍ରମୁଖ ହାତ ଥାଇ ହେଉଥିବା ବିଷୟ ଜନସାଧାରଣରେ ଚର୍ଚ୍ଚା ହେଉଛି ।ବେଳ ଥାଉଥାଉ ଏହାରି ଉପରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଲକ୍ଷ ଲକ୍ଷ ଟଙ୍କାର ସରକାର ରାଜସ୍ୱ ହରାଇବାର ସମ୍ଭାବନା କୁ ଏଡାଇ ଦିଆଯାଇନପାରେ । ଘଟଣାର ସମ୍ବାଦିନଶୀଳତାକୁ ଦୃଷ୍ଟିରେ ରଖି କିଛି ପଥର ଖନନ କରି ଉକ୍ତ ଅଞ୍ଚଳରେ ଅକ୍ସନ ନାମରେ ରଖି ବହୁ ପଥର ବର୍ତ୍ତମାନ ସୁଦ୍ଧା ଚାଲାଣ ହେଉଥିବା ଦେଖିବାକୁ ମିଳିଛି ।ନିର୍ଭୟରେ କେଉଁ ପ୍ରଶାସନିକ ଅଧିକାରୀଙ୍କ ହାତ ବାରିସୀ ହୋଇ ବେଆଇନ କାର୍ଯ୍ୟ ଓ ଚୋରା ଚାଲାଣ ଚାଲିଛି ଅନୁସନ୍ଧାନ ସାପକ୍ଷ ।


error: Content is protected !!