୨୯ କେଜି ଗଞ୍ଜେଇ ସହ କାର ଜବତ ମାଫିଆ ଗିରଫ


ବୈପାରିଗୁଡ଼ା:(ଗୋମତି ପାଙ୍ଗି):- ବୈପାରିଗୁାଡ଼ା ଅଞ୍ଚଳରେ ଦିନକୁ ଦିନ ଗଞ୍ଜେଇ ଜବତ କରୁଥିବା ବେଳେ ପୁଣି ଆଜି ୨୯ କେଜି ଗଞ୍ଜେଇ ଓ ଏକ ଧଳା ରଙ୍ଗର କାର ଜବତ କରିବା ସହ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ବୈପାରିଗୁଡ଼ା ପୋଲିସ। ସୂଚନା ଅନୁଯାୟୀ ଲମତା ପୁଟ ଠାରୁ ମହୁଲ ପୁଟ ଦେଇ ବୈପାରିଗୁଡ଼ା ବାହାରିବା ବାଇପାସ୍ ରାସ୍ତାରେ ଗଞ୍ଜେଇ ଚରା ଚାଲାଣ କରୁଥିବା ନେଇ ବୈପାରିଗୁଡ଼ା ଥାନା ଅଧିକାରୀ ବିଶେଷ ସୂତ୍ରରୁ ଖବର ପାଇଥିଲେ। ତେବେ ସେହି ରାସ୍ତା ଦେଇ ଆସୁଥିବା ରାସ୍ତାରେ ପୋଲିସ ଜଗି ରହିବା ସହ ଜାନ ବାହନକୁ କଡ଼ା କଡ଼ି ଭାବେ ଚେକିଙ୍ଗ୍ କରୁଥିଲେ। ସେହି ରାସ୍ତାଦେଇ OD 10 W 6325 ଏକ ଧଳା ରଙ୍ଗର କାର ଆସିଥିବାରୁ ପୋଲିସ୍ କାରଟିକୁ ଅଟକାଇ ଥିଲେ। ଗଞେଇ ମାଫିଆ କାର ନଅଟକାଇ ପୋଲିସ୍ ଗାଡ଼ିକୁ କଟ୍ କରି ବାଇପାସ୍ ରାସ୍ତାରୁ ଗାଡ଼ିଟି ଦୃତ ଗତିରେ ବାହାର୍ କରି ରାଞ୍ଚି ବିଜେବେଡ଼ା ୩୨୬ ନମ୍ୱର୍ ଜାତୀୟ ରାଜପଥ ଦେଇ ଖସି ଚାଲି ଯିବାର ଉଦ୍ୟମ କରୁଥିଲା। ତେବେ କାରଟି ଦୃତ ଗତିରେ ଯିବାର ଦେଖି ପ୍ରାୟ ପନ୍ଦର କିଲୋମିଟରରୁ ଉର୍ଦ୍ଧ ଗଡ଼ାଇ ଗଡ଼ାଇ ଫିଲ୍ମ୍ ଷ୍ଟାଇଲରେ କାରଟିକୁ କାବୁ କରିଥିଲା ପୋଲିସ। ଏବଂ କାର ଭିତରେ ଗଞ୍ଜେଇ ଥିବାରୁ ବୈପାରିଗୁଡ଼ା ଥାନାରେ ଆଣିଥିଲେ। ଥାନାରେ ଆଣି କାର ଭିତରୁ ଗଞ୍ଜେଇ ବାହାର କରି ଓଜନ କଲାପରେ ୨୯ କେଜି ଗଞ୍ଜେଇ ଥିବା ଜଣା ପଡ଼ିଥିଲା। ଗଞ୍ଜେଇ ଚରାଚାଲାଣ କାରୀ ଯୁବକ ଜଣକ ମୁଦୁଲି ପଡ଼ା ଥାନା ଅଞ୍ଚଳର ଗୁରୁ ପୂଜାରୀ ବୋଲି ଜଣା ପଡ଼ିଛି। ତେବେ ୨୯ କେଜି ଗଞ୍ଜେଇ ଓ କାର ଜବତ୍ କରିବା ସହ ଗୁରୁ ପୂଜାରୀଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ବୈପାରିଗୁାଡ଼ା ଥାନା ଅଧିକାରୀ ବିଷ୍ଣୁ ଶବର ସୂଚନା ଦେଇଛନ୍ତି ।


error: Content is protected !!