ଆମ କଥା ଟିକେ ଶୁଣ ମୁଖ୍ୟମନ୍ତ୍ରୀ


ଜଟଣୀ:(ପ୍ରଦୀପ୍ତ କୁମାର ମାର୍ଥା):-ସ୍ଥାୟୀ ନିଯୁକ୍ତି, ନିୟମିତ ଦରମା, ସମାନ କାମକୁ ସମାନ ଦରମା ଇତ୍ୟାଦି ଦଶ ଦଫା ଦାବୀ ପୂରଣ ପାଇଁ ଦୀର୍ଘ ଦିନ ହେଲା ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବା ସହିତ ରାଲି, ବିକ୍ଷୋଭ ଇତ୍ୟାଦି କରି ଆସୁଛି। ଓଡିଶା ଗ୍ରାମ ପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଙ୍ଘ ତେବେ ସଙ୍ଘର କହିବା କଥା ହେଲା।ଓଡିଶାର ପ୍ରଜା ବତ୍ସଳ ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତଙ୍କ କଥା ବୁଝୁଥିବା ବେଳେ ଆମ ଗୁହାରି ବି ଟିକେ ଶୁଣନ୍ତୁ ଏବଂ ଆମର ଦାବୀ ଶୀଘ୍ର ପୂରଣ ହେଲେ।ଆମେ ଓଡିଶା ଗ୍ରାମ ପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଙ୍ଘର ସାରା ଓଡିଶାର ସଦସ୍ୟ ମାନେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଫୁଲ ତୋଡ଼ା ଦେଇ କୋଟି ମୁଣ୍ଡିଆ ମାରିବୁ।ତେବେ ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାର ଦଶ ଗୋଟି ବ୍ଲକର ଶହେ ନବେ ଗୋଟି ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତ ମୋଟ ଶହେ ଅଣଚାଶ ଜଣ ପିଅନ, ଉଣିଶି ଜଣ ରାତ୍ର ଜଗୁଆଳି ଓ ସାତ ଜଣ ସୁଇପର ମାନଙ୍କୁ ନେଇ। ସଙ୍ଘର ଖୋର୍ଦ୍ଧା ଜିଲ୍ଲା ସଭାପତି ରାଜେଶ ନାୟକଙ୍କ ସଭାପତିତ୍ୱରେ ମା ବାଟ ମଙ୍ଗଳା ପୀଠରେ ଏକ ଜିଲ୍ଲା ସ୍ତରୀୟ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା।ତେବେ ଆସନ୍ତୁ ଦେଖିବା ଏ ବାବଦରେ।ଜଟଣୀ ପ୍ରତିନିଧି ପ୍ରଦୀପ୍ତ କୁମାର ମାର୍ଥାଙ୍କ ସ୍ୱତନ୍ତ୍ର ଉପସ୍ଥାପନା।


error: Content is protected !!