February 24, 2026

Now Odisha

Now Odisha

ସ୍କୁଟିରେ ନେଉଥିଲେ ବ୍ରାଉନସୁଗାର, |

Spread the love

ଭଞ୍ଜନଗର,: ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଚୋରା ବ୍ରାଉନସୁଗାର କାରବାର ଅଭିଯୋଗରେ ୨ ଜଣକୁ ଗିରଫ କରିଛି। ସେମାନଙ୍କ ଠାରୁ ୫୧ ଗ୍ରାମ ବ୍ରାଉନସୁଗାର, ଗୋଟିଏ ସ୍କୁଟି ସହ ୨୭୦୦ ଟଙ୍କା ଓ ଦୁଇଟି ମୋବାଇଲ ଜବତ କରାଯାଇଛି। ଗିରଫ ଦୁଇଜଣଙ୍କ ମଧ୍ୟରୁ ଜଣକ ଘର ଭଞ୍ଜନଗରର ଓମ୍‌ ସାଇ ହୋଇଥିବା ବେଳେ ଆଉ ଜଣେ ହେଲେ ଖଲ୍ଲିକୋଟର ଚନ୍ଦନ ମହାପାତ୍ର।ଗିରଫ ଦୁଇଜଣଙ୍କୁ ଆଜି ସନ୍ଧ୍ୟାରେ ଭଞ୍ଜନଗର କୋର୍ଟ ଚାଲାଣ କରାଯାଇଛି।

ଘଟଣାରୁ ପ୍ରକାଶ ଯେ, ଗତିକାଲି ସନ୍ଧ୍ୟାରେ ଭଞ୍ଜନଗର ଥାନା ଏସ୍‌.ଆଇ. ଏସ୍‌.କେ. ସେଠୀ ଏବଂ ଅନ୍ୟ କର୍ମଚାରୀମାନେ ଶାଳୁଆପଲ୍ଲୀ ମୁଖ୍ୟ ରାସ୍ତା ନିକଟରେ ପାଟ୍ରୋଲିଂ ଡ୍ୟୁଟି କରୁଥିଲେ। ଏହି ସମୟରେ ଗୋଟିଏ ସ୍କୁଟିରେ ବସିଥିବା ଦୁଇଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପୋଲିସ ପଚରାଉଚରା କରିଥିଲା। ଏହାପରେ ଯାଞ୍ଚ କରିବା ପରେ ସେମାନଙ୍କଠାରୁ ବ୍ରାଉନସୁଗାର ମିଳିଥିଲା। ଯୁବପିଢ଼ିମାନେ ଦିନକୁ ଦିନ ନିଶା କାରବାର ପ୍ରତି ଯେତିକି ଆଗ୍ରହ ବଢ଼ାଇଛନ୍ତି ତା’ଠାରୁ ଅଧିକ ସେମାନେ ଏହିଭଳି ବେନିୟମ ନିଶା ବ୍ୟବହାର କରୁଛନ୍ତି। ଏହାଦ୍ବାରା ଯୁବପିଢ଼ି ପଥଭ୍ରଷ୍ଟ ହେଉଛନ୍ତି। ଯାହାକି ଚିନ୍ତା ଜନକ ବିଷୟ। ତେଣୁ ନିଶା କାରବାର ଉପରେ ଅଧିକରୁ ଅଧିକ କଡ଼ା କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି।

error: Content is protected !!