ସୂଚନା ଅନୁଯାୟୀ, ଚୌଦ୍ୱାର ଥାନା ଅନ୍ତର୍ଗତ ଶୀମିଲିହାଣ୍ଡ ଗ୍ରାମର ଚାଷଜମିରେ ପଡ଼ିରହିଛି ୮ଟି ଗାଈଙ୍କ ମୃତଦେହ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆକ୍ରୋଶର ପରିବେଶ ସୃଷ୍ଟି କରିଛି।
ସୀମିଲିହାଣ୍ଡ ଗ୍ରାମର ସନ୍ତୋଷ ବେହେରାଙ୍କ ୩ଟି ଗାଈ ଥିବା ବେଳେ ଅନ୍ୟ ୫ଟି ଗାଈ କାହାର ତାହା ସ୍ପଷ୍ଟ ହୋଇନାହିଁ। ଆଜି ସକାଳୁ କିଛି ଗ୍ରାମବାସୀ ଚାଷଜମିକୁ ଯାଇଥିବା ବେଳେ ୮ଟି ଗାଈ ମୃତ ଅବସ୍ଥାରେ ପଡ଼ିଥିବା ଦେଖି ଚକିତ ହୋଇଥିଲେ।
ସ୍ଥାନୀୟମାନଙ୍କ କହିବା ଅନୁସାରେ, ଗାଈମାନଙ୍କୁ ଚୋକଡ଼ାରେ ବିଷ ମିଶାଇ ଖାଇବାକୁ ଦିଆଯାଇଥିବା ସନ୍ଦେହ କରାଯାଉଛି। ଏହି ନୃଶଂସ କାଣ୍ଡକୁ ନେଇ କୟଲପଡ଼ା ଗ୍ରାମର ଅନେକ ଯୁବକ ଓ ଗୋ-ସେବା ସଂଘର ସଦସ୍ୟମାନେ ସ୍ଥାନୀୟ ଟିପିଏମ୍ ପୋଲିସ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି।
ଘଟଣାର ସଠିକ ତଦନ୍ତ କରି ଯେଉଁ ବ୍ୟକ୍ତି ଗୋମାତାଙ୍କୁ ବିଷ ଦେଇ ମାରିଛି, ତାଙ୍କୁ ଶୀଘ୍ର ଗିରଫ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟମାନେ ଦାବୀ କରିଛନ୍ତି।
ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଗୋ ମାତା ଙ୍କ ମୃତଦେହଗୁଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ଏହି ଘଟଣା ପରେ ଅଞ୍ଚଳରେ ଚାପା ଉତ୍ତେଜନା ଜାରି ରହିଛି।

More Stories
ରାଜ୍ୟର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଏଲ୍ଓମାନଙ୍କର ‘ଏସଆଇଆର’ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଫାଲ୍ଟାରେ ହିନ୍ଦୁ ଜନସଂଖ୍ୟା ୬୫ପ୍ରତିଶତ, ତେବେ ୭୧ପ୍ରତିଶତ ଭୋଟ ପାଇ ବିଜେପିର ପଣ୍ଡା କେମିତି ଜିତିଲେ .
ଆଜମ ଖାନଙ୍କ ସମସ୍ୟା ବଢ଼ିଲା: ଦୁଇଟି ପାନ କାର୍ଡ ମାମଲାରେ ଜେଲ୍ ଦଣ୍ଡ ୧୦ ବର୍ଷକୁ ବୃଦ୍ଧି |