.ପ୍ରଥମ ୟୁଏଫ୍ ସି କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ place.ନୂଆପଡ଼ା anchor.ନୂଆପଡ଼ା ଜିଲ୍ଲା ଉଲ୍ଭା ଠାରେ ଉଳଭା କ୍ରିକେଟ୍ ଫେଡ୍ରେସନ୍ ପକ୍ଷ ରୁ ପ୍ରଥମ ୟୁଏଫ୍ ସି କପ୍ ଉଦଯାପିତ ହୋଯାଇଛି। ଫାଇନାଲ୍ ମ୍ୟାଚ୍ ଟି ବଘାମୁଣ୍ଡା ଏବଂ ଟୋକ୍ଲା ପଡା ଦଳ ମଧ୍ୟ ରେ ଅନୁଷ୍ଠିତ ହୋଇଥିଲା ନିର୍ଦ୍ଧାରିତ 12 ଓଭର୍ ରେ ବଘାମୁଣ୍ଡା ଦଳ ଟସ୍ ଯିଣି ବ୍ୟାଟିଂ ର ନିଷ୍ପତି ନେଇ ମାତ୍ର 80 ରନ ରେ ଅଲ୍ ଆଉଟ୍ ହୋଇଯାଇଥିଲା। ଟୋକ୍ଲା ପଡା ଦଳ ମାତ୍ର 6 ଓଭର ରେ 3 ୱିକେଟ୍ ବିନିମୟରେ ଏହି ଟାର୍ଗେଟ କୁ ପୁରା କରିବାରେ ସକ୍ଷମ ହୋଇଥିଲା। ମୂଖ୍ୟ ଅତିଥି ଭାବରେ ଭେଳା ସରପଞ୍ଚ ବିମଳ ଯୋଶୀ,ସମ୍ମାନିତ ଅତିଥି ଅଗ୍ରେନ୍ ସରପଞ୍ଚ ନିଲାନ୍ଦ୍ରି ଆଡବଙ୍ଗ,ସମିତି ସଭ୍ୟ ଜ୍ୟୋତ୍ସ୍ନା ଆଡବଙ୍ଗ,ଅବସରପ୍ରାପ୍ତ ଶିକ୍ଷକ କୁଳମଣି ନିଆଲ,କ୍ଷେତ୍ରମୋହନ ନିଆଲ୍,ସାମ୍ବାଦିକ ତ୍ରିଲୋଚନ ପୋଡ଼,ଅମିତ୍ କୁମାର ହୋତା, ଜଗନ୍ନାଥ ନିଆଲ୍,ସମାଜସେବୀ ଅର୍ଜୁନ ପୋଡ଼ ପ୍ରମୁଖ ଯୋଗଦେଇଥିଲେ।ଉପସ୍ଥିତ ଅତିଥି ମାନେ ବିଜେତା ଦଳ କୁ 18 ହଜାର୍ ଟଙ୍କା ସହିତ ଟ୍ରଫି ପ୍ରଦାନ କରିଥିବା ବେଳେ ଉପ ବିଜେତା ଦଳ କୁ 13 ହଜାର୍ ଟଙ୍କା ପ୍ରଦାନ କରିଥିଲେ।ପରିଶେଷରେ ବିଜୟ କୁମାର ଆଡବଙ୍ଗ ଧନ୍ୟବାଦ୍ ଅର୍ପଣ କରିଥିଲେ।

More Stories
NEET ଛାତ୍ରୀଙ୍କୁ ଟେକିନେଇ ଗଣବଳାତ୍କାର,
ସ୍ତ୍ରୀଙ୍କ ସାମ୍ନାରେ ସ୍ବାମୀଙ୍କୁ ବୀଭତ୍ସ ହତ୍ୟା କରି ଜେଲ୍ ଗଲେ ବାପ-ପୁଅ
ପଡ଼ୋଶୀଙ୍କ ପଥରମାଡ଼ରେ ଯୁବକ ମୃତ,