ସୋମବାର ଉପ ମୁଖ୍ୟ ମନ୍ତ୍ରୀ ତଥା କୃଷି ଓ ଶକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ ଟାଙ୍ଗୀ ଗସ୍ତ ସମୟରେ କନ୍ନେଇ ପୁର ଓ ଗରୁଡ଼ ଗାଁ ପଞ୍ଚାୟତ ସୀମାରେ ଥିବା ପ୍ରମୋଦ ଉଦ୍ୟାନ ର ପୁନ ଉଦ୍ଧାର କାର୍ଯ୍ୟ ର ସମୀକ୍ଷା କରିବା ସହ ଅଞ୍ଜୁଆ ଠାରେ 33,11 kv, ବିଦୂତ ଗ୍ରିଡ ଉଦଘାଟନ କରିଥିଲେ।ପ୍ରମୋଦ ଉଦ୍ୟାନ କୁ ଏକ ପ୍ରମୁଖ ଇକୋ ଟି ଉ ରିଜୀମ କେନ୍ଦ୍ର ରେ ପରିଣତ କରି ବାକୁ ଶୀଘ୍ର ପ୍ରସା ସନିକ ସ୍ତରରେ ପଦକ୍ଷେପ ନିଆଯିବାବୋଲି ପ୍ରକାଶ କରିଥିଲେ। ବିଜେପି ନେତା ଅରିନ୍ଦମ ରାୟ ମନ୍ତ୍ରୀ କୁ ସ୍ଵାଗତ କରିଥିଲେ,ଟାଙ୍ଗୀ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଯୋଗଦାନ କରିଥିଲେ।ଉକ୍ତ ଗ୍ରିଡି କାର୍ଯ୍ୟ ପୂର୍ବତନ ନବୀନ ସରକାର ଙ୍କ ସମୟର ହୋଇଥିବା ବେଳେ ପ୍ରଶାନ୍ତ ବେହେରା ଙ୍କ ସମର୍ଥକ ମାନେ ଜୟ ଜଗନ୍ନାଥ ନରା ଦେଇ ଥିବା ବେଳେ ବିଜେପି କର୍ମୀ ମାନେ ଜୟ ଶ୍ରୀ ରାମ ନାରା ଦେଇଥିଲେ।ଏହାକୁ ନେଇ ଉଭୟ ଗୋଷ୍ଠୀଙ୍କ ଙ୍କ ମଧ୍ୟରେ ଯୁକ୍ତି ତର୍କ ଦେଖିବାକୁ ମିଳିଥିଲା ପୋଲିସ ର ହସ୍ତ ଖେପ ଫଳରେ ପରିସ୍ଥିତି ଶାନ୍ତ ପଡିଥିଲା ଉକ୍ତ କାର୍ଯ କର୍ମ ରେ ଉଭୟ ଦଳର ନେତା ଓ କର୍ମୀ ଯୋଗ ଦାନ କରିଥିଲେ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…