ପ୍ରେସ ଇସ୍ତାହାର


ମାନନୀୟ , ସମ୍ପାଦକ,ଫଟୋ ସାମ୍ବାଦିକ,ବାର୍ତ୍ତା ସାମ୍ବାଦିକ ସମସ୍ତେ ମୁଦ୍ରିତ ଓ ଗଣମାଧ୍ୟମ ପ୍ରତିନିଧି ବିଷୟ : କଟକ ଜିଲ୍ଲା ଜଗତପୁର ଥାନା ପୂର୍ବକଚ୍ଛ ଗ୍ରାମର ଜଗନ୍ନାଥ ବେହେରାଙ୍କ ୧୨ ବର୍ଷୀୟ ନାବାଳକ ଶିଶୁପୁତ୍ର ଜ୍ୟୋତି ପ୍ରକାଶ ବେହେରା ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ | ଗତ କାଲି ଅର୍ଥାତ ୧୭/୧୧/୨୦୨୩ ରେ ଅତି ଅମାନୁଷିକ ଭାବରେ ନାବାଳକ ଶିଶୁପୁତ୍ର ଜ୍ୟୋତି ପ୍ରକାଶ ବେହେରାଙ୍କୁ ଗଳାକାଟି ଜଘନ୍ୟ ଭାବରେ ହତ୍ୟା କରି ପୂର୍ବକଚ୍ଛ ଗ୍ରାମର ଚନ୍ଦନ ପୋଖରୀ ନିକଟରେ ଫୋପାଡ଼ି ଦେବା ଘଟଣାରେ ମାନ୍ୟବର କମିଶନ ହସ୍ତକ୍ଷେପ କରି ଦୋଷୀ ବିରୁଦ୍ଧରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ନେବା ସାଙ୍ଗେ ସାଙ୍ଗେ ନାବାଳିକାର ପରିବାରକୁ କ୍ଷେତ୍ତି ପୂରଣ ବାବଦକୁ ୫୦,୦୦୦,୦୦ ( ପଚାଶ ଲକ୍ଷ ଟଙ୍କା) କ୍ଷେତ୍ତି ପୂରଣ ଯୋଗେଇ ଦେବା ପାଇଁ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ କେଶ ଦାଏର କଲେ ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ |ଏହି ମାମଲାରେ ଏସପି ରୁରାଲ କଟକ, ଡିଜି ପୋଲିସ ଓଡିଶା, ଗୃହ ସଚିବ ଓଡିଶାଙ୍କୁ ପକ୍ଷଭୁକ୍ତ କରାଯାଇଛି |ମହାଶୟ/ମହାଶୟା , ମୁଁ ସୁବ୍ରତ କୁମାର ଦାଶ ରାଜ୍ୟ ସଭାପତି, ନ୍ୟାୟ ପାଇଁ ଲଢେଇ ପରିବାର (ଓଡିଶା) ମୁଁ ସମସ୍ତ ଗଣମାଧ୍ୟମରୁ ଜାଣିବାକୁ ପାଇଲି କଟକ ଜିଲ୍ଲା ଜଗତପୁର ଥାନା ପୂର୍ବକଚ୍ଛ ଗ୍ରାମର ଜଗନ୍ନାଥ ବେହେରାଙ୍କ ୧୨ ନାବାଳକ ଶିଶୁପୁତ୍ର ଜ୍ୟୋତି ପ୍ରକାଶ ବେହେରା ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ | ଗତ କାଲି ଅର୍ଥାତ ୧୭/୧୧/୨୦୨୩ ରେ ଅତି ଅମାନୁଷିକ ଭାବରେ ନାବାଳକ ଶିଶୁପୁତ୍ର ଜ୍ୟୋତି ପ୍ରକାଶ ବେହେରାଙ୍କୁ ଗଳାକାଟି ଜଘନ୍ୟ ଭାବରେ ହତ୍ୟା କରି ପୂର୍ବକଚ୍ଛ ଗ୍ରାମର ଚନ୍ଦନ ପୋଖରୀ ନିକଟରେ ଫୋପାଡ଼ି ଦେଇଛନ୍ତି | ସୂଚନା ମୁତାବକ :- ଗତ ୧୬/୧୧/୨୦୨୩ ରେ ନାବାଳକ ଜ୍ୟୋତି ପ୍ରକାଶ ବେହେରା ଗ୍ରାମରେ ଥିବା ଲକ୍ଷ୍ମୀନୃସିଂହ ଉପ୍ରା ବିଦ୍ୟାଳୟକୁ ପାଠ ପଢିବାକୁ ଯାଇଥିବା ବେଳେ ଆଉ ଘରକୁ ଫେରି ନଥିଲେ | ପରିବାର ଲୋକେ ବିଭିନ୍ନ ଜାଗାରେ ଖୋଜା ଖୋଜି କରି ନାବାଳକ ଛାତ୍ରଙ୍କ ସାଙ୍ଗ ସାଥିଙ୍କୁ ପଚରା ଉଚରା କରିବା ପରେ କିଛି ସନ୍ଧାନ ପାଇନଥିଲେ | ପରଦିନ ସକାଳୁ ଅର୍ଥାତ ୧୭/୧୧/୨୦୨୩ ରେ ନାବାଳକ ସପ୍ତମ ଶ୍ରେଣୀ ଛାତ୍ର ଜ୍ୟୋତି ପ୍ରକାଶ ବେହେରାଙ୍କ ରକ୍ତ ଜୁଡୁପୁଡୁ ମୃତ୍ ଶରୀର ପୂର୍ବକଚ୍ଛ ଗ୍ରାମର ଚନ୍ଦନ ପୋଖରୀ ନିକଟରେ ପଡିଥିଲା ନାବାଳକଙ୍କୁ ଅତି ଅମାନୁଷିକ ଭାବରେ ଗଳାକାଟି ଜଘନ୍ୟ ଭାବରେ ହତ୍ୟା କରିଛନ୍ତି | ନାବାଳିକଙ୍କ ବିଭଚ୍ଛ ହତ୍ୟାକାଣ୍ଡକୁ ନେଇ ନେଇ ସାରା ରାଜ୍ୟରୁ ବଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି | ମାନ୍ୟବର କମିଶନଙ୍କ ନିକଟରେ ଆମର ଦାବି ଏହି ସମ୍ବେଦନଶୀଳ ଘଟଣାରେ ମାନ୍ୟବର କମିଶନ ହସ୍ତକ୍ଷେପ କରି ଦୋଷୀ ବିରୁଦ୍ଧରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ନେବା ସାଙ୍ଗେ ସାଙ୍ଗେ ନାବାଳିକାର ପରିବାରକୁ କ୍ଷେତ୍ତି ପୂରଣ ବାବଦକୁ ୫୦,୦୦୦,୦୦ (ପଚାଶ ଲକ୍ଷ ଟଙ୍କା) କ୍ଷେତ୍ତି ପୂରଣ ଯୋଗେଇ ଦେବାପାଇଁ ଅନୁରୋଧ | ଏଣୁ ସମସ୍ତ ଗଣମାଧ୍ୟ୍ୟମଙ୍କୁ ଅନୁରୋଧ ଏହି ଗୁରୁତ୍ୱପୁର୍ଣ ଖବର ବହୁଳ ମାତ୍ରାରେ ପ୍ରଚାର ପ୍ରସାର କରିବାକୁ ଅନୁରୋଧ |ତାରିଖ ୧୮/୧୨/୨୦୨୩ (ସୁବ୍ରତ କୁମାର ଦାଶ) ରାଜ୍ୟ ସଭାପତି, ଓଡିଶା ନ୍ୟାୟ ପାଇଁ ଲଢେଇ ପରିବାରମୋବାଇଲ : ୯୮୬୧୦୦୦୨୫୦


error: Content is protected !!