ଭୁବନେଶ୍ୱର: ଢେଙ୍କାନାଳର ଏକ ଛୋଟ ଗାଁ ସୋରଟ ଏକ ଅଭୂତପୂର୍ବ ପରିବର୍ତ୍ତନର ସାକ୍ଷୀ ପାଲଟିଛି। ଦୀର୍ଘ ଦିନ ଧରି ସୀମିତ ଜୀବିକା ସୁଯୋଗ ଏବଂ ବନ୍ୟ ପଶୁମାନଙ୍କ ଦ୍ୱାରା ବାରମ୍ବାର ଫସଲ ହାନି ଯୋଗୁଁ ଗ୍ରାମବାସୀମାନେ କାମ ପାଇଁ ସ୍ଥାୟୀ ବାଟ ଖୋଜିବା ନେଇ ସଂଘର୍ଷ କରୁଥିଲେ।
ଗତ ଦୁଇ ଦଶନ୍ଧି ଧରି, ଗାଁ ଲୋକମାନେ ଚାଷ ପ୍ରାୟ ଛାଡି ଦେଇଥିଲେ ଏବଂ ପଶୁ ଆକ୍ରମଣ ଯୋଗୁଁ ବାରମ୍ବାର ଫସଲ ହାନି ହେତୁ ଦିନ ମଜୁରିଆ ଭାବରେ କାମ କରିବାକୁ ବାଧ୍ୟ ହେଉଥିଲେ।
ସୋରଟ ଗାଁ ଜଙ୍ଗଲର ନିକଟତର ହୋଇଥିବାରୁ ଏହା ଏକ ଗମ୍ଭୀର ସମସ୍ୟା ଭାବରେ ଉଭା ହୋଇଥିଲା। ତେବେ କିଛି ମାସ ପୂର୍ବେ ଏହି ସ୍ଥିତିରେ ଆସିଥିଲା ଏକ ସକାରାତ୍ମକ ପରିବର୍ତ୍ତନ। ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଜ୍ଞାନ ଆହରଣ ଅଧିବେଶନ, ସହାୟତା ଏବଂ ଅଂଶଗ୍ରହଣମୂଳକ କାମ ସହିତ ଏଥିରେ ପରିବର୍ତ୍ତନ ହୋଇଥିଲା।
ଅଗଷ୍ଟ ୨୦୨୫ରେ, ୪୦ ବର୍ଷରୁ ଅଧିକ ବୟସର ପ୍ରାୟ ୨୮ ଜଣ ଗ୍ରାମବାସୀ ସୋରଟ ଗାଁରେ ୧୩ ଏକର ଅବ୍ୟବହୃତ ଚାଷଜମିକୁ ପୁନରୁଦ୍ଧାର କରିବାକୁ ଏକାଠି ଆଗେଇ ଆସିଥିଲେ। ସେମାନଙ୍କ ପ୍ରୟାସର କେନ୍ଦ୍ରରେ ରହିଥିଲା ଏହି ମିଳିତ କ୍ଷେତର ଚାରିପଟେ ତ୍ସୌରଚାଳିତ ବାଡ଼ ଦେବା ଯାହା ପଶୁମାନଙ୍କୁ ଏକ ମାନବୀୟ ଏବଂ ଦୀର୍ଘ ସ୍ଥାୟୀ ପ୍ରଯୁକ୍ତି ଜରିଆରେ ସୁରକ୍ଷିତ ଭାବରେ ବିରତ କରି କୃଷି କ୍ଷେତ୍ରକୁ ସୁରକ୍ଷା ଦେବା ପାଇଁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି। ଏହା ପଶୁ, ମଣିଷ କିମ୍ବା ଫସଲକୁ କ୍ଷତି ନ ପହଞ୍ଚାଇ ପ୍ରବେଶକୁ ରୋକିଥାଏ ଏବଂ ପରିବେଶ ଅନୁକୂଳ ହେବାସହିତ ପ୍ରାଣଘାତକ ହୋଇନଥାଏ।
ପ୍ରତିରୋଧୀ ବାଡ଼ ବ୍ୟବସ୍ଥା ଏବଂ ଉନ୍ନତ ପୁଷ୍ଟିସାର ପାଇଁ ବହୁ-ଫସଲ କୃଷି ଆପଣାଇବା ପାଇଁ ରିଲାଏନ୍ସ ଫାଉଣ୍ଡେସନର ମାର୍ଗଦର୍ଶନ ସହିତ, ଏହି ଚାଷୀ ଗୋଷ୍ଠୀ ସାମୂହିକ କୃଷି ଆରମ୍ଭ କରିଥିଲାଏବଂ ବିଭିନ୍ନ ପ୍ରକାରର ଫସଲ ଚାଷ ପାଇଁ ଜମିକୁ ପ୍ରସ୍ତୁତ କରିଥିଲା। ଆଜି, ଚାଷୀମାନେ କଳା ବୁଟ, ବିରି, କୋଳଥ, ସୋରିଷ, ଫୁଲକୋବି, ବାଇଗଣ, ଗାଜର, ମୂଳା, କାକୁଡି, ବିନ୍ସ, ଲଙ୍କା, ଧନିଆ. ରସୁଣ ପରି ବିଭିନ୍ନ ପନିପରିବା ଚାଷ କରୁଛନ୍ତି। ଅଳ୍ପ ସମୟ ମଧ୍ୟରେ, ତାଜା ସବୁଜ ପନିପରିବା ସ୍ଥାନୀୟ ଲୋକଙ୍କ ନିତିଦିନିଆ ଖାଦ୍ୟରେ ସାମିଲ ହୋଇଛି ଏବଂ ବହୁ ବର୍ଷ ପରେ ଘରୋଇ ଫସଲର ପରମ୍ପରାକୁ ପୁନର୍ଜୀବିତ କରିଛି। ଏହା ସୋରଟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ, ଯାହା ପ୍ରାୟ ଦୁଇ ଦଶନ୍ଧି ଧରି ନିତିଦିନିଆ ପନିପରିବା ପାଇଁ ସମ୍ପୂର୍ଣ୍ଣ ଭାବରେ ବାହ୍ୟ ବଜାର ଉପରେ ନିର୍ଭର କରୁଥିଲା।
ଏହି ଅଂଶଗ୍ରହଣକାରୀ ମଡେଲରେ ରିଲାଏନ୍ସ ଫାଉଣ୍ଡେସନର ବୌଦ୍ଧିକ ପରାମର୍ଶ ସହାୟତା ସହିତ ସୌର ବାଡ଼ ପାଇଁ ମୋଟ ଖର୍ଚ୍ଚର ପ୍ରାୟ ୪୨ ପ୍ରତିଶତ ଆର୍ଥିକ ସହାୟତା ପରିବର୍ତ୍ତନକୁ ସମ୍ଭବ କରିଥିଲା, ଯାହା ମିଳିତ ଗୋଷ୍ଠୀଗତ ସମାଧାନକୁ ସୁଲଭ କରିଥିଲା ଏବଂ ଏହି ପ୍ରୟାସକୁ ସ୍ଥାୟୀତ୍ୱ ଆଣିଥିଲା। ଚାଷୀମାନଙ୍କୁ ଭଲ ଭାବେ ବୁଝାଇବା ପାଇଁ ଡେମୋ ପ୍ରଦର୍ଶନ ମାଧ୍ୟମରେ ମଧ୍ୟ ସହାୟତା କରାଯାଇଥିଲା।
ଏହି ପ୍ରୟାସର ପ୍ରାରମ୍ଭିକ ସଫଳତା ଅନ୍ୟ ଏକକ ଚାଷୀମାନଙ୍କୁ ସମାନ ସୌର ବାଡ଼ ସମାଧାନରେ ନିବେଶ କରି ନିଜ ଜମିରେ ଚାଷ ପୁନଃ ଆରମ୍ଭ କରିବାକୁ ପ୍ରେରଣା ଦେଇଛି। ଏହି ସାମୁହିକ ପ୍ରୟାସର ଏକ ଅଂଶ ରହିଥିବା ସୋରଟ ଗାଁର ଜଣେ ଚାଷୀ ମଧୁସୂଦନ ଲେଙ୍କା କହିଛନ୍ତି “ଆମେ ଚାଷୀ ଘରର ସନ୍ତାନ ଏବଂ ୨୦ ବର୍ଷ ପରେ ଚାଷକୁ ଫେରିବା ଆମର ଏବଂ ଗ୍ରାମବାସୀଙ୍କ ସାମୂହିକ ପ୍ରୟାସ ତଥା ରିଲାଏନ୍ସ ଫାଉଣ୍ଡେସନର ସମର୍ଥନ ଯୋଗୁଁ ସମ୍ଭବ ହୋଇପାରିଛି। ମୁଁ ଆଶା କରୁଛି ଯେ ଆମର ସଫଳତା ଅଧିକ ଲୋକଙ୍କୁ ଚାଷକୁ ଫେରିବାକୁ ଉତ୍ସାହିତ କରିବ” ।
ଯାହା ଏକଦା ଫସଲ ହାନି ଏବଂ ମଣିଷ-ପଶୁ ସଂଘର୍ଷ ଦ୍ୱାରା ପରିଭାଷିତ ହେଉଥିଲା ତାହା ଏବେ ସକ୍ରିୟ ବିକାଶ ଏବଂ ପୁନର୍ଜୀବନର ସ୍ଥାନ ପାଲଟିଛି, ଯାହା ମିଳିତ ପ୍ରୟାସ, ନବୀକରଣ ଆତ୍ମବିଶ୍ୱାସ ଏବଂ ବର୍ଦ୍ଧିତ ଖାଦ୍ୟ ସୁରକ୍ଷାକୁ ପ୍ରତିଫଳିତ କରୁଛି। ଏବେ ଗ୍ରାମବାସୀଙ୍କ ଆଶା ରହିଛି ଯେ ସମୟ ସହିତ କାମ ଖୋଜିବାକୁ ବାହାରକୁ ଯାଇଥିବା ଲୋକମାନେ ସୋରଟକୁ ଫେରି ଆସିବେ ଏବଂ ପୁଣି ଥରେ ସେମାନଙ୍କ ପୈତୃକ ଜମିରେ ଚାଷ କରିବାର ସୁଯୋଗ ଦ୍ୱାରା ଆକର୍ଷିତ ହେବେ।ଏହାର ଗ୍ରାମୀଣ ବିକାଶ ଓ ପରିବର୍ତ୍ତନମୂଳକ ପଦକ୍ଷେପ ମାଧ୍ୟମରେ, ରିଲାଏନ୍ସ ଫାଉଣ୍ଡେସନ ଜୀବିକା ବୃଦ୍ଧି, ସ୍ଥାୟୀ କୃଷିକୁ ପ୍ରୋତ୍ସାହନ, ମହିଳାମାନଙ୍କ ସଶକ୍ତୀକରଣ ଏବଂ ଜଳ, ପୁଷ୍ଟି ଏବଂ ଜୀବିକା ସୁରକ୍ଷା ପାଇଁ ଦୃଢ଼ ସମୁଦାୟ ଗଠନ ନିର୍ମାଣ କରି ଗ୍ରାମୀଣ ସମୁଦାୟକୁ ଉନ୍ନତ କରିବା ପାଇଁ ଲକ୍ଷ୍ୟ ରଖିଛି, ଯାହା ସାରା ଭାରତରେ ଲକ୍ଷ ଲକ୍ଷ ଚାଷୀଙ୍କ ପାଖରେ ପହଞ୍ଚିବ। ରିଲାଏନ୍ସ ଫାଉଣ୍ଡେସନର ଗ୍ରାମୀଣ ବିକାଶ ଓ ପରିବର୍ତ୍ତନ କାର୍ଯ୍ୟକ୍ରମ ଭାରତର ୯୦,୦୦୦ରୁ ଅଧିକ ଗ୍ରାମର ୨.୨୨ କୋଟିରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିଛି।

More Stories
ମାଟ୍ରିକ ପରୀକ୍ଷା ଦେଇ ଫେରିବା ପରେ ଛାତ୍ରୀଙ୍କ ଆତ୍ମହତ୍ୟା: ପରୀକ୍ଷା କେନ୍ଦ୍ରରେ ମାନସିକ ନିର୍ଯ୍ୟାତନା ଅଭିଯୋଗ |
ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ଝାରସୁଗୁଡ଼ା ବନଖଣ୍ଡର ବ୍ୟାପକ ପ୍ରସ୍ତୁତି; ୬୪ ସ୍କ୍ୱାଡ୍ ଓ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଜାରି
ବରିଷ୍ଠ ନାଗରିକ ସଂଘ ର ସାଧାରଣ ବୈଠକ |