କୋରାପୁଟ/ବୋରିଗୁମ୍ମା, ୨୪ା୨(ଅମିତାଭ ବେହେରା/ବିଜୟ ନାରାୟଣ ସାହୁ)-ପ୍ରେମ ପାଇଁ ଜଣେ ନାବାଳିକା ତାଙ୍କ ପ୍ରେମିକ ସହ ମିଶି ମା’ ଓ ନାବାଳକ ଭାଇଙ୍କୁ ହତ୍ୟା କରିଛନ୍ତି। ଏଭଳି ଏକ ଅଭିଯୋଗ କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅଞ୍ଚଳରୁ ସାମନାକୁ ଆସିଛି। ସୋମବାର ଏକ କେନାଲରୁ ଅଖା ଭିତରୁ ନାବାଳକ ଭାଇର ଗଳିତ ମୃତଦେହ ଜବତ ହୋଇଥିଲା।କୋରାପୁଟ/ବୋରିଗୁମ୍ମା, ୨୪ା୨(ଅମିତାଭ ବେହେରା/ବିଜୟ ନାରାୟଣ ସାହୁ)-ପ୍ରେମ ପାଇଁ ଜଣେ ନାବାଳିକା ତାଙ୍କ ପ୍ରେମିକ ସହ ମିଶି ମା’ ଓ ନାବାଳକ ଭାଇଙ୍କୁ ହତ୍ୟା କରିଛନ୍ତି। ଏଭଳି ଏକ ଅଭିଯୋଗ କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅଞ୍ଚଳରୁ ସାମନାକୁ ଆସିଛି। ସୋମବାର ଏକ କେନାଲରୁ ଅଖା ଭିତରୁ ନାବାଳକ ଭାଇର ଗଳିତ ମୃତଦେହ ଜବତ ହୋଇଥିଲା।ଅନୁଷ୍କା ଓ ତାଙ୍କ ପୁଅ ନିଖୋଜ ଥିବା ନେଇ ଭାଇ ସତ୍ୟବାନ ପାତ୍ର ଗତ ଶନିବାର ଥାନାରେ ଅଭିଯୋଗ କରିଥିଲେ। ଉଭୟଙ୍କୁ ତାଙ୍କ ନାବାଳିକା ଭାଣିଜୀ ଓ ତାଙ୍କ ପ୍ରେମିକ ହତ୍ୟା କରିଥିବା ଏତଲାରେ ଉଲ୍ଲେଖ କରିଥିଲେ। ପୋଲିସ ନଂ. ୪୫/୨୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସୋମବାର କୋଟପାଡ଼ ଥାନା ଅଧୀନ ଅଣ୍ଡିରାମୁଣ୍ଡା କେନାଲରୁ ଏକ ଅଖାରେ ମୃତଦେହ ଭାସୁଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ, ଅଗ୍ନିଶମ ବିଭାଗ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ। ଏହା ଏହେମ୍ଙ୍କ ମୃତଦେହ ବୋଲି ଚିହ୍ନଟ ହୋଇଥିଲା। ଏହେମଙ୍କ ଗଳା କାଟି ହାତଗୋଡ଼ ବାନ୍ଧି ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡ଼ିଛି। ହତ୍ୟାକାଣ୍ଡରେ ଅନ୍ୟ କାହାର ସମ୍ପୃକ୍ତି ରହିଛି ଅଧିକ ତଦନ୍ତ ପରେ ଜଣାପଡ଼ିବ ବୋଲି ବୋରିଗୁମ୍ମା ଏସ୍ଡିପିଓ ସତ୍ୟବ୍ରତ ଲେଙ୍କା କହିଛନ୍ତି।

More Stories
ସାମ୍ବାଦିକଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣକୁ ନିନ୍ଦା ଓ ବିରୋଧ |
ଉପ ମୁଖ୍ୟ ମନ୍ତ୍ରୀ ଙ୍କ ଗସ୍ଥ ବେଳେ ହଟ ଗୋଳ।
ପ୍ରଥମ ୟୁଏଫ୍ ସି କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ |