June 11, 2026

Now Odisha

Now Odisha

ଜାପାନ ପରେ ଏବେ ନେପାଳ ବ୍ୟାନ କଲା ଭାରତୀୟ ଆମ୍ୱ; ଆଣିଲା ସାଂଘାତିକ ଅଭିଯୋଗ

Spread the love

ଭାରତରେ ଖାଦ୍ୟ, ଫଳ ଓ ପନିପରିବା ଆଦି ଉପରେ ଅତ୍ୟଧିକ ପରିମାଣରେ କେମିକଲ୍ସ ସ୍ପ୍ରେ ଓ ମିଶ୍ରଣ ଯୋଗୁ ଏସବୁ ନେଇ ଲୋକଙ୍କ ଭରସା ଏକପ୍ରକାର ଉଠିଗଲାଣି। ପ୍ରତିଦିନ ଏଭଳି ଘଟଣା ସାମ୍ନାକୁ ଆସୁଛି। ଏଭଳି ପରିସ୍ଥିତି ଦେଶ ଭିତରେ ଛବି ଖରାପ କରୁଥିବା ବେଳେ ଏବେ ବିଦେଶରେ ମଧ୍ୟ ଏହା ପହଞ୍ଚିଗଲାଣି। ଭାରତରୁ ରପ୍ତାନୀ ହେଉଥିବା ଉତ୍ପାଦନ ଉପରେ ସନ୍ଦେହ ପ୍ରକାଶ କଲେଣି ଆମଦାନୀ କରୁଥିବା ରାଷ୍ଟ୍ର। ନିକଟରେ ଜାପାନ ଭାରତରୁ କିଣୁଥିବା ଆମ୍ଭ ଉପରେ ବ୍ୟାନ ଲଗାଇଥିବା ବେଳେ ଏବେ ପଡୋଶୀ ବାଂଲାଦେଶ ମଧ୍ୟ ଭାରତୀୟ ଆମ୍ଭ ଉପରେ ବ୍ୟାନ ଲଗାଇଛି।

ନେପାଳର ବର୍ଡର କ୍ୱାରେଣ୍ଟାଇନ ଅଫିସର ଭାରତରୁ ଆମଦାନୀ ହୋଇଥିବା ଆମ୍ୱର ପ୍ରଥମେ ପରୀକ୍ଷା କରିଥିଲେ। ଏଥିରେ ଅତ୍ୟଧିକ ପରିମାଣରେ କେମିକଲ୍ସ ପେଷ୍ଟିସାଇଡ ମିଳିଥିଲା। ଏହାପରେ ନେପାଳ ସରକାର ଆମ୍ଭ ପରେ ତୁରନ୍ତ ବ୍ୟାନ ଲଗାଇଛନ୍ତି। କାଠମାଣ୍ଡୁର କୃଷି ଏବଂ ପଶୁସମ୍ପଦ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଆମଦାନୀ କଟକଣା ଏପ୍ରିଲ-ମେ ମାସରୁ ଲାଗୁ ହୋଇଛି।

ନେପାଳୀ କର୍ତ୍ତୃପକ୍ଷ ଏହି ପଦକ୍ଷେପକୁ ଘରୋଇ ଫଳ କିସମ ପାଇଁ ଲାଭଦାୟକ ବୋଲି କହିଛନ୍ତି। ମାଧେସ ପ୍ରଦେଶର ଭୂମି ପରିଚାଳନା, କୃଷି ଏବଂ ସମବାୟ ମନ୍ତ୍ରଣାଳୟର ମୁଖପାତ୍ର ମନୀଷ କୁମାର ପାଲ ନେପାଳ ମିଡିଆ ‘ଦି ରାଇଜିଂ ନେପାଳ’କୁ କହିଛନ୍ତି ଯେ ଏହି ପ୍ରତିବନ୍ଧକ ସ୍ଥାନୀୟ ଭାବରେ ଉତ୍ପାଦିତ, “ସୱାସ୍ଥ୍ୟକର ଫଳ” ପାଇଁ ଅଧିକ ସୁଯୋଗ ସୃଷ୍ଟି କରିଛି।

ଭାରତ ଏକାଧିକ ଦେଶକୁ ଆମ୍ୱ ରପ୍ତାନୀ କରିଥାଏ। ଭାରତର ପ୍ରମୁଖ ପାଞ୍ଚଟି ଆମ୍ୱ ରପ୍ତାନିକାରୀ ଦେଶ ହେଉଛି ଆମେରିକା, ୟୁଏଇ, ୟୁକେ, ନେଦରଲ୍ୟାଣ୍ଡ ଏବଂ ସାଉଦି ଆରବ। ଯଦିଓ ନେପାଳ ଭାରତର ସର୍ୱବୃହତ ଆମ୍ୱ ବଜାର ତାଲିକାରେ ନାହିଁ, ତଥାପି ଭାରତୀୟ ଆମ୍ୱ ଉପରେ ରାସାୟନିକ କୀଟନାଶକ ମିଳିବା ପରବର୍ତ୍ତୀ ଫଳ ଉତ୍ପାଦନ ଇକୋସିଷ୍ଟମ ପାଇଁ ପ୍ରଶ୍ନ ଉଠାଇଛି।

ସେପଟେ ଅତ୍ୟଧିକ ଗରମ ଯୋଗୁ ଭାରତରେ ଆମ୍ୱ ଚାଷ ପ୍ରଭାବିତ ହୋଇଛି। କୋଙ୍କଣ ବେଲ୍ଟରେ ଆଲଫୋନ୍ସୋ ଚାଷୀଙ୍କ ଅଧିକ କ୍ଷତି ଗ୍ରସ୍ତ ହୋଇଛନ୍ତି। ବିଳମ୍ୱ ବର୍ଷା ଏବଂ ପ୍ରଚଣ୍ଡ ଗରମ ପ୍ରବାହ ୯୦ ପ୍ରତିଶତ ପର୍ଯ୍ୟନ୍ତ ବିନାଶକାରୀ କ୍ଷତି ଘଟାଇଛି। ଆଉ ଏଭଳି ସ୍ଥଳେ ବ୍ୟାନ ନିର୍ଦ୍ଦେଶ ଆସିବା ଭାରତୀୟ ଚାଷୀଙ୍କ ପାଇଁ ନିରାଶଜନକ ।

ଗତ ମାସରେ, ଜାପାନ ଭାରତର କେସର, ଅଲଫୋନ୍ସୋ, ଲେଙ୍ଗଡ଼ା ଏବଂ ବାଇଗଣପଲେଇ ଆମ୍ୱ ଉପରେ ଗତ ୨୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କଟକଣା ଲଗାଇଛି। ଭାରତୀୟ ଉତ୍ପାଦନ କେନ୍ଦ୍ରଗୁଡ଼ିକରେ ଅନିୟମିତତା ଦେଖିବାକୁ ପାଇବା ପରେ ଏହି କଟକଣା ଜାରି କରାଯାଇଛି।

error: Content is protected !!