କଟକ ଜିଲ୍ଲା ଜଗତପୁର ଥାନା ପୂର୍ବକଚ୍ଛ ଗ୍ରାମର ଜଗନ୍ନାଥ ବେହେରାଙ୍କ ୧୨ ବର୍ଷୀୟ ନାବାଳକ ଶିଶୁପୁତ୍ର ଜ୍ୟୋତି ପ୍ରକାଶ ବେହେରା ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ | ଗତ କାଲି ଅର୍ଥାତ ୧୭/୧୨/୨୦୨୩ ରେ ଅତି ଅମାନୁଷିକ ଭାବରେ ନାବାଳକ ଶିଶୁପୁତ୍ର ଜ୍ୟୋତି ପ୍ରକାଶ ବେହେରାଙ୍କୁ ଗଳାକାଟି ଜଘନ୍ୟ ଭାବରେ ହତ୍ୟା କରି ପୂର୍ବକଚ୍ଛ ଗ୍ରାମର ଚନ୍ଦନ ପୋଖରୀ ନିକଟରେ ଫୋପାଡ଼ି ଦେବା ଘଟଣାରେ ମାନ୍ୟବର କମିଶନ ହସ୍ତକ୍ଷେପ କରି ଦୋଷୀ ବିରୁଦ୍ଧରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ନେବା ସାଙ୍ଗେ ସାଙ୍ଗେ ନାବାଳିକାର ପରିବାରକୁ କ୍ଷେତ୍ତି ପୂରଣ ବାବଦକୁ ୫୦,୦୦୦,୦୦ ( ପଚାଶ ଲକ୍ଷ ଟଙ୍କା) କ୍ଷେତ୍ତି ପୂରଣ ଯୋଗେଇ ଦେବା ପାଇଁ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ କେଶ ଦାଏର କଲେ ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ |ଏହି ମାମଲାରେ ଏସପି ରୁରାଲ କଟକ, ଡିଜି ପୋଲିସ ଓଡିଶା, ଗୃହ ସଚିବ ଓଡିଶାଙ୍କୁ ପକ୍ଷଭୁକ୍ତ କରାଯାଇଛି |


error: Content is protected !!