ଅରୁନ୍ଧତୀ ଗ୍ରୁପ ଅଫ କମ୍ପାନୀ ଓ ଅରୁନ୍ଧତୀ ଫାଉଣ୍ଡେସନ ର ନିର୍ଦେଶକ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ମେହେରଙ୍କ ଜନ୍ମଦିନ ଅବସରରେ ଅରୁନ୍ଧତୀ ଫାଉଣ୍ଡେସନ ସମାଜ ସେବା କ୍ଷେତ୍ରରେ ଆଉ ଏକ ପାଦ ବଢ଼ାଇ ରାଜ୍ୟବ୍ୟାପି ୧୫୦୦ ୟୁନିଟ ରକ୍ତ ଯଥା ଭୁବନେଶ୍ୱର, କଟକ, ପୁରୀ, ଵହ୍ମପୁର, ରାଉରକେଲା, ସମ୍ବଲପୁର, ବରଗଡ଼, ଭବାନୀପାଟଣା ଏବଂ ଅନୁଗୁଳ ଠାରେ ବିଶାଳ ସ୍ୱଚ୍ଛାକୃତ ରକ୍ତଦାନ ଶିବିର ର ଆୟୋଜନ କରାଯାଇଥିଲା। ଭୁବନେଶ୍ୱର କଳ୍ପନା ସ୍ଥିତ ଅରୁନ୍ଧତୀ ହିରୋ ସୋରୁମ ଠାରେ ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୁକେଶ ମହାଲିଙ୍ଗ ଓ ଭୁବନେଶ୍ୱର ଏକାମ୍ର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ ମୁଖ୍ୟ ଅତିଥିଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଏଥି ସହିତ ସନ୍ଧ୍ୟା ରେ ଭୁବନେଶ୍ୱର ସ୍ଥିତ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଅରୁନ୍ଧତୀ ଫାଉଣ୍ଡେସନ ପକ୍ଷରୁ ଏକ ଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଏବଂ ମେୟର ଶ୍ରୀମତୀ ସୁଲୋଚନା ଦାସ ଙ୍କ ଲୋକାର୍ପଣ କରାଯାଇଥିଲା. ଆମ ଚ୍ୟାନେଲ ତରଫରୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ତାଙ୍କର ଜୀବନ ଦୀର୍ଘାୟୁ ଏବଂ ସୁଖମୟ ହେଉ।

More Stories
ଗାଧେଇବାକୁ ଯାଇ ପୋଖରୀରେବୁଡି ଯୁବକ ମୃତ
ଖୁବ୍ ଜୋରରେ ଝଡ଼ ବର୍ଷା ସମ୍ଭାବନା
ଗୁପଚୁପ୍ ଦେଲା ଦୁଃଖ ; ଚାଲିଗଲା ଛଅ ବର୍ଷର ଶିଶୁର ଜୀବନ, ୪୩ ରୁ ଅଧିକ ଅସୁସ୍ଥ