ବାଲିପାଟଣା ତହସିଲ ଅଧିନ ଆମମଣାକୁଦ ପଞ୍ଚାୟତ ମାଣିକପୁର ଗ୍ରାମରେ ଘର ଉଚ୍ଛେଦ ବେଳେ ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଏହି ଗ୍ରାମର ବିପିନ ସେଠୀ ଏକ ସରକାରୀ ଜାଗାରେ ଜବରଦଖଲ କରି ଦୋକାନ କରିଥିଲେ । ଅଭିଯୋଗ ପରେ ସେହି ଦୋକାନ ଘରକୁ ଉଚ୍ଛେଦ ପାଇଁ ଯାଇଥିଲେ ବାଲିପାଟଣା ତହସିଲଦାର ଓ ଟିମ୍। ଯେସିବି ସାହାଯ୍ୟରେ ଆଜି ଉଚ୍ଛେଦ। କାର୍ଯ୍ୟ ଆରମ୍ଭ କରିଥିଲେ କିନ୍ତୁ ଏହି ସମୟରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଉଦ୍ୟମ କରି କୀଟନାଶକ ପିଇଦେଲେ ବିପିନ। ପରେ ତହସିଲଦାର କଳ୍ପନା ଦାସ ତାଙ୍କୁ ସଙ୍ଗେ ସଙ୍ଗେ ଆଡଶପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କର ଅବସ୍ଥା ଗୁରୁତର ଦେଖି କଟକ ବଡ଼ ମେଡ଼ିକାଲ କୁ ପଠାଇ ଦେଇଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଏହି ଘଟଣାରେ ଗ୍ରାମବାସୀ ମାଣିକପୁର ଗ୍ରାମ ରାସ୍ତାକୁ ଅବରୋଧ କରିଛନ୍ତି।

More Stories
ନାବାଳିକା ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ |
ଝାରସୁଗୁଡ଼ା ଜମି ଦୁର୍ନୀତି କାଣ୍ଡ: ଡିଏସଆରଙ୍କ ଭୂମିକାକୁ ନେଇ ବଢ଼ୁଛି ସନ୍ଦେହ, ବିସ୍ତୃତ ତଦନ୍ତ ଆରମ୍ଭ |
ବିଷ ବଲୟରେ : ଝାରସୁଗୁଡ଼ା, ଶୋଇ ପଡ଼ିଛି ପ୍ରଦ୍ୟୁଷଣ ବିଭାଗ