ସୁନ୍ଦରଗଡ଼/ବଡ଼ଗାଁ: ଏକବିଦେଶୀ ମଦଜବତ ମାମଲାରେ ସୁରକ୍ଷା ଦେବାକୁ ଜଣେ ଢାବା ମାଲିକଙ୍କଠାରୁ ପୁଲିସ ବାବୁ ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ। ପୁଲିସ ଅଧିକାରୀ ଜଣକ ହେଲେ ବଡ଼ଗାଁ ଥାନାଏଏସ୍ଆଇଅରୁପାନନ୍ଦ ଦାଶ। ବଡ଼ଗାଁ ଅଞ୍ଚଳର ରଂଜନ ଦାଶ ନାମକ ଜଣେ ବ୍ୟକ୍ତି କଲେଜ ନିଟକ ଅଣ୍ଡରପାସ୍ରେ ଏକ ଢାବା ଖୋଲିଛନ୍ତି।ହୋଲି ସମୟରେ ପୁଲିସ ଢାବାରେ ଚଢ଼ଉ କରି କିଛି ବିଦେଶୀ ମଦ ଧରିଥିଲା।
ମାମଲାରେ ପୁଲିସ ତରଫରୁ ସୁରକ୍ଷା ଦେବା ଓ ଚୋରା ମଦ ବିକିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ କହି ପୁଲିସ ଅଧିକାରୀ ଶ୍ରୀ ଦାଶ ରଂଜନଙ୍କୁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ରଂଜନ ଏ କଥାରେ ରାଜି ହୋଇ ନଥିଲେ। ଏହା ପରେ ପୁଲିିସ ବାବୁ ମଦ ମାମଲାରେ ଗିରଫ କରିବେ ବୋଲି ଧମକ ଦେଇଥିଲେ। ଶେଷକୁ ଅନ୍ୟ ଉପାୟ ନପାଇ ରଂଜନ ରାଉରକେଲା ଭିଜିଲାନ୍ସରେ ଅଭିଯୋଗ କରିଥିଲେ।ଭିଜିଲାନ୍ସ ଏକ ମାମଲା ରୁଜୁ କରି ପୁଲିସ ଅଧିକାରୀଙ୍କୁ ଧରିବାକୁ ଜାଲ ବିଛାଇଥିଲା। ଗୁରୁବାର ଅପରାହ୍ନରେ ରଂଜନ ବଡ଼ଗାଁ ବସଷ୍ଟାଣ୍ଡ ନିକଟ ଏକ ପାନ ଦୋକାନ ଆଗରେ ଏଏସ୍ଆଇ ଶ୍ରୀ ଦାଶଙ୍କୁ ରାସାୟନିକ ରଙ୍ଗବୋଳା ୨୫ ହଜାର ଟଙ୍କା ଦେଇଥିଲେ। ଏହି ସମୟରେ ସେଠାରେ ଛକିଥିବା ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲା। ଏହା ପରେ ଥାନାକୁ ଯାଇ ବାବୁଙ୍କ କକ୍ଷରେ ଯାଞ୍ଚ କରିବା ପରେ ତାଙ୍କୁ ଗିରଫ କରି ରାଉରକେଲା ନେଇଥିବା ସୂଚନା ମିଳିଛି। ଅନ୍ୟପଟେ ମାମଲାରେ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି। ଚଢ଼ଉରେ ରାଉରକେଲା ଭିଜିଲାନ୍ସ ଡିଏସପି ରଶ୍ମିତା ଲାକ୍ରାଙ୍କ ନେତୃତ୍ବରେ ନିରୀକ୍ଷକ ଶିବ ନାରାୟଣ ଭଦ୍ର, ଲକ୍ଷ୍ମୀକାନ୍ତ ପ୍ରଧାନ, ମାନସ ରଞ୍ଜନ ଭୋଇ ଓ ସୁନିତା ଓରାମ ସାମିଲ ହୋଇଥିଲେ।

More Stories
ରାଜଗାଙ୍ଗପୁର ଜେକେ ଢାବାରେ ବେଆଇନ କାରବାର, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
ଓଡ଼ିଶାରେ କାଳବୈଶାଖୀର କରାଳ ରୂପ: ତାତିରୁ ଆଶ୍ୱସ୍ତି ମିଳିଲେ ବି ବ୍ୟାପକ କ୍ଷୟକ୍ଷତି; ଜଣେ ଆହତ
ଇନ୍ଧନ ଦରବୃଦ୍ଧି ଚାପ: ଘରୋଇ ଉଡ଼ାଣ ବାତିଲ କଲେ ଇଣ୍ଡିଗୋ, ଏୟାର ଇଣ୍ଡିଆ