ଭାରତ ବିରୋଧରେ କାର୍ଯ୍ୟ ପାଇଁ ହୱାଲା ଜରିଆରେ ବିଦେଶରୁ ଅର୍ଥ ଆଣୁଥିଲା ପିଏଫଆଇ, ଇଡିର ଚାଞ୍ଚଲ୍ୟକର ଖୁଲାସା


★ ନୂଆଦିଲ୍ଲୀ : ନିଷିଦ୍ଧ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ) ସହ ଜଡ଼ିତ ୫ ଜଣଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ସେମାନେ ହେଲେ ଇଏମ୍ ଅବଦୁଲ ରେହମାନ, ଅନିସ ଅହମ୍ମଦ, ଅଫସର ପାଶା, ଏଏସ୍ ଇସମାଇଲ ଓ ମହମ୍ମଦ ସକିଫ୍। ଏହି ସମସ୍ତ ଅଭିଯୁକ୍ତ ପିଏଫଆଇରେ ବିଭିନ୍ନ ପଦବୀରେ ଥିଲେ, ଯେଉଁମାନେ ବିଦେଶରୁ ହୱାଲା ଜରିଆରେ ମିଳିଥିବା କୋଟି କୋଟି ଟଙ୍କାକୁ ଦେଶ ବିରୋଧୀ କାର୍ଯ୍ୟରେ ବ୍ୟବହାର କରୁଥିଲେ।

★ ଇଡିର ସୂଚନା ଅନୁଯାୟୀ, ଇସମାଇଲ ପିଏଫଆଇର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଥିଲା ଓ ସଂଗଠନର ଅଧିକାଂଶ ଗୁରୁତୂପୂର୍ଣ୍ଣ ନିଷ୍ପତ୍ତି ପଛରେ ତାହାର ସଂପୃକ୍ତି ଥିଲା । ସେହିପରି ମହମ୍ମଦ ସକିଫ୍ ସଂଗଠନର କର୍ଣ୍ଣାଟକ ୟୁନିଟ୍ ର ସଭାପତି ଥିଲା । ଅନିସ ଅହମ୍ମଦ ୨୦୨୦ ପର୍ଯ୍ୟନ୍ତ ପିଏଫଆଇର ରାଷ୍ଟ୍ରୀୟ ସମ୍ପାଦକ ଥିଲା ଓ ଇଏମ ପାଶା ନିଷିଦ୍ଧ ହେବା ବେଳକୁ ସଂଗଠନର ରାଷ୍ଟ୍ରୀୟ ଉପସଭାପତି ଥିଲା ।

★ ୨୦୧୮ ମେ ୨ତାରିଖରେ ପଞ୍ଜୀକୃତ ହୋଇଥିବା ଇସିଆଇଆର ( ଏନଫୋର୍ସମେଣ୍ଟ କେସ ଇନଫର୍ମେସନ ରିପୋର୍ଟ)ରେ ଗିରଫ ହୋଇଥିବା ସମସ୍ତ ୫ ଅଭିଯୁକ୍ତଙ୍କୁ ଇଡି ଗତ ଡିସେମ୍ବର ୧୯ତାରିଖରେ ଦିଲ୍ଲୀର ତିହାର ଜେଲରେ ପଚରାଉଚରା କରିଥିଲା।


error: Content is protected !!