ଶେଷ ହେଲା 23ତମ ନିମାପଡ଼ା ମହୋତ୍ସବ


ନିମାପଡ଼ା:(ପ୍ରଶାନ୍ତ କୁମାର ନାୟକ):- ଶେଷ ହେଲା 23ତମ ନିମାପଡ଼ା ମହୋତ୍ସବ 23ତମ ନିମାପଡ଼ା ମହୋତ୍ସବ କମିଟିର ଅଧ୍ୟକ୍ଷ ସମୀର ରଞ୍ଜନ ଦାସଙ୍କ ଅଧ୍ୟକତାରେ ଅନୁଷ୍ଠିତ ଶେଷ ସନ୍ଧ୍ୟାରେ ପିପିଲି ବିଧାୟକ ରୁଦ୍ର ମହାରଥୀ ମୁକ୍ତା ଯୋଜନାରେ ଉପଦେଷ୍ଟା ମୀରା ପରିଡ଼ା ହେଲ୍ପ ଲାଇନ ର ସଭାପତି ଅକ୍ଷୟ ସାହୁ ଓ ସଂପାଦକ ନିଗମାନନ୍ଦ ସାହୁ ଯୋଗ ଦେଇ ମହୋତ୍ସବର ତୃତୀୟ ଦିନରେ ଅଧିକରୁ ଅଧିକ ଲୋକଙ୍କୁ ଉତ୍ସାହିତ କରିବା ବେଳେ ମହୋତ୍ସବଟି ଶେଷ କାର୍ଯ୍ୟରେ ପହଞ୍ଚିଥିଲା। 2000ରୁ ମସିହାରୁ ଏହି ମହୋତ୍ସବଟି ସ୍ଥାପିତ ହୋଇ ଆଜି ପର୍ଯ୍ୟନ୍ତ 23ତମ ବାର୍ଷିକ ଉତ୍ସବରେ ନିମାପଡ଼ା ଅଞ୍ଚଳକୁ ବେଶ୍ ଚିତ୍ତାକର୍ଷକ ମନୋରଞ୍ଜନ ଭାବେ ପାଳିତ ହୋଇ ଗଢି ଉଠିଅଛି। ଶେଷରେ ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଥିବା ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ହୋଇଥିବା ସଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟଜ୍ୟୋତି ଡାନ୍ସ ଏକାଡେମୀ କଟକ ନୁପୁର ଧ୍ଵନି ଡାନ୍ସ ଏକାଡେମୀ ଖୋର୍ଦ୍ଧା ନଟରାଜ ଡାନ୍ସ ଏକାଡେମୀ ଖୋର୍ଦ୍ଧା ନଟରାଜ ଡାନ୍ସ ଗ୍ରୁପ ନିମାପଡ଼ା ପକ୍ଷରୁ ନୃତ୍ୟ ଓ ଅଭିନୟରେ ଦର୍ଶକ ମଜିଯାଇଥିଲେ। ନିମାପଡ଼ା ଷ୍ଟେଞ୍ଜର ଡାନ୍ସ ଗ୍ରୁପର କଳାକାରମାନଙ୍କ ଦ୍ଵାରା ମାଳିକା ତଥା ପୌରାଣିକ ଆଖ୍ୟାନ ଉପରେ ଆଧାରିତ କଳ୍କୀ ଅବତାର ନୃତ୍ୟ ଓ ଅଭିନୟ ଦର୍ଶକଙ୍କ ମନ ବେଶ୍ ମୋହିଥିଲ।


error: Content is protected !!