ଢ଼େଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅର୍ନ୍ତଗତ
ଟାଟା ଷ୍ଟିଲ୍ ମେରାମଣ୍ଡାଳି ୱାର୍କର୍ସ ୟୁନିଅନ୍ ପକ୍ଷରୁ ଫାଉଣ୍ଡେସନ୍ ଡେ ଉତ୍ସାହ ପାଳିତ ହୋଇଯାଇଛି । ଏହି ଅବସରରେ ୫୦୦ ରୁ ଅଧିକ କର୍ମଚାରୀ ଯୋଗଦାନ କରି ନିଜ ଏକତା ଓ ସଂଗଠନର ପ୍ରତି ସମର୍ଥନ ପ୍ରକାଶ କରିଥିଲେ।
କର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟା, ଅସୁବିଧା ଓ ଅଧିକାର ସମ୍ବନ୍ଧରେ ବିସ୍ତୃତ ଆଲୋଚନା ହୋଇଥିଲା। ୟୁନିଅନ୍ କିପରି ସଦା ସର୍ବଦା ସଚେତନ ଓ ଦୃଢ଼ ଭାବରେ କର୍ମଚାରୀମାନଙ୍କ ହିତ ଓ ଅଧିକାର ପାଇଁ କାମ କରିବ, ସେଥିପାଇଁ ସଭାରେ ମତବିନିମୟ ହୋଇଥିଲା।
ଦୀର୍ଘ ସଂଘର୍ଷ ଓ ପ୍ରୟାସ ପରେ ଏହି ୟୁନିଅନ୍ ୩୧ ଜାନୁଆରୀ ୨୦୨୬ ତାରିଖରେ ସରକାରଙ୍କ ପାଖରୁ ଆଧିକାରିକ ଭାବରେ ନିବନ୍ଧନ (ରେଜିଷ୍ଟ୍ରେସନ୍) ପାଇଥିବା କଥା ଉଲ୍ଲେଖ କରାଯାଇଥିଲା। ବର୍ତ୍ତମାନ ଏହା ଟାଟା ଷ୍ଟିଲ୍ ମେରାମଣ୍ଡାଳିର ଏକମାତ୍ର ନିବନ୍ଧିତ ଟ୍ରେଡ୍ ୟୁନିଅନ୍ ଭାବରେ ପରିଚିତ। ଏହା ଫଳରେ କର୍ମଚାରୀମାନଙ୍କ ମଧ୍ୟରେ ଅପାର ଆନନ୍ଦ ଓ ଆଶାର ସୃଷ୍ଟି ହୋଇଛି।
ଏହି ଅବସରରେ ୟୁନିଅନ୍ ର ଅଧ୍ୟକ୍ଷ ବିକ୍ରମସିଂହ ସୁଭ୍ରାଂଶୁ ଶେଖର ସାମଲ କହିଥିଲେ ଯେ, ୟୁନିଅନ୍ ସଦା ସର୍ବଦା କର୍ମଚାରୀମାନଙ୍କ ଅଧିକାର, ସମ୍ମାନ ଓ ସ୍ୱାଧୀନତା ପାଇଁ ଦୃଢ଼ ଭାବରେ ଦଢ଼ିଆ ହୋଇ ରହିବ। ସେ କହିଥିଲେ ଯେ କର୍ମଚାରୀମାନଙ୍କ ଏକତା ହିଁ ଆମର ସବୁଠୁ ବଡ଼ ଶକ୍ତି ଏବଂ ଏହି ଏକତାକୁ ଆହୁରି ମଜବୁତ କରି ଆଗକୁ ବଢ଼ିବା ହିଁ ଆମର ପ୍ରଥମ ଲକ୍ଷ୍ୟ l
ୟୁନିଅନ୍ ର ପଦାଧିକାରୀମାନଙ୍କ ନେତୃତ୍ୱରେ ସଫଳତାର ସହିତ ସମ୍ପନ୍ନ ହୋଇଥିଲ।
ୟୁନିଅନ୍ ର ଅଧ୍ୟକ୍ଷ ବିକ୍ରମସିଂହ ସୁଭ୍ରାଂଶୁ ଶେଖର ସାମଲ , ଉପାଧ୍ୟକ୍ଷ ରାଜୀବ ରଞ୍ଜନ ଓ
ଅରବିନ୍ଦ ମହାନ୍ତି, ସାଧାରଣ ସଚିବ ଦେବାଶିଷ ପ୍ରଧାନ, କୋଷାଧ୍ୟକ୍ଷ ଦିବ୍ୟରଞ୍ଜନ ସାହୁ, ସଂଯୁକ୍ତ ସଚିବ ନିହାର ରଞ୍ଜନ ରାଉତ ଓ ଚନ୍ଦ୍ରମଣି ସାହୁ, ସଂଗଠନ ସଚିବ ସରୋଜ କୁମାର ଲେଙ୍କା ଏବଂ ଲଲିତ ମୋହନ ବେହେରା ଉପସ୍ଥିତ ଥିଲେ।
ୟୁନିଅନ୍ ଆଗାମୀ ଦିନରେ କର୍ମଚାରୀମାନଙ୍କ ହକ୍, ସମ୍ମାନ ଓ କଳ୍ୟାଣ ପାଇଁ ଆହୁରି ଶକ୍ତିଶାଳୀ ଭାବରେ କାମ କରିବ ବୋଲି ୟୁନିଅନ ର ଅଧ୍ୟକ୍ଷ ବିକ୍ରମସିଂହ ସୁଭ୍ରାଂଶୁ ଶେଖର ସାମଲ କହିଛନ୍ତି

More Stories
ବନ୍ୟଜନ୍ତୁ ପ୍ରେମୀଙ୍କ ଲାଗି ଖୁସି ଖବର: ଜନ୍ମ ହେଲା ହାତୀ ଛୁଆ
ବସଷ୍ଟାଣ୍ଡ ନାହିଁ, ରାଜପଥରେ ‘ଆମ ବସ’ ପାର୍କିଂ ଯୋଗୁ ବଢୁଛି ଟ୍ରାଫିକ ସମସ୍ୟା
ଅଗ୍ନି-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ