ଭୁବନେଶ୍ବର: ଭୁବନେଶ୍ୱରରେ ପୁରୁଣା ପାସପୋର୍ଟ ଅଫିସ ଉଡ଼ାଇ ଦେବାକୁ ଧମକ । ମେଲ୍ ରେ ଦୁର୍ବୃତ୍ତ ଦେଇଛନ୍ତି ବୋମା ଧମକ । ପରୁଣା ପାସ୍ ପୋର୍ଟ ଅଫିସରେ ପହଞ୍ଚି ନୟାପଲ୍ଲୀ ପୋଲିସ ଯାଞ୍ଚ କରିଛି । ଅଫିସ ଭିତରେ ଓ ବାହାରେ ଯାଇ ସର୍ଚ୍ଚ ଅପରେସନ କରିଛନ୍ତି ଟିମ୍ । ବମ୍ ସ୍କ୍ୱାଡ ଓ ଡଗ ସ୍କ୍ୱାଡ ମିଳିତ ଭାବେ ଯାଞ୍ଚ କରିଛନ୍ତି।ସେଭଳି କିଛି ସନ୍ଦେହ ଜନକ ଜିନିଷ ଦେଖିବାକୁ ମିଳିନି। ବାରମ୍ବାର ବିଭିନ୍ନ ସରକାରୀ ଅଫିସକୁ ବୋମା ଧମକ ନେଇ ମେଲ୍ ପାଇଁ ପୋଲିସର ଚିନ୍ତା ବଢ଼ିଛି। କେବଳ ପାସ୍ ପୋର୍ଟ ଅଫିସ ନୁହେଁ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ।
ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ଭୁବନେଶ୍ୱର କୋର୍ଟକୁ ବୋମା ଧମକ ମିଳିଥିଲା । ମେଲ୍ ଜରିଆରେ କୋର୍ଟକୁ ଉଡାଇ ଦେବାକୁ ଧମକ । ଅଜଣା ମେଲ୍ ନେଇ କୋର୍ଟ ପରିସରରେ ଆତଙ୍କ। ଖବର ପାଇ କମିସନରେଟ ପୋଲିସ ବମ୍ ସ୍କ୍ୱାଡ୍ ଓ ଡଗ ସ୍କ୍ୱାଡ ତଦନ୍ତ ଆରମ୍ଭ କରିଥିଲେ। କୋର୍ଟ ପରିସରରେ ପୋଲିସ ଟିମ୍ ପହଞ୍ଚିଥିଲେ। କୋର୍ଟ କର୍ମଚାରୀ, ମାଜିଷ୍ଟ୍ରେଟ ଏବ୍ଂ ଓକିଲଙ୍କ ସହ ଆଲୋଚନା କରିଥିଲା ପୋଲିସ ।
ନିକଟରେ ପୁରୀ କୋର୍ଟକୁ ଉଡାଇଦେବାକୁ ମେଲରେ ଧମକ ଆସିଥିଲା । ଫଳରେ ଆଇନଜୀବୀମାନେ ଭୟରେ କୋର୍ଟ ବାହାରକୁ ବାହାରି ଆସିଥିଲେ । ମେଲ୍ ରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପୋଲିସ ତନାଘନା ଜାରି ରହିଥିଲା । ଅଦାଲତର ସମସ୍ତ କାର୍ଯ୍ୟକୁ ବନ୍ଦ କରାଯାଇଛି । ମେଲ ଆସିବା ପରେ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଗତ ଫେବୃଆରୀ ୬ ତାରିଖରେ ମଧ୍ୟ ପୁରୀ କୋର୍ଟକୁ ବୋମା ଧମକ ମିଳିଥିଲା ।

More Stories
ପୁଣି ଅଘଟଣରୁ ଅଳ୍ପକେ ବର୍ତ୍ତିଲା SCB |
ବ୍ୟାଙ୍କ ମ୍ୟାନେଜରଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ, ବାପ-ପୁଅ ମିଶି କରିଥିଲେ କୋଟି କୋଟି ଟଙ୍କା ଆତ୍ମସାତ୍ |
-ମାହାଙ୍ଗା ରେ ବେଆଇନ ଇଟାଭାଟି ଉପରେ ମାହାଙ୍ଗା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ କେବେ,