ଆନନ୍ଦପୁର, ୧୯।୩ : ଇଂରାଜୀ କ୍ୟାପିଟାଲ “ଏ” ଅକ୍ଷର ଥିବା ଟିସାର୍ଟ ପିନ୍ଧି ଚୋରି କରିଥିଲେ ବାଇକ୍ । ସେହି ଟି ସାର୍ଟ ହିଁ ଚୋର ପାଇଁ ହେଲା କାଳ । ସେହି ‘ଏ’ ଅକ୍ଷର ଟି ସାର୍ଟ ଏବେ ଚୋରକୁ ଧରାଇଦେଇେଛି । ଏଭଳି ଏକ ବାଇକ୍ ଚୋର ଓ ତାର କାରନାମାର ପର୍ଦାଫାସ୍ କରିଛି ଘଷିପୁରା ପୁଲିସ ।
ବୁଧବାର ରାତିରେ ଶୌଲିଙ୍ଗର ଏକ ଫିଟନେସ୍ ସେଣ୍ଟରରୁ ବାଇକ୍ ଚୋରି ହୋଇଥିଲା ।ଚୋରି ସମ୍ପର୍କରେ ଅଭିଯୋଗ ପାଇ ପୁଲିସ ଆରମ୍ଭ କରିଥିଲା ଯାଞ୍ଚ। ସିସିଟିଭି ଯାଞ୍ଚ ପରେ ଚୋର ଜଣକ ଇଂରାଜୀ ‘ଏ’ ଅକ୍ଷର ଲେଖାଥିବା ଟି-ସାର୍ଟ ପିନ୍ଧିଥିବା ପୁଲିସ ଜାଣିବାକୁ ପାଇଥିଲା। ଏହାକୁ ଆଧାର କରି ହାତୀଶିଳା ଗାଁ ର ଦୀପକ ରାଉତଙ୍କୁ ଧରିଥିଲା ପୁଲିସ। ଦୀପକ A ଅକ୍ଷର ଥିବା ଟିସାର୍ଟ ପିନ୍ଧି ଯେଉଁ ବାଇକ୍ ରେ ଆସିଥିଲା ତାହା ଚୋରା ବାଇକ୍ ବୋଲି ଜଣାପଡିଥିଲା।
ପରେ ପୁଲିସ ଅଧିକ ଖୋଳତାଡ କରି ୩ଟି ବାଇକ୍ ଜବତ କରିଥିଲା। ଏଥିସହ ଦୀପକର ସହଯୋଗୀ ରାମଚନ୍ଦ୍ରପୁର ଥାନା ପଥରପଦା ଗାଁ ର ପପୁନ ପେରେଇଙ୍କୁ ମଧ୍ୟ ଗିରଫ କରିଛି । ତେବେ ଆଳୁ ଖୋଳୁ ଖୋଳୁ ମହାଦେବ ଭଳି ଏହି ଗ୍ୟାଙ୍ଗରେ ଆଉ ୪ଜଣଙ୍କ ସମ୍ପର୍କରେ ମଧ୍ୟ ସୂଚନା ପାଇଛି ପୁଲିସ। ସେମାନଙ୍କୁ ଖୁବ୍ ଶୀଘ୍ର ଗରିଫ କରାଯିବ ବୋଲି ଆନନ୍ଦପୁର ଏସଡିପିଓ କହିଛନ୍ତି।

More Stories
ଏକ୍ସପ୍ରେସ୍ କ୍ରେଡିଟ୍ ଲୋନ୍ ନାଁରେ ୬.୮୮ କୋଟି ଠକେଇ: ଏସ୍ବିଆଇର ୩ ମହିଳା ଅଧିକାରୀ ଗିରଫ
ସ୍ତ୍ରୀର ମୃତଦେହ ଚିହ୍ନଟ ପାଇଁ ସ୍ୱାମୀକୁ ପିଟିପିଟି ଗୁରୁତର କଲା ପୁଲିସ!
ଆଜମ ଖାନଙ୍କ ସମସ୍ୟା ବଢ଼ିଲା: ଦୁଇଟି ପାନ କାର୍ଡ ମାମଲାରେ ଜେଲ୍ ଦଣ୍ଡ ୧୦ ବର୍ଷକୁ ବୃଦ୍ଧି |