March 23, 2026

Now Odisha

Now Odisha

ବିଜେଡିରେ ମିସିପାରନ୍ତି ରଘୁନାଥ ଓ ଜୀବନ ପ୍ରଦୀପ |

Spread the love

ଭୁବନେଶ୍ୱର, ୨୩/୦୩ : ଆସନ୍ତା ୨୫ ତାରିଖରେ ନବୀନ ନିବାସରେ ଉଭୟ ନେତା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହେବେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ବାଲେଶ୍ଵର ଜିଲ୍ଲାର ରାଜନୀତିରେ ଏବେ ନୂଆ ସମୀକରଣ ହେବାକୁ ଯାଉଛି । ନିକଟରେ ରବୀନ୍ଦ୍ର ଜେନା ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ। ବସ୍ତା ବିଧାୟିକା ସୁବାସିନୀ ଜେନା ବିଜେଡିରୁ ନିଲମ୍ବିତ ହୋଇଛନ୍ତି।ଏବେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଏବେ ବିଜେଡିକୁ ଫେରିବା ନେଇ ଚର୍ଚ୍ଚା ଚାଲିଛି । ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ୨୦୧୯ରେ ବିଜେଡି ଛାଡି ବିଜେପିରେ ମିଶିଥିଲେ। ୨୦୨୪ରେ ରଘୁନାଥ ବିଜେପି ଛାଡିଥିଲେ। ଜୀବନ ପ୍ରଦୀପ ଦାସ ବିଜେଡିରୁ ନିଲମ୍ବନ ହେବା ପରେ ୨୦୨୦ ନଭେମ୍ବର ମାସରେ ଦଳରୁ ଇସ୍ତଫା ଦେଇଥିଲେ । ଏବେ ସେ ମଧ୍ୟ ବିଜେଡି ଫେରିବା ନେଇ ଚର୍ଚ୍ଚା ହେଉଛି । ଯଦି ଉଭୟ ନେତା ବିଜେଡିକୁ ଫେରନ୍ତି ତେବେ ବାଲେଶ୍ୱର ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହେବାକୁ ଯାଉଛି ।

error: Content is protected !!