March 23, 2026

Now Odisha

Now Odisha

ରମେଶ ଜେନାଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆବେଦନ |

Spread the love

ଭୁବନେଶ୍ୱର: ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ସଭ୍ୟପଦ ରଦ୍ଦ ପାଇଁ କଂଗ୍ରେସ ଆବେଦନ କରିଛି । ବିଧାୟକ ଦଳ ନେତା, ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ସିଏସ୍ ରାଜନ ଏକ୍କା ବାଚସ୍ପତି ସୁରମା ପାଢ଼ୀଙ୍କୁ ଭେଟି ଦାବି ପତ୍ର ଦେଇଛନ୍ତି । ରାଜ୍ୟସଭାରେ କ୍ରସ୍ ଭୋଟିଂ ପାଇଁ ପୂର୍ବରୁ ଦଳ କଟକ-ବାରବାଟୀ ବିଧାୟିକା ସୋଫିଆ ଫର୍ଦ୍ଦୋସ୍ ଏବଂ ଦଶରଥି ଗୋମାଙ୍ଗୋଙ୍କ ସଭ୍ୟପଦ ରଦ୍ଦ ପାଇଁ ଆବେଦନ କରାଯାଇଛି ।ପୂର୍ବରୁ ଏହି ତିନି ସଦସ୍ୟଙ୍କୁ ଦଳ ନିଲମ୍ବିତ କରିସାରିଛି । କିଛି ଦିନ ତଳେ ରମେଶ ଜେନା ଭକ୍ତ ଦାସଙ୍କ ଏକଚାଟିଆ ନେତୃତ୍ୱ ଉପରେ ପ୍ରବଳ ବର୍ଷିଥିଲେ । ଭକ୍ତ ଦାସ କମ୍ପାନୀଙ୍କ ଦ୍ୱାରା ପରିଚାଳିତ ହେଉଥିବା ରମେଶ ଜେନା କହିଥିଲେ । ଗତ ୧୬ ତାରିଖରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନରେ ରମେଶ ଜେନା, ସୋଫିଆ ଫିର୍ଦ୍ଦୋସ ଓ ଦାଶରଥୀ ଗୋମାଙ୍ଗୋ ବିବେକାନୁ ମୋଦିତ ମତଦାନ କରିଥିଲେ । ସମସ୍ତେ ବିଜେଡ଼ି-କଂଗ୍ରେସ ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ପରିବର୍ତ୍ତେ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ସପକ୍ଷରେ ଭୋଟ୍ ଦେଇଥିଲେ ।

error: Content is protected !!